ETV Bharat / state

ଦଳୀୟ ଅନୁଶାସନ ଭାଙ୍ଗୁଛନ୍ତି ସୌମ୍ୟ, ଦଳ ଛାଡି ସମ୍ପାଦକୀୟ ଲେଖନ୍ତୁ: ପ୍ରତାପ ଦେବ

author img

By ETV Bharat Odisha Team

Published : Sep 9, 2023, 8:13 PM IST

ପ୍ରତାପ କହିଛନ୍ତି ଯେ, ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ନିଜ ନିଜର ମତ ରଖିପାରିବେ । ତାହା ଉପରେ କାହାର ସନ୍ଦେହ କିମ୍ବା କଟକଣା ନାହିଁ । କିନ୍ତୁ ଗଣତାନ୍ତ୍ରିକ ପଦ୍ଧତି ଭିତରେ ଯେତେବେଳେ ନିର୍ଦ୍ଦିଷ୍ଟ ଦଳରେ ଅଛନ୍ତି, ନିର୍ଦ୍ଦିଷ୍ଟ ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି । ଦଳୀୟ ଟିକେଟରେ ନିର୍ବାଚନ ଜିତିଛନ୍ତି । ଅଧିକ ପଢନ୍ତୁ

ଦଳୀୟ ଅନୁଶାସନ ଭାଙ୍ଗୁଛନ୍ତି ସୌମ୍ୟ; ଦଳ ଛାଡ, ସମ୍ପାଦକୀୟ ଲେଖ : ପ୍ରତାପ ଦେବ

ଭୁବନେଶ୍ବର: ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ନିଜ ନିଜର ମତ ରଖିପାରିବେ । ଦଳୀୟ ବିଧାୟକ ହୋଇ ବାରମ୍ବାର ଦଳ ଏବଂ ସରକାରଙ୍କୁ ଟାର୍ଗେଟ କରିବାକୁ ବ୍ଲାକମେଲ ବୋଲି କୁହାଯାଏ । ଉଦ୍ଦେଶ୍ୟମୂଳକ ଭାବେ ଦଳ ବିରୋଧରେ ନଲେଖି ଯଦି କିଛି କହିବାର ଅଛି ତାହେଲେ ଦଳୀୟ ପ୍ଲାଟଫର୍ମରେ କୁହନ୍ତୁ । ଯଦି ଦଳ କଥା ମାନୁନାହାନ୍ତି ତାହାଲେ ଦଳରୁ ଇସ୍ତଫା ଦେଇ ଦିଅନ୍ତୁ । ସମ୍ପାଦକୀୟ ଲେଖନ୍ତୁ ବୋଲି ସିଧାସଳଖ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଅଧିକ ପଢନ୍ତୁ- ଅତନୁଙ୍କୁ ସୌମ୍ୟ ବାଣ; ‘ପାଟକୁରା ଗାନ୍ଧୀଙ୍କ ପୁଅ ଡାହା ମିଛ କଥା କହିବା ଶୋଭନୀୟ ନୁହେଁ’

