ETV Bharat / state

Rahul Gandhi disqualification case: ରାହୁଲ ପ୍ରକରଣ, ବିରୋଧୀଙ୍କ ଆଭିମୁଖ୍ୟରେ ପଶିବେ ନାହିଁ ନବୀନ - ନବୀନ ପଟ୍ଟନାୟକ ଜଣେ ଚତୁର ରାଜନେତା

ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ଜାତୀୟ ସ୍ତରରେ ଅଣ ବିଜେପି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । ସେଥିରେ ଦୁଇଟି ଦଳ ଓ ଏହାର ନେତା ସାମିଲ ହୋଇନାହାନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦଳ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି । ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ରାଜନେତା । ଯିଏ ଓଡ଼ିଶାରେ ଲଗାତାର 5 ଥର ମୁଖ୍ୟମନ୍ତ୍ରୀ ରହିଲେଣି । ବର୍ତ୍ତମାନ ସମୟରେ ସେ ଦେଶର ବରିଷ୍ଠତମ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ରାହୁଲ ପ୍ରକରଣ, ବିରୋଧୀଙ୍କ ଆଭିମୁଖ୍ୟରେ ପଶିବେ ନାହିଁ ନବୀନ

author img

By

Published : Mar 28, 2023, 11:01 PM IST

ରାହୁଲ ପ୍ରକରଣ, ବିରୋଧୀଙ୍କ ଆଭିମୁଖ୍ୟରେ ପଶିବେ ନାହିଁ ନବୀନ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଏକଜୁଟ ହେଉଛନ୍ତି ବିରୋଧୀ ଦଳ । ସାମୁଖ୍ୟ ଗଠନ କରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମାଲୋଚନା କରୁଛନ୍ତି ବିରୋଧୀ । ହେଲେ ଏହି ବିରୋଧୀ ସାମୁଖ୍ୟରୁ ନିଜକୁ ଦୂରେଇ ରଖିଛି ବିଜୁ ଜନତା ଦଳ ଓ ଏହାର ନେତା ନବୀନ ପଟ୍ଟନାୟକ । ଜାତୀୟ ସ୍ତରର ଆଦର୍ଶଗତ ରାଜନୀତିକୁ ବିଜେଡି ଚାହୁଁନାହିଁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

ପ୍ରତ୍ୟେକ ଘଟଣାରେ ଟ୍ୱିଟ କରି ନିଜ ମତ ରଖନ୍ତି ବରିଷ୍ଠ ରାଜନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶରେ ରାହୁଲ ପ୍ରକରଣକୁ ନେଇ ଝଡ଼ ବହୁଥିବାବେଳେ ଅସମ୍ଭବ ନୀରବତା ଆପଣେଇଛନ୍ତି ନବୀନ । ବିରୋଧୀ ଏକଜୁଟ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ହେଲେ ନବୀନ କିମ୍ବା ତାଙ୍କ ଦଳର ନେତା ପଦେ ଏବାବଦରେ କହୁନାହାନ୍ତି । ଏକଛତ୍ରବାଦୀ ଶାସନ ବିରୋଧରେ ଲଢ଼େଇ ଜାରୀ ରହିବ ବୋଲି ବିରୋଧୀ କହୁଛନ୍ତି । କିନ୍ତୁ ବିଜେଡି ଚୁପ ରହିଛି ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ଜାତୀୟ ସ୍ତରରେ ଅଣ ବିଜେପି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । ସେଥିରେ ଦୁଇଟି ଦଳ ଓ ଏହାର ନେତା ସାମିଲ ହୋଇନାହାନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦଳ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି । ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ରାଜନେତା । ଯିଏ ଓଡ଼ିଶାରେ ଲଗାତାର 5 ଥର ମୁଖ୍ୟମନ୍ତ୍ରୀ ରହିଲେଣି । ବର୍ତ୍ତମାନ ସମୟରେ ସେ ଦେଶର ବରିଷ୍ଠତମ ମୁଖ୍ୟମନ୍ତ୍ରୀ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଚୁପ ରହିଛନ୍ତି । ନବୀନ ଚୁପ ରହିବା କେନ୍ଦ୍ରୀୟ ନେତୃତ୍ୱ ବା ବିଜେପିକୁ ନିରବ ସମର୍ଥନ ଯୋଗାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ବିରୋଧରେ ସେ ଆସିପାରିଥାନ୍ତେ । କିନ୍ତୁ ସେ ଆସିନାହାନ୍ତି । ତାଙ୍କ ଦଳର ଷ୍ଟାଣ୍ଡ ହେଲା ଯାହା ହୋଇଛି ନ୍ୟାୟିକ ପ୍ରକ୍ରିୟାରେ ହୋଇଛି । ହେଲେ ଦେଶର ଅନ୍ୟ କୌଣସି ଅଣ ବିଜେପି ଦଳ ଏଥିରେ ଏକମତ ନୁହଁନ୍ତି । ସେମାନେ କହୁଛନ୍ତି ଏହା ଗଣତନ୍ତ୍ର ଉପରେ ଆକ୍ରମଣ । ମତପ୍ରକାଶ ଉପରେ ଆକ୍ରମଣ । ଓଡିଶା ସରକାର ବା ବିଜେଡି ଚୁପ ରହିଛି । ଯାହା କେନ୍ଦ୍ରୀୟ ବିଜେପି ବା ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକମାତ୍ର ଲକ୍ଷ୍ୟ । ତାଙ୍କର ଫୋକ୍ସ କେବଳ ଓଡିଶା । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ । ଜାତୀୟ ସ୍ତରରେ ଯାହା ହେଉନା କାହିଁକି ? ଜାତୀୟ ସ୍ତରର ଆଦର୍ଶଗତ ରାଜନୀତିକୁ ଚାହୁଁନାହିଁ ବିଜେଡି ।

ସେହିପରି ରାହୁଲ ଗାନ୍ଧୀ ଗୌତମ ଆଦାନୀ ପରି କର୍ପୋରେଟ ଉପରେ ଆକ୍ରମଣ କରୁଛନ୍ତି, ଏହି ସଂସ୍ଥା ଅଧିକାଂଶ ଓଡ଼ିଶାରେ ଅଛନ୍ତି । ଶିଳ୍ପ ଓ ବ୍ୟବସାୟ କରୁଛନ୍ତି । ଆଦାନୀର ଅନେକ ପ୍ରକଳ୍ପ ମଧ୍ୟ ଓଡ଼ିଶାରେ ରହିଛି । ତେଣୁ ବିରୋଧୀଙ୍କ ଆଭିମୁଖ୍ୟରେ ନବୀନ ପଶିବେ ନାହିଁ ବୋଲି ଜଣାପଡୁଛି । ସେପଟେ ଗଣତନ୍ତ୍ରର ରକ୍ଷା ପାଇଁ କଂଗ୍ରେସ ସହ ସାଥ ଦେଇଛନ୍ତି ଏନସିପି, ଜେଡିୟୁ, ବିଆରଏସ, ସିପିଏମ, ସିପିଆଇ, ଆପ, ଏଆଇଡିଏମକେ, ଟିଏମସି, ଆରଜେଡି, ସମାଜବାଦୀ ପାର୍ଟି, ଜେଏମଏମ, ଡିଏମକେ ଆଦି 18ଟି ଦଳ ଏକଜୁଟ ହୋଇଛନ୍ତି । ବିରୋଧୀଙ୍କ ସହ ଶିବସେନା ମଧ୍ୟ ସାମିଲ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.