ETV Bharat / state

ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟ, ରାଜଧାନୀରେ "ଲକ୍ଷ୍ମୀ ପରିବହନ କୁଇଜ" କାର୍ଯ୍ୟକ୍ରମ,

author img

By ETV Bharat Odisha Team

Published : Nov 22, 2023, 6:57 AM IST

Quiz Competition on Laxmi Bus Transport: ପରିବହନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ରାଜ୍ୟର ଅପହଞ୍ଚ ଇଲାକା ପାଇଁ ସାଜିଛି ଦେବଦୂତ । ଏଥିପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ "ଲକ୍ଷ୍ମୀ ପରିବହନ କୁଇଜ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ "ଲକ୍ଷ୍ମୀ ପରିବହନ କୁଇଜ" କାର୍ଯ୍ୟକ୍ରମ

ଭୁବନେଶ୍ୱର: ପରିବହନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ଏକ ପରିବର୍ତ୍ତନକାରୀ ପଦକ୍ଷେପ । ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଲକ୍ଷ୍ମୀ ବସ୍ ଯୋଜନା ପକାଇଛି ସକାରାତ୍ମକ ପ୍ରଭାବ । ଏଥିପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ "ଲକ୍ଷ୍ମୀ ପରିବହନ କୁଇଜ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଇଜ୍‌ ପ୍ରତିଯୋଗିତାରେ ଭୁବନେଶ୍ୱର ଓ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

କିଭଳି ସରକାରଙ୍କ ପରିବହନ ବିଭାଗର ସେବା ଦ୍ୱାରା ତୃଣମୂଳ ସ୍ତରରରେ ଶସ୍ତାରେ ବସ ସେବା ପହଁଚି ପାରିବ ଆଉ ଲୋକେ ଉପକୃତ ହୋଇପାରିବେ ସେନେଇ ଆଲୋଚନା ହୋଇଛି । ତେବେ ଲକ୍ଷ୍ମୀ ପରିବହନକୁ ନେଇ କୁଇଜ ପ୍ରତିଯୋଗିତା ହୋଇଥିବା ଅତିଥି ମାନେ ବେଳେ କୁଇଜ ପ୍ରତିଯୋଗିତା ନୁହେଁ ପରିବହନକୁ ନେଇ ସଚେତନ ସୃଷ୍ଟି କରିବାର ଏହା ମାଧ୍ୟମ ବୋଲି ମତ ଦେଇଥିଲେ । ତେଣୁ ଏହି କାର୍ଯ୍ୟକ୍ରମ ମଧ୍ୟମରେ ଲକ୍ଷ୍ମୀ ଯୋଜନାର ଆଭିମୁଖ୍ୟ ଓ ଉପକାରିତା ଜାଣିପାରିଥିଲେ ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ ... ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ ଧର୍ମଘଟ, ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ

ଏହି କୁଇଜ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଓ ସମ୍ମାନିତ ଅତିଥି ଭାବରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିବହନ ସେବାର ବିଶେଷତ୍ୱ ଓ ସଚେତନତା ଦିଗରେ ବୁଝାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଲକ୍ଷ୍ମୀ ଯୋଜନାର ବୈପ୍ଳବିକ ଆଭିମୁଖ୍ୟ ଓ ଉପକାରିତା ଏବଂ ଗୁରୁତ୍ଵ ବିଷୟରେ ଉପସ୍ଥିତ ଲୋକଙ୍କୁ କହିଥିଲେ ସିଦ୍ଧାନ୍ତ ମହାପାତ୍ର । ରାଜ୍ୟରୁ ଆନ୍ତଜାର୍ତୀୟ ସ୍ତରରେ ପରିବହନ ବ୍ୟବସ୍ଥା ନେଇ କୁଇଜ ମାଷ୍ଟର ପ୍ରଶ୍ନ କରିଥିଲେ ।

ଲକ୍ଷ୍ମୀ ଯୋଜନା ବାବଦରେ ଜାଣିବା ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଇଥିଲେ । ଲକ୍ଷ୍ମୀର ପୁରା ଅର୍ଥ କଣ । କେଉଁଠାରେ ପ୍ରଥମେ ଶୁଭାରମ୍ଭ ହୋଇଥିଲା । ଏହି ଯୋଜନା ଦ୍ବାରା ଗ୍ରାମାଞ୍ଚଳ ଆର୍ଥିକ ଓ ଯୋଗାଯୋଗର କେମିତି ବିକାଶ ହୋଇଛି ଏବଂ ପରିବହନ ବିଭାଗର ବ୍ୟବସ୍ଥାକୁ ନେଇ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରତିଯୋଗୀ । କୁଇଜ୍‌ ପ୍ରତିଯୋଗିତା ବ୍ୟତୀତ ପଥପ୍ରାନ୍ତ ନାଟକର ଆୟୋଜନ ହୋଇଥିଲା । ପରିବହନ ଓ ସମାଜରେ ଲକ୍ଷ୍ମୀ ବସ୍‌ ଯୋଜନାର ପ୍ରଭାବକୁ ଜୀବନ୍ତ କରିଥିଲେ କଳାକାର । ଶେଷରେ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.