ETV Bharat / state

ଶିକ୍ଷାନୁଷ୍ଠାନରେ ବଢୁଛି ରାଗିଂ ଭୟ, କାମ ଦେଉନି ସଚେତନତା

ରମାଦେବୀ କଲେଜ ହଷ୍ଟେଲରେ ରାଗିଂ କରାଯାଇଥିବା ନେଇ ଅଭିଯୋଗ ଆଣିଲେ ଛାତ୍ରୀ । ଏନେଇ ଗଣଶିକ୍ଷା ବିଭାଗକୁ ଛାତ୍ରୀ ଜଣକ ଚିଠି ଲେଖିଥିବା ଜଣାପଡିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 22, 2023, 10:04 PM IST

ragging allegation by student
ଶିକ୍ଷାନୁଷ୍ଠାନରେ ବଢୁଛି ରାଗିଂ ଭୟ

ଭୁବନେଶ୍ବର: ରାଜ୍ୟର ଶିକ୍ଷାନୁଷ୍ଠାନରେ ଦେଖାଦେଇଛି ରାଗିଂ ଭୟ । ରାଗିଂକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ରମାଦେବୀ ଏବଂ ବିଜେବି ଭଳି ରାଜ୍ୟର ଟପ୍ କଲେଜ । ରାଗିଂ ରୋକିବାକୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସରକାର ବ୍ୟାପକ ପଦକ୍ଷେପ ନେଉଥିଲେ ବି ଫଳ ଶୂନ। ଶିକ୍ଷାବର୍ଷ ଆରମ୍ଭରୁ ରାଗିଂ ରୋକିବାକୁ ସଚେତନତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ମଧ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ଏଡ଼ାଇବା ପାଇଁ ବିଭିନ୍ନ ସମୟରେ ନିର୍ଦ୍ଦେଶାବଳୀ ଜାରି କରାଯିବା ସହ ସଚେତନତା କରାଯାଉଛି ।

ତମାମ ପ୍ରଚେଷ୍ଟା ସତ୍ତ୍ବେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂକୁ ନେଇ ଅନେକ ସମୟରେ ଅଭିଯୋଗ ଆସୁଛି । ବର୍ତ୍ତମାନ କିଛି ଦିନ ମଧ୍ୟରେ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲରେ ରାଗିଂ ଅଭିଯୋଗ ହୋଇଛି । ହଷ୍ଟେଲରେ ଅନ୍ତେବାସୀଙ୍କ ଦ୍ବାରା ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ । ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ହୋଇଥିବା ରାଗିଂ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।

ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଗଣଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଜଣାପଡିଛି । ତାଙ୍କର ଅଭିଯୋଗ ହେଲା, "ମାନସିକ ନିର୍ଯାତନା ଦିଆଯାଉଛି । ଏପରିକି ଏକ ଘରିକିଆ କରି ରଖାଯାଇଛି । ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଛି । ଜାତିଆଣ ମନ୍ତବ୍ୟ, ଅଶ୍ଳୀଳ ଭିଡିଓ ଦେଖାଇବା, ରାତିରେ ସର୍ଟସ୍‌ ପିନ୍ଧିବାକୁ ବାଧ୍ୟ କରାଯିବା ନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜର ଅଧ୍ୟକ୍ଷା । ସେ କହିଛନ୍ତି, "ହଷ୍ଟେଲ ଆସିବାର ମାତ୍ର ୧୦ ଦିନରେ ଛାତ୍ରୀ ଏଭଳି ଅଭିଯୋଗ ଆଣିଥିଲେ। ହଷ୍ଟେଲର ଅନ୍ତେବାସୀଙ୍କ ସହିତ ସେ ମିଶିକି ଭଲରେ ରହୁଥିଲେ। ଅଭିଯୋଗର ସତ୍ୟତା ନାହିଁ। ଗତ ୧୪ ତାରିଖ ରାତିରେ ସେ ଝିଅ ତାଙ୍କ ଅଭିଭାବକଙ୍କ ସହିତ ଆସି ମୋତେ ଅଭିଯୋଗପତ୍ର ଦେଇଥିଲେ ଏବଂ ମୁଁ ଗ୍ରହଣ କରିଥିଲି। ଏହାପରେ ତା’ର ତଦନ୍ତ ହୋଇଥିଲା। ରାଗିଂ ନୁହେଁ ଏହା ଆଡଜଷ୍ଟମେଣ୍ଟ୍ ପ୍ରୋବ୍‌ଲେମ୍‌ ବୋଲି ଜଣାପଡ଼ିଥିଲା ବୋଲି କହିଛନ୍ତି। ଛାତ୍ରୀ ଜଣକ ଯାହାଙ୍କ ନାମରେ ଅଭିଯୋଗ କରିଥିଲେ ସେମାନେ ଅଣ୍ଡରଟେକିଂ ଦେଇଛନ୍ତି। ଆମେ ତାଙ୍କୁ ଅନ୍ୟ ରୁମ୍‌ରେ ରହିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ସେ ଏଠାରେ ପଢ଼ିବେନି ବୋଲି କହି ଟିସି ନେଇଥିଲେ।"

