ETV Bharat / state

ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ

author img

By ETV Bharat Odisha Team

Published : Jan 15, 2024, 7:29 AM IST

Updated : Jan 15, 2024, 9:32 AM IST

Railway minister in Odisha: ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶୀଘ୍ର କାମ ସାରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ସମୟରେ ସେ ଭୁବନେଶ୍ୱର ଓ କଟକ ରେଲୱେ ଷ୍ଟେସନ ଗସ୍ତ କରି ସେଠାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ । ଏଥିସହ ଭଦ୍ରକ-ଭୁବନେଶ୍ୱର ରେଳ ସେକ୍ସନରେ ମଧ୍ୟ ରେଳ ଭିତ୍ତିଭୂମି କାର୍ଯ୍ୟର ଯାଞ୍ଚ କରିଛନ୍ତି । ଆଉ ମଧ୍ୟ ଗୋଟିଏ ଷ୍ଟେସନ, ଗୋଟିଏ ପ୍ରଡକ୍ଟ ସ୍କିମ୍ ଅନ୍ତର୍ଗତ କଟକ ରେଳ ଷ୍ଟେସନରେ ମାଣିଆବନ୍ଧ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ପରିଦର୍ଶନ କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ରେଳ ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି (ରବିବାର) ଭଦ୍ରକ-ଭୁବନେଶ୍ୱର ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା ଯାଞ୍ଚ କରିଛନ୍ତି । ନିରୀକ୍ଷଣ ସମୟରେ ସେ ରେଳ ଅଧିକାରୀଙ୍କୁ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି । କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ଷ୍ଟେସନର ପରିଚୟ ଦେବାକୁ ଷ୍ଟେସନ ଗୁଡିକରେ ବିକାଶମୂଳକ କାର୍ଯ୍ୟ ଚାଲିଥିବା ବେଳେ ସେଠାକୁ ଯାଇ କାର୍ଯ୍ୟର ସମୀକ୍ଷା କରିଛନ୍ତି ରେଳ ମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ..କଟକ ରେଳ ଷ୍ଟେସନରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

ଆଉମଧ୍ୟ କଟକ ରେଳ ଷ୍ଟେସନ ଗସ୍ତ ସମୟରେ ମାଣିଆବନ୍ଧ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ୍ ପରିଦର୍ଶନ କରିଛନ୍ତି । କଟକ ରେଳ ଷ୍ଟେସନରେ ଥିବା ଏକ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍ କଟକ ଜିଲ୍ଲାର ମାଣିଆବନ୍ଧ ଗ୍ରାମର ହ୍ୟାଣ୍ଡଲୁମ୍ ଉତ୍ପାଦ ସହିତ ପ୍ରଦର୍ଶିତ ଓ ବିକ୍ରି ପ୍ରାରମ୍ଭ ହୋଇଛି । “ୱାନ ଷ୍ଟେସନ ୱାନ ପ୍ରଡକ୍ଟ” ପଦକ୍ଷେପ ଅନ୍ତର୍ଗତ କଟକ ଷ୍ଟେସନରେ ମାଣିଆବନ୍ଧ ଷ୍ଟଲ ଖୋଲିବାକୁ ରେଳମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ଏକ ସପ୍ତାହ ପୂର୍ବରୁ ମଧ୍ୟ ମାଣିଆବନ୍ଧ ଗ୍ରାମ ପରିଦର୍ଶନ କରିଥିଲେ ଅଶ୍ୱିନୀ ବୈଷ୍ଣବ । ଏହି ସମୟରେ ସେ ମାଣିଆବନ୍ଧ ଅଞ୍ଚଳର 10ଟି ବୁଣାକାର ପରିବାରକୁ ଭେଟିିଥିଲେ । ଏହି 10ଟି ପରିବାର ଲୁଗାବୁଣା କାର୍ଯ୍ୟ, ସୁତା କାଟିବା, ରଙ୍ଗଦେବା ଓ ବୁଣିବା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏମାନେ ଲୁଗାବୁଣି ସ୍ୱଳ୍ପ ପଇସାରେ ମଧ୍ୟମ ବ୍ୟକ୍ତି ମାଧ୍ୟମରେ ବିକ୍ରି କରୁଥିଲେ । ତାଙ୍କ ପରିଶ୍ରମର ସିଂହଭାଗ ମଧ୍ୟମ ବ୍ୟକ୍ତି ନେଉଥିବାବେଳେ ଏମାନଙ୍କୁ ସ୍ୱଳ୍ପ ଅର୍ଥରାଶି ମିଳୁଛି । ଯେଉଁଥିପାଇଁ ରେଳମନ୍ତ୍ରୀ ଏହି ପରିବାରକୁ ସାମଗ୍ରୀ ବିକ୍ରିପାଇଁ କଟକ ଷ୍ଟେସନ ଠାରେ ଗୋଟିଏ ଷ୍ଟେସନ ଗୋଟିଏ ଦ୍ରବ୍ୟ / ପ୍ରଡକ୍ଟ ସ୍ଟଲ ଯୋଗାଇ ଦେବାପାଇଁ ଗତ ସପ୍ତାହରେ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏହି ବୁଣାକାର ମାନେ ସିଧାସଳଖ ଭାବେ ସେମାନଙ୍କର ସାମଗ୍ରୀ ବିକ୍ରିକରି ନିଜ ପରିଶ୍ରମର ଉଚିତ୍‌ ପାଉଣା ପାଇପାରିବେ ।

ଭୁବନେଶ୍ୱର, ଇଟିଭି ଭାରତ

Last Updated : Jan 15, 2024, 9:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.