ETV Bharat / state

ପୁଣି କାୟା ମେଲାଉଛି କୋଭିଡ୍‌, ସବୁ ମେଡିକାଲରେ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

author img

By

Published : Mar 27, 2023, 9:08 PM IST

ରାଜ୍ୟରେ ପୁଣି ବଢ଼ୁଛି କୋଭିଡ ମାମଲା । ଏନେଇ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । ଅକ୍ସିଜେନ ସିଲିଣ୍ଡର ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢ଼ନ୍ତୁ

ସବୁ ମେଡିକାଲରେ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବୃଦ୍ଧି ପାଉଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଓ ହସ୍ପିଟାଲରେ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । ଦେଶରେ କୋଭିଡ୍‌ ମାମଲା ବଢୁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସହ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏହାପରେ ଓଡ଼ିଶାର ସମସ୍ତ ୪ ମେଡିକାଲ କଲେଜ ହସ୍ପିଟାଲରେ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଟକ, ବ୍ରହ୍ମପୁର, ବୁର୍ଲା ଓ କୋରାପୁଟରେ ୨୦ଟି ଲେଖାଏଁ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । କୋଭିଡ ରୋଗୀଙ୍କ ପାଇଁ ଅତିକମରେ ଦୁଇଟି ICU ବେଡ୍ ସହିତ ୨୦ଟି ଶଯ୍ୟା ଚିହ୍ନଟ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ ବୃଦ୍ଧି ପାଉଛି କୋଭିଡ ପଜିଟିଭ ମାମଲା । ଏନେଇ ସମସ୍ତ ହସ୍ପିଟାଲରେ ବେଡ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଟକର SCB ମେଡିକାଲ କଲେଜ ହସ୍ପିଟାଲ, ବ୍ରହ୍ମପୁରର MKCG ମେଡିକାଲ କଲେଜ ହସ୍ପିଟାଲ, ବୁର୍ଲାର VIMSAR ମେଡିକାଲ କଲେଜ ହସ୍ପିଟାଲ ଓ କୋରାପୁଟର SLN ମେଡିକାଲ କଲେଜ ହସ୍ପିଟାଲରେ ୨୦ଟି ଲେଖାଏଁ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କୋଭିଡ ରୋଗୀଙ୍କ ପାଇଁ ଅତିକମରେ ଦୁଇଟି ICU ବେଡ୍ ସହିତ ୨୦ଟି ଶଯ୍ୟା ଚିହ୍ନଟ କରି ରଖିବା ଆବଶ୍ୟକ । ଦ୍ଵିତୀୟରେ ସମସ୍ତ DHH ଏବଂ ଏକତ୍ରିତ ମେଡିକାଲ୍ କଲେଜ ଗୁଡିକ ଅତି କମରେ ୧୦ଟି ଶଯ୍ୟାକୁ ପୃଥକ COVID ଭାବରେ ଚିହ୍ନଟ କରିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହାପରେ ରାଜ୍ୟରେ ଯଦି ଅଧିକ ବେଡର ଆବଶ୍ୟକ ହୁଏ, ତେବେ ଷ୍ଟାଣ୍ଡବାଇରେ ବେଡ୍ ସହିତ ବିଭିନ୍ନ ସୁବିଧା ରଖିବାକୁ କୁହାଯାଇଛି । ଏହାସହ ସଠିକ ଭାବରେ ଭିତ୍ତିଭୂମି ଥିବା ସମସ୍ତ CHCକୁ ଏଥିରେ କୋଭିଡ କେସ୍ ପାଇଁ ୬ଟି ଶଯ୍ୟା ଚିହ୍ନଟ କରି ରଖିବାକୁ କୁହାଯାଇଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ଉପରୋକ୍ତ ସମସ୍ତ କୋଭିଡ ସୁବିଧା ଗୁଡିକ ପାଇଁ ମାନବ ସମ୍ବଳ ସହିତ ସଠିକ ଭାବରେ ପରିଚାଳନା କରିବାକୁ ପଡ଼ିବ । ଏହାସହ ଅକ୍ସିଜେନ ସିଲିଣ୍ଡର ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ପରିଚାଳନା କରାଯିବାକୁ ଥିବା ଘଟଣାର ଯେକୌଣସି ବୃଦ୍ଧି ପାଇଁ ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ । କୋଭିଡ ପରୀକ୍ଷଣ ସୁବିଧାରେ ଚାଲିବା ସହିତ ସମସ୍ତ ମେଡିକାଲରେ ଜ୍ବର କ୍ଲିନିକ ରହିବା ଆବଶ୍ୟକ । ଏପରିକି ମେଡିକାଲ କଲେଜ୍ ସମେତ DHHs, SDH & CHCରେ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।"

ତେବେ ଡାକ୍ତରଖାନା ପ୍ରସ୍ତୁତିରେ ଆଇସିୟୁ ବେଡ୍, ମେଡିକାଲ୍ ଉପକରଣ, ମେଡିକାଲ୍ ଅକ୍ସିଜେନ ନେଇ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଉପରେ ମାନବ ସମ୍ବଳର ଦକ୍ଷତା ବୃଦ୍ଧି ଏବଂ ଟୀକାକରଣ ସହିତ ହସ୍ପିଟାଲର ପ୍ରସ୍ତୁତିକୁ ନେଇ ଏକ ମକ୍‌ଡ୍ରିଲ୍ କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, "ମକ୍‌ଡ୍ରିଲ ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । କୋଭିଡ ଇଣ୍ଡିଆ ପୋର୍ଟାଲରେ ସଂଲଗ୍ନ ହୋଇଥିବା ଏକ ରିପୋର୍ଟକୁ DSO ଦ୍ୱାରା ପୂରଣ କରିବାକୁ ହେବ । ଆସନ୍ତା ଏପ୍ରିଲ ୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ମକ୍ ଡ୍ରିଲ କରାଯିବ । ମକ୍ ଡ୍ରିଲ ରିପୋର୍ଟ ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ପଡିବ ବୋଲି ସମସ୍ତ MCH, ସମସ୍ତ CDMO, ରାଉରକେଲାର RGH ଏବଂ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।" ଅନ୍ୟପଟେ ସାରା ଦେଶରେ କୋଭିଡ ଟେଷ୍ଟିଂରେ ୭ ନମ୍ବରରେ ଓଡ଼ିଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.