ଏହା ବି ପଢନ୍ତୁ...shri jagannath medical college Ragging issue: ଜୁନିୟରଙ୍କ ନିଶ ଦାଢି କାଟିଦେଲେ ସିନିୟର, ପୁରୀ ପୋଲିସର ପଚରାଉଚରା

ସେପଟେ ଛାତ୍ରୀଙ୍କ ଅଭିଭାବକମାନେ କହିଛନ୍ତି, "ଆମ ଝିଅ ଜଣେ ମେଧାବୀ । ରମାଦେବୀରେ ଭଲ ପାଠପଢ଼ା ପରିବେଶ ଝିଅ ପାଇବ ବୋଲି ଆଶା କରି ସେଠାରେ ନାମ ଲେଖାଇଥିଲୁ । ହେଲେ ତାକୁ ହଷ୍ଟେଲରେ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଗଲା । ଆମେ ବାଧ୍ୟ ହୋଇ ସେଠାରୁ ଝିଅକୁ ନେଇ ଆସିଲୁ । ତା’ ପାଠପଢ଼ା ଏବେ ଅନ୍ଧାରରେ । ଅଭିଯୋଗ ପରେ କିଭଳି ଭାବରେ ସମସ୍ତ ଛାତ୍ରୀଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି ତାହା ଆଶ୍ଚର୍ଯ୍ୟ କରୁଛି ।"ରମାଦେବୀରେ ଏହି ରାଗିଂ ଅଭିଯୋଗ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଗତବର୍ଷ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଛାତ୍ରୀ ନିବାସରେ ଜୀବନ ହାରିଥିଲେ । ତାଙ୍କୁ ରାଗିଂ କରାଯାଇଥିବାନେଇ ଅଭିଯୋଗ ଥିଲା ସୁଦ୍ଧା ଏଯାଏଁ ମାମଲା ବିଚାରଧୀନ ରହିଛି ।

ସୂଚନା ଅନୁଯାୟୀ, ଆଣ୍ଟି ରାଗିଂ ସ୍କ୍ବାଡ୍‌କୁ ସବୁ ସମୟରେ ସଜାଗ ରଖିବାକୁ ଗତବର୍ଷ ଉଚ୍ଚଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଥିଲା । ଶିକ୍ଷାନୁଷ୍ଠାନ ରାଗିଂ ମୁକ୍ତ କି ନୁହେଁ ତାହା ଜାଣିବା ପାଇଁ ନୂଆ ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭେ କରିବାକୁ କୁହାଯାଇଥିଲା । ସେହିପରି ସ୍କ୍ବାଡ୍ ସଦସ୍ୟଙ୍କ ଟେଲିଫୋନ୍ ନମ୍ବର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଣାଯିବା ସହ ଛାତ୍ରାବାସ ଏବଂ କ୍ୟାମ୍ପସ ବାହାରେ ରାଗିଂ ଘଟିବାର ସମ୍ଭାବନା ଥିବା ଅନ୍ୟ ସ୍ଥାନକୁ ଅଚାନକ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକି କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଥିବାବେଳେ ଅଭିଭାବକଙ୍କ ଚିନ୍ତାରେ ପଡି ଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.