ETV Bharat / state

ଖୋର୍ଦ୍ଧାରେ ରାବଣ ପୋଡି ଉତ୍ସବ, ଶ୍ରୀରାମଙ୍କ ଜୀବନ ଶୈଳୀ ଆପଣେଇବାକୁ ମନ୍ତ୍ରୀଙ୍କ ଆହ୍ବାନ - ଖୋର୍ଦ୍ଧାରେ ରାବଣ ପୋଡି ଉତ୍ସବ

ଖୋର୍ଦ୍ଧା ଜିଲ୍ଲାରେ ଅନୁଷ୍ଠିତ ହୋଇଛି ରାବଣ ପୋଡି । ଅତ୍ୟାଚାର, ଅହଙ୍କାରକୁ ରାବଣ ପୋଡିରେ ପୋଡି ଦେବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ରାବଣ ପୋଡି ଉତ୍ସବ
ଖୋର୍ଦ୍ଧାରେ ରାବଣ ପୋଡି ଉତ୍ସବ
author img

By

Published : Apr 19, 2022, 9:40 AM IST

ଖୋର୍ଦ୍ଧା: ଜିଲ୍ଲାରେ ଅନୁଷ୍ଠିତ ହୋଇଛି ରାବଣ ପୋଡି । ଅତ୍ୟାଚାର, ଅହଙ୍କାରକୁ ରାବଣ ପୋଡିରେ ପୋଡି ଦେବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ କୃଷିମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇଛନ୍ତି । ଅହଙ୍କାରର ବିନାଶ କରି ଶ୍ରୀରାମଙ୍କ ଜୀବନ ଶୈଳୀରେ ଜୀବନକୁ ବଞ୍ଚିବାକୁ କହିଛନ୍ତି କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।

ଖୋର୍ଦ୍ଧାରେ ରାବଣ ପୋଡି ଉତ୍ସବ

କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଖାଲି ଗୋଟିଏ ଦିନ କାହିଁକି 365 ଦିନକୁ ଖୁସିର ସହିତ ପାଳନ କରାଯାଉ । ଆମେ ପ୍ରତିଜ୍ଞା ନେବା ନିଜ ଭିତରେ ଥିବା ଅହଙ୍କାରର ବିନାଶ କରି ଜୀବନକୁ ରାମଙ୍କ ଜୀବନ ପରି ଗଢି ତୋଳିବା ବୋଲି ରାମଲୀଳା ନାଟକ ଓ ରାବଣ ପୋଡି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଛନ୍ତି କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ବାଘମାରୀ ତଳସାହିସ୍ଥିତ ରଘୁନାଥ ଦେବଙ୍କ ପୀଠ ସ୍ଥଳୀରେ ରଘୁନାଥ ଦେବ ନାଟ୍ୟ ସଂସଦର କଳାକାରମାନଙ୍କ ଦ୍ବାରା ଶ୍ରୀରାମ ନବମୀ ଠାରୁ ରାମ ଜନ୍ମ , ସୀତା ବିବାହ ,ରାମ ବନବାସ , ସୀତାଚୋରି ,ବାଳିଵଧ, ଲଙ୍କାପୋଡି ,କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ଵଧ , ମହିରାଵଣ ଵଧ ଆଦି ଲୀଳା ମଞ୍ଚସ୍ତ କରାଯାଇ ଶେଷରେ ଆଜି ରାଵଣ ପୋଡି ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି ।

ରାଵଣ ପୋଡି ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଦାଶରଥି ପଣ୍ଡାଙ୍କ ସଭାପତିତ୍ବ ଓ କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ପବିତ୍ର କୁମାର ସୁବୁଦ୍ଧି , ବିଧାୟକ ରାଜେନ୍ଦ୍ର କୁମାର ସାହୁ ,ବ୍ୟଙ୍ଗ ହାସ୍ୟ କଳାକାର ବ୍ରଜ ସୁବୁଦ୍ଧି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ରାଵଣପୋଡି ଉତ୍ସବ ଉପରେ ଆଲୋକପାତ କରିଥିଲେ । ଶେଷରେ ୫୦ଫୁଟ ଉଚ୍ଚର ରାଵଣ ପ୍ରତିମୂର୍ତ୍ତୀରେ ମୁଖ୍ୟଅତିଥି ତୀର ମାରି ଅଗ୍ନି ସଂଯୋଗ କରିଥିଲେ । ଅଞ୍ଚଳରୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ। ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.