ETV Bharat / state

ସ୍ଥଗିତ ହୋଇନି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ସନ୍ଧ୍ୟାରେ ନିଷ୍ପତ୍ତି ନେବ ସଙ୍ଘ

author img

By ETV Bharat Odisha Team

Published : Jan 6, 2024, 6:52 PM IST

Quit steering wheel: ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ତେବେ ଆନ୍ଦୋଳନକୁ ସ୍ଥଗିତ ରଖାଯିବ କି ନାହିଁ ସେ ନେଇ ସଙ୍ଘ ସନ୍ଧ୍ୟାରେ ନିଷ୍ପତ୍ତି ନେବ ବୋଲି କହିଛି । ଅଧିକ ପଢନ୍ତୁ

ସନ୍ଧ୍ୟାରେ ନିଷ୍ପତ୍ତି ନେବ ସଙ୍ଘ
ସନ୍ଧ୍ୟାରେ ନିଷ୍ପତ୍ତି ନେବ ସଙ୍ଘ
ସନ୍ଧ୍ୟାରେ ନିଷ୍ପତ୍ତି ନେବ ସଙ୍ଘ

ଭୁବନେଶ୍ବର: ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ ନେଇ ସନ୍ଧ୍ୟାରେ ନିଆଯିବ ନିଷ୍ପତ୍ତି । ଏ ନେଇ ଡ୍ରାଇଭର ମହାସଙ୍ଘ ସଭାପତି ପ୍ରଶାନ୍ତ ମାଣ୍ଡୁଲି ସୂଚନା ଦେଇଛନ୍ତି । ଆନ୍ଦୋଳନ ସ୍ଥଗିତ ହୋଇଯାଇଛି ବୋଲି ଏକ ମିଥ୍ୟା ଭିଡିଓ ଘୁରୁ ବୁଲିଛି । ଏହା ସତ୍ୟ ନୁହେଁ ବୋଲି ସେ କହିଛନ୍ତି । ସେପଟେ ଆନ୍ଦୋଳନ ସ୍ଥଗିତ ନେଇ ପରିବହନ କମିଶନର ଡ୍ରାଇଭର ମହାସଙ୍ଘ ସହିତ ବୈଠକ କରିଥିଲେ । କମିଶନରଙ୍କ କହିବାନୁସାରେ ବୈଠକ ସଫଳ ହୋଇଛି । ଆନ୍ଦୋଳନ ସ୍ଥଗିତ ନେଇ ସଙ୍ଘ ପକ୍ଷରୁ ଖୁବଶୀଘ୍ର ଘୋଷଣା କରାଯିବ ।

ତେବେ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲା ଡ୍ରାଇଭର ମହାସଂଘ । ଏନେଇ ୩ ଦିନ ଧରି ପରିସ୍ଥିତି ଅଣାୟତ୍ତ ପରେ ଶେଷରେ ପରିବହନ କମିଶନର ଡାକି ଆଲୋଚନା କରିଥିଲେ । ଆଲୋଚନାରେ ବିଶେଷ କରି ଦୁର୍ଘଟଣା ଘଟାଇଲେ ନୂତନ ଆଇନ ନ୍ୟାୟ ସଂହିତାରେ ୧୦ବର୍ଷ ଜେଲ ଦଣ୍ଡ ସହ ୭ଲକ୍ଷ ଟଙ୍କା ଦେବାର ନିୟମକୁ ଘୋର ବିରୋଧ କରିଥିଲା ଡ୍ରାଇଭର ସଙ୍ଘ । ବୈଠକରେ କେନ୍ଦ୍ରର ଏହି ନୂଆ ଆଇନକୁ ନେଇ ଆଲୋଚନା କରାଯାଇଥିଲା । ଏ ନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେବେ ସେ ନେଇ ବିଚାର ବିମର୍ଶ କରାଯାଇଛି । ସେହିପରି ଯେଉଁ ଡ୍ରାଇଭରମାନେ ମୃତ୍ୟୁବରଣ କରିବେ ସେ ନେଇ ରାଜ୍ୟ ସରକାର ଗତ ଜୁନ ମାସରେ ଏକ ୪ଲକ୍ଷର ଇନସୁରାନ୍ସ ଘୋଷଣା କରିଥିଲେ । ସେହିପରି ଡ୍ରାଇଭରମାନଙ୍କ ପାଇଁ ଶୌଚାଳୟ ଓ ରେଷ୍ଟ ରୁମ ପାଇଁ ସରକାର ଏନେଇ ବିଭିନ୍ନ ସ୍ଥାନରେ ଜାଗା ଚିହ୍ନଟ କରାଯାଇଛି ।

ଏହା ବି ପଢନ୍ତୁ- ଖୋର୍ଦ୍ଧାରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ବିଭିନ୍ନ ଆରଟିଓ ଜରିଆରେ ସର୍ଭେ ଚାଲିଛି । ଏହି ୩ଟି ଦିଗରେ ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ କରିବା ଲାଗି ସଙ୍ଘ ରାଜି ହୋଇଥିବା ନେଇ ବାଣିଜ୍ୟ ଓ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ଏହା ସହ ଡ୍ରାଇଭର ମହାସଙ୍ଘ କର୍ମକର୍ତ୍ତାଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେପଟେ ଏନେଇ ଡ୍ରାଇଭର ଏକତା ମଞ୍ଚର ସମ୍ପାଦକ ମାନସ ଦେବତା କହିଛନ୍ତି, " ଆମେ ଚେକ୍ ପାଇନାହୁଁ । କିନ୍ତୁ ଆଲୋଚନା ସଠିକ ଭାବେ ହୋଇଛି ।"

ଏହା ବି ପଢନ୍ତୁ- ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ବୌଦ୍ଧରେ ଷ୍ଟିୟରିଂ ଛାଡ ଆନ୍ଦୋଳନ

ସୂଚନା ଥାଉ କି ଭାରତ ସରକାରଙ୍କ ଆଇପିସି 160 କ୍ଲଜ 2କୁ ବିରୋଧ କରି ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଥିଲା । ବିଗତ ୩ ଦିନ ଧରି ଏହାକୁ ନେଇ ପଲ୍ଲୀଠୁ ଦିଲ୍ଲୀ ପର୍ଯନ୍ତ ଆନ୍ଦୋଳନ ଜାରି ରହିଥିଲା । ଭାରତ ସରକାରଙ୍କ ଗୃହ ବିଭାଗ ମନ୍ତ୍ରୀ ଅମିତ ଶାହ ଏହି ନୂଆ ନିୟମ ଆଣିଥିଲେ । ଏହାକୁ ଡ୍ରାଇଭର ମହାସଙ୍ଘ ଦୃଢ ଭାବରେ ବିରୋଧ କରିଥିଲା । ଏହି ଆଇନକୁ କଳା ଆଇନ କହିଥିଲା ସଙ୍ଘ । ଡ୍ରାଇଭରମାନଙ୍କ କହିବା କଥା କେହି କେବେ ଜାଣିଶୁଣି ଦୁର୍ଘଟଣା ଘଟାଏ ନାହିଁ, ଏହା ଯଦି ହୁଏ କେହି ଡ୍ରାଇଭର ଡ୍ରାଇଭିଂ କରିବେ ନାହିଁ । ଫଳରେ ଜରୁରୀକାଳୀନ ସ୍ଥିତି ଉପୁଜିବା ସହ ଦରଦାମ ବୃଦ୍ଧି ପାଇବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.