ETV Bharat / state

Odisha Politics: ଧର୍ମୀୟ ରାଜନୀତିର ନୂଆ ବ୍ୟାଟେଲ ଫିଲ୍ଡ ସମ୍ବଲପୁର !

ସମ୍ବଲପୁରରେ ସୃଷ୍ଟି ହୋଇଥିବା ଧର୍ମୀୟ ହିଂସା ଓ ପରବର୍ତ୍ତୀ ରାଜନୈତିକ ପ୍ରକରଣରୁ ଏଭଳି କିଛି ପ୍ରଶ୍ନ ଉଠିବାରେ ଲାଗିଛି । ଏବେ ଧର୍ମୀୟ ରାଜନୀତିର ନୂଆ ବ୍ୟାଟେଲ ଫିଲ୍ଡ ହୋଇଛି ସମ୍ବଲପୁର । ରାଜନୈତିକ ଫାଇଦା ହାସଲ ଲାଗି ସମ୍ବଲପୁର ଓ ସମ୍ବଲପୁରବାସୀଙ୍କୁ ମୋହରା ସଜେଇଛନ୍ତି ରାଜନୈତିକ ଦଳ । ଅଧିକ ପଢନ୍ତୁ

author img

By

Published : May 4, 2023, 10:07 PM IST

Etv Bharat
Etv Bharat
ଧର୍ମୀୟ ରାଜନୀତିର ନୂଆ ବ୍ୟାଟେଲ ଫିଲ୍ଡ ସମ୍ବଲପୁର !

ଭୁବନେଶ୍ବର: ସମ୍ବଲପୁର ସାମ୍ପ୍ରଦାୟିକ ହିଂସାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଥିବା ରାଜନୀତି ଭିନ୍ନ ରୂପ ନେବାରେ ଲାଗିଛି । ରାଜ୍ୟରେ ଧ୍ରୁବିକରଣ ରାଜନୀତିର ପୂର୍ବାଭାସ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ । ଧର୍ମୀୟ ହିଂସାକାଣ୍ଡକୁ ରାଜନୈତିକ ଅସ୍ତ୍ର କରି ବିଜେଡି ଓ ବିଜେପି ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛି କଂଗ୍ରେସ । ନିର୍ଦ୍ଦିଷ୍ଟ ରାଜନେତାଙ୍କ ଶୂନ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ବିଜେପି ହିଂସାକୁ ଉସୁକେଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ବିଜେଡ଼ି । ନିର୍ଦ୍ଧିଷ୍ଟ ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟର ଭୋଟ ହାତେଇବା ଲାଗି ହିନ୍ଦୁ ସମ୍ପ୍ରଦାୟଙ୍କ ପ୍ରତି ସରକାର ଅନ୍ୟାୟ କରିଥିବା ବିଜେପି ଅଭିଯୋଗ କରୁଛି ।

ଏହାବି ପଢନ୍ତୁ- ଆଟ୍ରୋସିଟି ମାମଲା ବଢୁଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟରେ ଆରମ୍ଭ ହୋଇଛି କି ଧର୍ମ ରାଜନୀତି ? ରାଜନୀତି ପାଇଁ ହିଂସାକୁ ଅସ୍ତ୍ର କରୁଛନ୍ତି ରାଜନୈତିକ ଦଳ ହିନ୍ଦୁ ସମ୍ପ୍ରଦାୟଙ୍କ ପ୍ରତି ଅନ୍ୟାୟ କରିଛନ୍ତି ସରକାର ? ନିର୍ଦ୍ଦିଷ୍ଟ ରାଜନେତାଙ୍କ ଶୂନ୍ୟ ଭିତ୍ତିଭୂମି ସୁଦୃଢ ଲକ୍ଷ୍ୟରେ କି ବିଜେପି ?

