ETV Bharat / state

ଜାନୁଆରୀରେ ଓଡ଼ିଶା ଆସିପାରନ୍ତି ରାହୁଲ, ନିମନ୍ତ୍ରଣ ପାଇଁ ଦିଲ୍ଲୀରେ ପିସିସି ସଭାପତି - ନିର୍ବାଚନୀ ପ୍ରଚାର କରିବେ ରାହୁଲ

Rahul Gandhi Likely to Visit Odisha: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସି ଲକ୍ଷାଧିକ ଲୋକଙ୍କୁ ଉଦବୋଧନ ଦେବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

rahul gandhi to visit odisha
ଓଡିଶା ଆସିବେ ରାହୁଲ
author img

By ETV Bharat Odisha Team

Published : Dec 14, 2023, 8:22 PM IST

ଓଡିଶା ଆସିବେ ରାହୁଲ

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି,ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ବିଭିନ୍ନ ଯୋଜନାର ଲୋକାର୍ପଣ କରିବା ସହ ବିଜେଡ଼ି ନିଜର ପ୍ରଚାର ପ୍ରସାର ଜାରି ରଖିଛି । ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଧାର କରି ପ୍ରଚାର ପ୍ରସାର କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚଳିତ ମାସ 24 ତାରିଖରେ ଓଡିଶା ଗସ୍ତରେ ଆସି ସରକାରୀ କାର୍ଯ୍ୟକ୍ରମ ସହ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହାରି ଭିତରେ ପଛରେ ପଡ଼ିନାହିଁ କଂଗ୍ରେସ । 'ଭାରତ ଯୋଡ ଯାତ୍ରା' ପରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ଆଧାର କରି ଓଡିଶାବାସୀଙ୍କ ବିଶ୍ୱାସଭାଜନ ହେବାକୁ ପ୍ରଚେଷ୍ଟା ଆରମ୍ଭ କରିଛି ଦଳ । ସବୁଠୁ ବଡ଼ କଥା ହେଲା, 2024 ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଓଡିଶା ଆସି ନିର୍ବାଚନୀ ପ୍ରଚାର ବିଗୁଲ ବଜାଇବେ । ସେଥିପାଇଁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ଼ ଚେଲ୍ଲା କୁମାର । ଶରତଙ୍କ କହିବା ଅନୁଯାୟୀ, "ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରାଯିବ । ଆସନ୍ତା ଜାନୁଆରୀ ମାସରେ ରାହୁଲ ଓଡିଶା ଆସିପାରନ୍ତି।"

ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ରାହୁଲ ଗାନ୍ଧୀ ଓଡିଶା ଆସିବା ନେଇ ପିସିସି ସଭାପତି ଦଳର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର ପାଇଁ ଭୁବନେଶ୍ବର ଆସିବେ। ଭୁବନେଶ୍ୱରରେ ଲକ୍ଷାଧିକ ଲୋକଙ୍କୁ ଉଦବୋଧନ ଦେବେ ରାହୁଲ । ସେଥିପାଇଁ ପ୍ରସ୍ତୁତି ଚାଲିଛି । ସାରା ଓଡିଶାରୁ ଛାତ୍ର, ଯୁବକ, ମହିଳା କର୍ମୀ ଭୁବନେଶ୍ୱର ଆସିବେ । 2024 ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ରାହୁଲ। ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ AICC ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ ମଧ୍ୟ ଓଡିଶା ଆସିବେ। ଓଡ଼ିଶାରେ ଆମେ ଏକାଠି ହୋଇ ଲଢ଼ିବୁ।"

ଏହା ବି ପଢନ୍ତୁ...ଓଡିଶାରେ 15 ଆସନ ଜିତିବୁ କହିଲେ ଧର୍ମେନ୍ଦ୍ର, ଦିବାସ୍ବପ୍ନ ଦେଖୁଛନ୍ତି କହିଲେ ଜୟଦେବ ଜେନା

ଏହା ବି ପଢନ୍ତୁ...କଂଗ୍ରେସ ସୁରକ୍ଷାର ମଙ୍ଗ ଧରିଛନ୍ତି ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ: ବିଜେଡି

ରାହୁଲ ଗାନ୍ଧୀ ଓଡିଶା ଆସି କଂଗ୍ରେସର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ନବୀନ ,ମୋଦି ଏବଂ ରାହୁଲଙ୍କ ପ୍ରଚାର ନିର୍ବାଚନୀ ମୈଦାନରେ ଅଧିକ ଉଷ୍ମତା ଭରିଦେଵ। ତେବେ ରାଜ୍ୟ କଂଗ୍ରେସ ଦଳର ସର୍ବୋଚ୍ଚ ନେତାଙ୍କ ଅପେକ୍ଷାରେ ଥିବାବେଳେ ବାସ୍ତବରେ ଏହା କେତେଦୂର କଂଗ୍ରେସ ପାଇଁ ସଫଳତା ଆଣିଦେବ ତାହା ଆଗାମୀ ନିର୍ବାଚନ ପରେ ସ୍ପଷ୍ଟ ହେବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.