ETV Bharat / state

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂର ଦ୍ବିତୀୟ ଦିନ: ସ୍କାନିଂ ପରେ ଡକ୍ୟୁମେଣ୍ଟେସନ୍ - ଏଏସଆଇ

Laser scanning: ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ। ବାହାର ପଟ କାନ୍ଥରେ ସ୍କାନିଂ ପରେ ରତ୍ନଭଣ୍ଡାରର ଉତ୍ତର ପାର୍ଶ୍ଵରେ ସ୍କାନିଂ । ଅଧିକ ପଢ଼ନ୍ତୁ,

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂର ଦ୍ବିତୀୟ ଦିନ: ସ୍କାନିଂ ପରେ ଡକ୍ୟୁମେଣ୍ଟେସନ୍

author img

By ETV Bharat Odisha Team

Published : Nov 29, 2023, 1:16 PM IST

ପୁରୀ: ଦ୍ବିତୀୟ ଦିନରେ ପହଞ୍ଚିଛି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ପ୍ରଥମ ଦିନରେ ବାହାର ପଟ କାନ୍ଥରେ ସ୍କାନିଂ ଶେଷ ହେବା ପରେ ଦ୍ବିତୀୟ ଦିନରେ ରତ୍ନଭଣ୍ଡାରର ଉତ୍ତର ପାର୍ଶ୍ଵରେ ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଲେଜର ସ୍କାନିଂ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଡକ୍ୟୁମେଣ୍ଟେସନ କରାଯିବ। ଏହାପରେ ଉଠାଯାଇଥିବା ଫଟୋ ଦେଖି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରାଯିବ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଜାରି ରହିଛି। ଗତକାଲିଠାରୁ(ମଙ୍ଗଳବାର) ଆରମ୍ଭ ହୋଇଥିବା ଲେଜର ସ୍କାନିଂ ଦ୍ବିତୀୟ ଦିନରେ ପହଞ୍ଚିଛି। ଲାଇଟ୍ କମି ଯିବାରୁ ଗତକାଲି ଲେଜର ସ୍କାନିଂ ସମ୍ପୂର୍ଣ ହୋଇପାରି ନଥିଲା। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଦିନରେ ରତ୍ନଭଣ୍ଡାରର ବାହାର୍ ପଟ କାନ୍ଥରେ 37 ଟି ପଏଣ୍ଟରେ ସ୍କାନିଂ କରାଯାଇଛି। ତେବେ ଉତ୍ତର ପାର୍ଶ୍ଵ ରେ ସ୍କାନିଂ କରାଯାଇ ନାହିଁ। ଆଜି (ବୁଧବାର) ଏହି କାର୍ଯ୍ଯ କରାଯାଉଛି। ଏହାପରେ ଅନେକ ପ୍ରକ୍ରିୟା ରହିଛି। କ୍ୟାମେରାରେ ସ୍କାନିଂ ହୋଇଥିବା ଫଟୋକୁ ଡକୁମେଣ୍ଟଟେସନ କରାଯିବ। ତା ପରେ ଫଟୋରୁ ରତ୍ନଭଣ୍ଡାର ସ୍ଥିତି କିଭଳି ରହିଛି, ତାହା ଅନୁଧ୍ୟାନ କରାଯିବ।

ଏହା ମଧ୍ୟ ପଢ଼ନ୍ତୁ: ରତ୍ନଭଣ୍ଡାର ଲେଜର ସ୍କାନିଂ : ପ୍ରଥମ ଦିନ ୪ ଘଣ୍ଟାରେ ୩୭ଟି ପଏଣ୍ଟରେ ସ୍କାନିଂ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଲେଜର ସ୍କାନିଂ ଦୁଇ ଦିନ ହେଲା ଚାଲିଛି। ଏଥିପାଇଁ ଏଏସଆଇର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଲେଜର ସ୍କାନିଂ ଆରମ୍ଭ ହୋଇଛି। ବିଶେଷ କରି ରତ୍ନଭଣ୍ଡାରର ବାହାର ପାର୍ଶ୍ୱରେ ସ୍ଥିତି କ'ଣ ରହିଛି ତାହା ଜାଣିବା ପାଇଁ ଏହି ଲେଜର ସ୍କାନିଂ କରାଯାଉଛି। ଲେଜର ସ୍କାନିଂରେ ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ଅଧିକ୍ଷୀକ କହିଛନ୍ତି।

ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଗବେଷକଙ୍କ ମହଲରେ ବାରମ୍ବାର ଦାବି ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ସ୍ଥିତି କିଭଳି ରହିଛି ତା'ର ଅନୁଧ୍ୟାନ ପାଇଁ ଏଏସାଆଇକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି କ୍ରମରେ ଗତକାଲି (ମଙ୍ଗଳବାର) ଏଏସଆଇ ଟିମ୍ ଅତ୍ୟାଧୁନିକ ଥ୍ରୀଡି କ୍ୟାମେରା ସାହାଯ୍ୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ଯାଞ୍ଚ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା।

ଶ୍ରୀମନ୍ଦିରରେ ଅନେକ ଗୁଡ଼ିଏ କଳାକୃତୀ ନଷ୍ଟ ହୋଇଯାଇଥିବା ବେଳେ ଏହି ପଥରକୁ ବଦଳାଇ ପୂର୍ବରୁ ଥିବା କଳାକୃତି ଅନୁଯାୟୀ ପଥର ସ୍ଥାନିତ କରାଯିବାକୁ ନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଛି। ଆସନ୍ତା 2024 ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ପୁର୍ବରୁ ରତ୍ନ ଭଣ୍ଡାର ସ୍ଥିତି କିଭଳି ରହିଛିି ତାହା ଜାଣିବା ପାଇଁ ଏଏସଆଇ ପକ୍ଷରୁ ଲେଜର ସ୍କାନିଂ କରାଯାଉଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.