ETV Bharat / state

Heavy Rain Hits Odisha: କାଲି ଯାଏଁ ଜାରି ରହିବ ବର୍ଷା, 10 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

author img

By

Published : Aug 2, 2023, 7:50 PM IST

ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା , ସମ୍ବଲପୁର , ବଲାଙ୍ଗୀର ବରଗଡ଼ , ଦେଓଗଡ ଅନୁଗୁଳ , ସୋନପୁର, କେନ୍ଦୁଝର ଓ ବୌଦ୍ଧ । ସେହିପରି ୫ଟି ଜିଲ୍ଲା ନୂଆପଡା, କଳାହାଣ୍ଡି, କନ୍ଧମାଳ , ଢେଙ୍କାନାଳ ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର ଭଦ୍ରକ କଟକ ନୟାଗଡ ନବରଙ୍ଗପୁର ଓ ଯାଜପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପା ବିଭାଗ । ଅଧିକ ପଢନ୍ତୁ

କାଲି ଯାଏଁ ଜାରି ରହିବ ବର୍ଷା, 10 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ବର୍ଷା। ଆଭ୍ୟନ୍ତରୀଣ ଓଡି଼ଶାରେ ବର୍ଷାର ପରିମାଣ ଅଧିକ ରହିଥିବା ବେଳେ କାଲି ଯାଏଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ। ବର୍ଷାକୁ ନଜରରେ ରଖି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି (ଗୁରୁବାର) ସକାଳ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ।

ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା , ସମ୍ବଲପୁର , ବଲାଙ୍ଗୀର ବରଗଡ଼ , ଦେଓଗଡ ଅନୁଗୁଳ , ସୋନପୁର, କେନ୍ଦୁଝର ଓ ବୌଦ୍ଧ । ସେହିପରି ୫ଟି ଜିଲ୍ଲା ନୂଆପଡା, କଳାହାଣ୍ଡି, କନ୍ଧମାଳ , ଢେଙ୍କାନାଳ ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର ଭଦ୍ରକ କଟକ ନୟାଗଡ ନବରଙ୍ଗପୁର ଓ ଯାଜପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପା ବିଭାଗ ।

ଏହାବି ପଢନ୍ତୁ- ଲଗାଣ ବର୍ଷାରେ ଉବୁଟୁବୁ ସୁବର୍ଣ୍ଣପୁର ସହର; ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ

ଉପକୂଳ ଓଡିଶାରେ ବର୍ଷାର ପରିମାଣ ସାମାନ୍ୟ କମ ରହିବ । ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବି ମାନଙ୍କ ପାଇଁ ସମୁଦ୍ର ପ୍ରବେଶରେ ବାରଣ କରାଯାଇଛି । ଭୁବନେଶ୍ବରରେ ଆଜି ଦିନ ସାରା ବର୍ଷାର ପରିମାଣ ସାମାନ୍ୟ ରହିବ । ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତାକାଲି ଠାରୁ କମିବ ବର୍ଷାର ପ୍ରଭାବ । ସୃଷ୍ଟି ହୋଇଥିବା ଲଘୁଚାପ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ରାଜ୍ୟରୁ କମିବ ବର୍ଷା । ଲଗାଣ ବର୍ଷା ପାଇଁ ତଳିଆ ଅଞ୍ଚଳ ଜଳମଗ୍ନ ଓ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଏହାବି ପଢନ୍ତୁ- ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି, ଘନେଇଲା ବନ୍ୟା ଆଶଙ୍କା

ଅନ୍ୟପଟେ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ଭାବେ ବର୍ଷା ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଉପକୂଳ ଓଡିଶାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିଥିଲା । ବୌଦ୍ଧ ରେ ସର୍ବାଧିକ ୩୯୦.୬ ମିଲି ମିଟର ବର୍ଷା ହୋଇଥିବା ବେଳେ ସମ୍ବଲପୁରର ଯୁଜୁମୁରା ଠାରେ ୩୬୧ ମିଲି ମିଟର ଓ ରାଇରଙ୍ଗପୂର ଠାରେ ୩୪୮ ମିଲିମିଟର ରେକର୍ଡ କରାଯାଇଛି । ମୟୂରଭଞ୍ଜ, ଅନୁଗୁଳ, କେଉଁଝର, ସମ୍ବଲପୁର , ସୋନପୁର , ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଗୁଡ଼ିକରେ ଅତି ପ୍ରବଳ ବର୍ଷା ହୋଇଛି । ଜୁନ ୧ ରୁ ୨ ଅଗଷ୍ଟ ମଧ୍ୟରେ ସ୍ବାଭାବିକ ବର୍ଷା ୫୭୨.୬ ମିଲିମିଟର ତୁଳନାରେ ୫୮୭.୭ ମିଲିମିଟର ରେକର୍ଡ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.