ETV Bharat / state

12 ଜିଲ୍ଲାକୁ କାଳବୈଶାଖୀ ବର୍ଷା ୟେଲୋ ଓ୍ବାର୍ଣ୍ଣିଂ

ଆହୁରି ୩ ଦିନ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମ ପ୍ରବାହ । କାଳବୈଶାଖୀ ବର୍ଷା ନେଇ 12 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

rainfall expected in odisha
rainfall expected in odisha
author img

By

Published : May 17, 2023, 6:33 PM IST

Updated : May 17, 2023, 7:37 PM IST

rainfall expected in odisha

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗୁଳୁଗୁଳି ସହ ତାପମାତ୍ରା ପାଇଁ ସାଧାରଣ ଜନ ଜୀବନ ପ୍ରଭାବିତ। ସେହିପରି ଆହୁରି ୩ ଦିନ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମ ପ୍ରବାହ। ଏହାରି ଭିତରେ କିଛି କିଛି ସ୍ଥାନରେ ଅସହ୍ୟ ତାତିରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ 12 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, କନ୍ଧମାଳ କଟକ , ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳ ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକରେ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଂଜାମ, କନ୍ଧମାଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଢେଙ୍କାନାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେନଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଗତ ୨୪ ଘଣ୍ଟାରେ ୧୬ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଏହିକ୍ରମରେ ସର୍ବାଧିକ ତାପମାତ୍ରା ୪୩.୩ ସମ୍ବଲପୁରରେ ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦ୍ୱୀପର କିଛି ଅଞ୍ଚଳକୁ ଅଗ୍ରସର ହେବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତେ, ସାମାନ୍ୟ ବିଳମ୍ବରେ କେରଳ ଛୁଇଁବ । ଚଳିତବର୍ଷ ଏହା ଜୁନ୍ ୪ ତାରିଖରେ କେରଳରେ ପହଞ୍ଚିବା ସମ୍ଭାବନା ରହିଛି । ଏଥର ସାମାନ୍ୟ ବିଳମ୍ବରେ କେରଳ ଛୁଇଁବାକୁ ଥିବାରୁ ସ୍ୱାଭାବିକ ଭାବେ ଓଡ଼ିଶାକୁ ମଧ୍ୟ ମୌସୁମୀ ଆଗମନ ପ୍ରକ୍ରିୟା ବିଳମ୍ବ ହେବ । କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥାଏ । ତେଣୁ ଚଳିତ ବର୍ଷ ଜୁନ୍ ୧୬ କିମ୍ବା ୧୭ ଆଡକୁ ଓଡ଼ିଶାକୁ ମୌସୁମୀ ଆଗମନ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 17, 2023, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.