ETV Bharat / state

ଧମାଲ କରୁଛି ଫିଲ୍ମ ‘ପୁଷ୍କରା’, ଭିନ୍ନ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଜିଣୁଛି ଦର୍ଶକ ମନ

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ । ବର୍ତ୍ତମାନ ଏହି ଚଳଚ୍ଚିତ୍ର ଓଡ଼ିଆ ଦର୍ଶକଙ୍କ ମନ ଜିଣୁଛି । ପ୍ରେକ୍ଷାଳୟରେ ଫିଲ୍ମ ଦେଖିବାକୁ ଲାଗିଛି ଲୋକଙ୍କ ଜବରଦସ୍ତ ଭିଡ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 26, 2023, 11:50 AM IST

ଫିଲ୍ମ ପୁଷ୍କରା
ଫିଲ୍ମ ପୁଷ୍କରା
ଓଡ଼ିଆ ଚଳଚିତ୍ର ପୁଷ୍କରା ଜିଣୁଛି ଓଡ଼ିଆ ଦର୍ଶକଙ୍କ ମନ

ଭୁବନେଶ୍ବର: ସମସ୍ତ ପ୍ରତୀକ୍ଷାର ଅବସାନ ଘଟାଇ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ । ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ବର୍ତ୍ତମାନ ଓଡ଼ିଆ ଦର୍ଶକଙ୍କ ମନ ଜିଣୁଛି । ପ୍ରେକ୍ଷାଳୟରେ ଫିଲ୍ମ ଦେଖିବାକୁ ଲାଗିଛି ଲୋକଙ୍କ ଜବରଦସ୍ତ ଭିଡ଼ । ରିଲିଜ୍‌ର ୭ ଦିନ ପରେ ବି ଓଡ଼ିଆ ଫିଲ୍ମ ପୁଷ୍କରା ପାଇଁ ହଲରେ କ୍ରେଜ୍‌ ବଢ଼ି ଚାଲିଛି । ଏନେଇ ରାଜଧାନୀର ମହାରାଜା ହଲରେ ଦର୍ଶକଙ୍କ ଭିଡ଼ ସହ ଦେଖିବାକୁ ମିଳିଛି ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ପାଇବା ।

ଫିଲ୍ମ ପାଇଁ ହାଉସ୍‌ଫୁଲ୍‌ ରହିଥିବା ବେଳେ ବେଶ୍‌ ଖୁସି ହୋଇ ଦର୍ଶକ ପ୍ରେକ୍ଷାଳୟରୁ ବାହାରୁଥିବା ଦେଖିବାକୁ ମିଳିଛି । ତେଣୁ ଏହି ସିନେମାକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା କ’ଣ ରହିଛି ଖୋଦ୍‌ ସବ୍ୟସାଚୀ ପ୍ରେକ୍ଷାଳୟ ଆସି ପଚାରି ବୁଝିଛନ୍ତି । ଫିଲ୍ମ ଉପରେ ମତାମତ ନେଇ ସିନେପ୍ରେମୀଙ୍କ ସହ ଫଟୋ ଉଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Pushkara: ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପୁଷ୍କରା'ର ଟ୍ରେଲର

‘ପୁଷ୍କରା’ ଏକ ଫିଲ୍ମ ନୁହଁ ବରଂ ହଜିଯାଉଥିବା କୌଳିକ ବୃତ୍ତି, ସଂସ୍କୃତି ଓ ପରମ୍ପରା ମଧ୍ୟରେ ବଞ୍ଚିଥିବା ଏକ ରହସ୍ୟମୟ ଚରିତ୍ର । ଫିଲ୍ମର ଭିନ୍ନ ଏକ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବା ନେଇ ଆଶା କରାଯାଉଛି। ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ । ଫିଲ୍ମକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି ଯେ, ଏଇ ମାଟି ପାଣି ଓ ପବନରେ ବଞ୍ଚିଥିବା ଗୋଟିଏ ରହସ୍ୟମୟ ଚରିତ୍ରକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ପୁଷ୍କରା । ଏହି ସିନେମାରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେ ଖୁବ୍ ଖୁସି ଅଛନ୍ତି । ‘ପୁଷ୍କରା’ ତାଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେବ ବୋଲି ସବ୍ୟସାଚୀ ଆଶା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Pushkara: ଫିଲ୍ମରେ ନଜର ଆସିବେ ସ୍ବର୍ଗତ ପିଣ୍ଟୁ ନନ୍ଦ, ପ୍ରଥମ ଲୁକ୍ ଆଉଟ୍

ଉଲ୍ଲେଖନୀୟ ଯେ, କିଛି ଦିନ ତଳେ ‘ପୁଷ୍କରା’ର ଟ୍ରେଲର ରିଲିଜ୍‌ ହୋଇଥିଲା । ଏଥିରେ ଅଭିନେତା ସବ୍ୟସାଚୀଙ୍କ ବିଭିନ୍ନ ରୂପ ଦେଖିବାକୁ ମିଳିଥିଲା । କେତେବେଳେ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ଆଉ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି । ପୁଷ୍କରା ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ଓଲିଉଡ୍‌ର ଅଭିନେତ୍ରୀ ସୁପ୍ରିୟା । ଏହା ସବ୍ୟସାଚୀ-ସୁପ୍ରିୟାଙ୍କର ପ୍ରଥମ ସିନେମା । ଏଥିରେ ଚୌଧୁରୀ ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.