ପ୍ରତାପ କହିଛନ୍ତି ଯେ, ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ନିଜ ନିଜର ମତ ରଖିପାରିବେ । ତାହା ଉପରେ କାହାର ସନ୍ଦେହ କିମ୍ବା କଟକଣା ନାହିଁ । କିନ୍ତୁ ଗଣତାନ୍ତ୍ରିକ ପଦ୍ଧତି ଭିତରେ ଯେତେବେଳେ ନିର୍ଦ୍ଦିଷ୍ଟ ଦଳରେ ଅଛନ୍ତି, ନିର୍ଦ୍ଦିଷ୍ଟ ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି । ଦଳୀୟ ଟିକେଟରେ ନିର୍ବାଚନ ଜିତିଛନ୍ତି । ଦଳ ଓ ସରକାରଙ୍କ ବିରୋଧରେ ବା ନୀତି ବିରୋଧରେ ସମାଲୋଚନା କରିବା ସମ୍ପୂର୍ଣ୍ଣ ଭାବେ ଅମୂଳକ ଅଟେ । ଏହାକୁ ବ୍ଲାକମିଲିଂ ଟାକ୍ଟିସ ବୋଲି କୁହାଯାଇପାରେ । ସୌମ୍ୟ ବାବୁ ଜଣେ ଶିକ୍ଷିତ, ଜ୍ଞାନୀ ଓ ଗୁଣି ଲୋକ । ତାଙ୍କୁ ଉପଦେଶ ଦେବା ଦରକାର ନାହିଁ । କିନ୍ତୁ ସମସ୍ତ କଥା ଭିତରେ ସୌମ୍ୟ ବାବୁ ଜାଣିବା ଦରକାର ଯେ ସେ ଜଣେ ବିଧାୟକ । ବିଜୁ ଜନତା ଦଳ ଭିତରେ ଅଛନ୍ତି । ନିର୍ଦ୍ଦିଷ୍ଟ ନେତାଙ୍କୁ ସେ ମାନିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି, ଏହି ପ୍ରସଙ୍ଗରେ ସେ ଆର୍ଟିକିଲ ଲେଖୁଛନ୍ତି । ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତି ବିଶେଷ ଯାଉନାହାନ୍ତି । ମୁଖ୍ୟମନ୍ତ୍ରୀ ଏ ନେଇ ସ୍ପଷ୍ଟ ମତ ରଖିଛନ୍ତି । ଏସବୁ ହେବା ପରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆକ୍ରୋଶ ମୂଳକ ଭାବେ ଇଙ୍ଗିତ କରିବା ସମୁଚିନ ନୁହେଁ ।

ଅଧିକ ପଢନ୍ତୁ- ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ; କହିଲେ ଦଳର ହିତ ପାଇଁ ଲେଖୁଛି, ଅନୁଶାସନ ଭାଙ୍ଗିନି

ସୌମ୍ୟ ବାବୁ ଯଦି ଜଣେ ସ୍ଵାଧୀନ ବ୍ୟକ୍ତିତ୍ୱ ହୋଇଥାନ୍ତେ, ସେ ଯାହା କହିଥିଲେ ତାହାଲେ କୌଣସି ପ୍ରଭାବ ପଡି ନଥାନ୍ତା । ଦଳୀୟ ପ୍ଲାଟଫର୍ମରେ ନକହି ଏକପାଖିଆ ଭାବେ ସେ କଥା ଆଲୋଚନା କରୁଛନ୍ତି, ତାହାକୁ ବ୍ଲାକମିଲିଂ ବୋଲି କୁହାଯାଏ । ଯଦି ଦଳର ନୀତି ବା ଶୃଙ୍ଖଳା ମାନୁନାହାନ୍ତି, ତେଣୁ ଆପଣ ସେ ଦଳରେ ରହିବା ଅନୁଚିତ । ଘର ଭିତରେ ଥାଇ ଘର ଭିତରୁ ଆଲୋଚନା, ସମାଲୋଚନା କରିବା ନିଶ୍ଚୟ ଭାବେ ଅନୁଶାସନ ଭଙ୍ଗ କରୁଛି । ଯଦି ତାଙ୍କର କିଛି କହିବାର ଅଛି ତେବେ ସେ ଦଳରୁ ବାହାରି ଯାଇ କୁହନ୍ତୁ । ବିଜୁ ଜନତା ଦଳ ଭିତରେ ଅନେକଙ୍କର ଏହି ମତ । ସୌମ୍ୟ ବାବୁ ଛୋଟ ପିଲା ନୁହଁନ୍ତି । ରାଜନୀତିରେ ଢେର ଅଭିଜ୍ଞତା ଅଛି । ସାଂସଦ ଥିଲେ । ଅତୀତରେ ଅନେକ ଦଳରେ ସେ ଥିଲେ । ବିଜୁ ଜନତା ଦଳ ସମସ୍ତଙ୍କୁ ଆପଣେଇଛି । ସୁଯୋଗ ଦେଇଛି । ତାଙ୍କ ପରି ଜ୍ଞାନୀ ଲୋକ ସୁଯୋଗ ପାଇସାରିବା ପରେ ସମାଲୋଚନାକୁ ଆସିବେ କଣ କୁହାଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.