ETV Bharat / state

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ, ସୀମାନ୍ତ ଜିଲ୍ଲାଗୁଡିକୁ ସତର୍କ

author img

By

Published : Apr 21, 2023, 4:52 PM IST

ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ । ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଅଧିକ ପଢନ୍ତୁ

public health director niranjan mishra
public health director niranjan mishra

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ

ଭୁବନେଶ୍ବର: ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମଣ । ବିଶେଷ କରି ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ନବରଙ୍ଗପୁର, ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରି ଫେରିବା ପରେ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ହୋମ୍‌ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ଅଧିକ ମନିଟରିଂ କରାଯାଉଛି । ସଂକ୍ରମଣ କେବେ କମିବ କହିବା ମୁସ୍କିଲ । ପିକ୍‌ ନେଇ ସାରିଥିବା ରାଜ୍ୟ ପ୍ଲାଟୋ ଷ୍ଟେଜ୍‌କୁ ଆସି ଗଲାଣି । ଷ୍ଟେବୁଲ ହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ଆଜି ୪୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଥିବା ବେଳେ ଦିନକରେ ସୁସ୍ଥ ହେଲେଣି ୧୯୭ କୋରୋନା ଆକ୍ରାନ୍ତ ।

ସୂଚନା ଅନୁଯାୟୀ, ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ। ରାଜ୍ୟରେ ଗତକାଲି ୩୦୮ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ ରୋଗୀସଂଖ୍ୟା ବଢ଼ୁଛନ୍ତି । ସେଥି ମଧ୍ୟରୁ ଅଧିକାଂଶ ହୋମ ଆଇସୋଲେସନରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩୦ରୁ ଅଧିକ ହସ୍ପିଟାଲରେ ରହିଛନ୍ତି । ଏହାକୁ ନେଇ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "5 ସୂତ୍ରକୁ ନେଇ ପୁଣି କୋଭିଡ ମୁକାବିଲା କରାଯିବ । ରାଜ୍ୟରେ ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଉଛି । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟର ସ୍ଥିତି ଭଲ ରହିଛି । ତେବେ ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସେହିପରି ହସ୍ପିଟାଲରେ ବେଡ଼ ପ୍ରସ୍ତୁତ ରଖିବା, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ୍‌, ଟେଷ୍ଟ କୀଟ, ଆଦି ସ୍ଥିତି ଅନୁଧ୍ୟାନ କରାଯାଇଛି । ସମସ୍ତ ଜିଲ୍ଲାରେ ଜିଲ୍ଲପାଳଙ୍କ ତତ୍ତ୍ଵାବଧାନରେ ଟେଷ୍ଟ, ଟ୍ରାକିଂ, ଟୀକାକରଣ, ଟ୍ରିଟ୍‌ମେଣ୍ଟ, କୋଭିଡ ଆପ୍ରୋପ୍ରିଏଟ ବ୍ୟବହାର ଆଦିର ସମୀକ୍ଷା କରାଯାଇଛି ।"

ରାଜ୍ୟରେ ବହୁତ କମ ଲୋକ ହସ୍ପିଟାଲ୍ ରେ ଭର୍ତ୍ତି ହେଉଥିବା ବେଳେ ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆଇସୋଲେଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ ଯିଏ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ସହ ମିଳାମିଶା ଯେଉଁମାନେ କରୁଛନ୍ତି ସେମାନେ ମଧ୍ୟ ଟେଷ୍ଟ କରିବା ସହ ଆଇସୋଲେଟ ରହିବା ଆବଶ୍ୟକ । ସାଧାରଣ ଜନତାଙ୍କ ନିକଟରେ ଆହୁରି ସଚେତନତା ବଢ଼ାଇବା ସହ ମାକ୍ସ୍ ବ୍ୟବହାର, ହାତ ଧୋଇବା, ଭିଡ ମଧ୍ୟକୁ ନଯିବା ଆଦିକୁ ଗୁରୁତ୍ଵ ଦେବାକୁ ପଡ଼ିବ । ଯାହା ଦ୍ଵାରା ସଂକ୍ରମଣକୁ ନିୟନ୍ତ୍ରଣ କରି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.