ସମ୍ବଲପୁରରେ ସୃଷ୍ଟି ହୋଇଥିବା ଧର୍ମୀୟ ହିଂସା ଓ ପରବର୍ତ୍ତୀ ରାଜନୈତିକ ପ୍ରକରଣରୁ ଏଭଳି କିଛି ପ୍ରଶ୍ନ ଉଠିବାରେ ଲାଗିଛି । ଏବେ ଧର୍ମୀୟ ରାଜନୀତିର ନୂଆ ବ୍ୟାଟେଲ ଫିଲ୍ଡ ହୋଇଛି ସମ୍ବଲପୁର । ରାଜନୈତିକ ଫାଇଦା ହାସଲ ଲାଗି ସମ୍ବଲପୁର ଓ ସମ୍ବଲପୁରବାସୀଙ୍କୁ ମୋହରା ସଜେଇଛନ୍ତି ରାଜନୈତିକ ଦଳ । ସମ୍ବଲପୁର ଧର୍ମୀୟ ହିଂସାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜଧର୍ମର ପାଠ ପଢାଇଥିଲା ବିଜେପି । ଏହାକୁ ନେଇ ଚିହିଁକୁ ଉଠିଥିଲା ଶାସକ ଦଳ । ନାଁ ନନେଇ ଧର୍ମେନ୍ଦ୍ରଙ୍କ ରାଜନୈତିକ ଆକାଂକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ । ସମ୍ବଲପୁର ଲୋକସଭା ଆସନରୁ ଲଢିବାକୁ ଉଚ୍ଚାକାଂକ୍ଷା ରଖିଥିବା ବିଜେପି ନେତାଙ୍କ ପ୍ର‌ରୋଚନାରେ ହିଂସା ଘଟଣାକୁ ଉଜ୍ଜୀବିତ ରଖିବାକୁ ଉଦ୍ୟମ ହେଉଥିବା ବିଜେଡି ଅଭିଯୋଗ କରିଥିଲା।

ସେପଟେ ସମ୍ବଲପୁର ହିଂସାର ଯାଞ୍ଚ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗଠନ କରିଥିବା ବିଜେପି ସଂସଦୀୟ କମିଟି ସମ୍ବଲପୁର ଗସ୍ତ କରି ଘଟଣାର CBI ତଦନ୍ତ ଦାବି କରିଛି । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେଡି ଓ ବିଜେପି ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଉଭୟ ବିଜେଡି ଓ ବିଜେପି ଠାକୁରଙ୍କ ନାଁରେ ରାଜନୀତି କରୁଛନ୍ତି, ତାହା ବରଦାସ୍ତ କରାଯିବ ନାହିଁ ବୋଲି ସୁର କହିଛନ୍ତି । ରାଜନୈତିକ ସମୀକ୍ଷକ କହିଛନ୍ତି, ଏହି ଘଟଣାକୁ ରାଜନୈତିକ ପ୍ରସଙ୍ଗ ଭାବେ ରଖିବାକୁ ବିଜେପି ଚାହୁଁଛି । ପ୍ରସଙ୍ଗକୁ ବଞ୍ଚେଇ ରଖିବା ପଛରେ ରହିଛି ବିଜେପିର ଦୀର୍ଘମିଆଦି ରାଜନୈତିକ ଲକ୍ଷ୍ୟ । କାରଣ ସମ୍ବଲପୁର ଓ ପଶ୍ଚିମ ଓଡିଶାରେ ବିଜେପିର ଭିତ୍ତିଭୂମି ଉପକୂଳ ଓଡ଼ିଶାଠାରୁ ଅଧିକ । ତେଣୁ ଏହାକୁ ସୁଯୋଗ ବୋଲି ଧରିଛି ବିଜେପି । ଓଡିଶାରେ ଧ୍ରୁବିକରଣ ରାଜନୀତି ସଫଳ ହୋଇନଥିବାରୁ ବିଜେପି ଲାଗି ଏହା ବୁମେରାଙ୍ଗ ମଧ୍ୟ ହୋଇପାରେ ବୋଲି ରବି ଦାସ କହିଛନ୍ତି ।

ତେବେ ଝାରସୁଗୁଡା ଉପ ନିର୍ବାଚନର ଫଳାଫଳ ଓଡିଶାରେ ଧ୍ରୁବିକରଣ ରାଜନୀତିର ଗତି ନିର୍ଦ୍ଧାରଣ କରିବ ବୋଲି ଚର୍ଚ୍ଚା ହେଉଛି । ଧ୍ରୁବିକରଣ ରାଜନୀତିର ନୂଆ ପଶାପାଲି ସାଜିଥିବା ସମ୍ବଲପୁର ଏହାକୁ କିଭଳି ଗ୍ରହଣ କରୁଛନ୍ତି ଏବେ ତାରି ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.