ETV Bharat / state

ସରକାରୀ ଟଙ୍କା ଆତ୍ମସାତ କରୁଛି ଜଳସମ୍ପଦ ବିଭାଗ, ଫିଲଡ ଭିଜିଟ କରିବ PAC କମିଟି - ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର

ପବ୍ଲିକ ଆକାଉଣ୍ଟସ କମିଟିର ଷଷ୍ଠ ବୈଠକ ଆଜି ଅନୁଷ୍ଠିତ ହୋଇଛି । କମିଟିର ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର, ମୋହନ ମାଝୀଙ୍କ ସମେତ 5 ସଦସ୍ୟ ଉପସ୍ଥିତ ଥିଲେ । ଜଳସମ୍ପଦ ବିଭାଗର 6ଟି କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଛି । ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ସରକାରୀ ଟଙ୍କା ଆତ୍ମସାତ କରୁଛି ଜଳସମ୍ପଦ ବିଭାଗ,  ଫିଲଡ ଭିଜିଟ କରିବ PAC କମିଟି

author img

By

Published : Jan 19, 2023, 9:22 PM IST

ସରକାରୀ ଟଙ୍କା ଆତ୍ମସାତ କରୁଛି ଜଳସମ୍ପଦ ବିଭାଗ, ଫିଲଡ ଭିଜିଟ କରିବ PAC କମିଟି

ଭୁବନେଶ୍ବର: ଆଜି ବିଧାନସଭାରେ ବସିଥିଲା ପିଏସି ବୈଠକ । ପିଏସି ବୈଠକରେ ଜଳ ସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଛି । ତେବେ ବିଭାଗର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି କମିଟି । ବିଭାଗର ନିଷ୍ପତ୍ତି ସନ୍ଦେହଜନକ ଥିବାରୁ ଆସନ୍ତା 10 ତାରିଖରେ ଫିଲଡ ଭିଜିଟ କରିବ କମିଟି ।

ପବ୍ଲିକ ଆକାଉଣ୍ଟସ କମିଟିର ଷଷ୍ଠ ବୈଠକ ଆଜି ଅନୁଷ୍ଠିତ ହୋଇଛି । କମିଟିର ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର, ମୋହନ ମାଝୀଙ୍କ ସମେତ 5 ସଦସ୍ୟ ଉପସ୍ଥିତ ଥିଲେ । ଜଳସମ୍ପଦ ବିଭାଗର 6ଟି କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଛି । ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଜଳସମ୍ପଦ ବିଭାଗ କାର୍ଯ୍ୟକ୍ରମ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କମିଟି ସଦସ୍ୟ । ନରସିଂହ କହିଛନ୍ତି ଯେ, ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଆଲୋଚନା ହୋଇଛି । ବିଭାଗର କିଛି କାର୍ଯ୍ୟକ୍ରମରେ ସନ୍ଦେହ ହେବାରୁ ଫିଲ୍ଡ ଭିଜିଟ ଲାଗି ତାରିଖ ରଖାଯାଇଛି । ଆସନ୍ତା 10 ତାରିଖରେ କମିଟି ଫିଲଡ଼ ଭିଜିଟରେ ଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । କମିଟି ତୃଣମୂଳ ସ୍ତରରେ ପରିଦର୍ଶନ କରିବା ପରେ ଯାହା ପଦକ୍ଷେପ ନିଆଯିବ ।

ସେହିପରି ସଦସ୍ୟ ମୋହନ ମାଝୀ କହିଛନ୍ତି ଯେ, 2019 CAG ରିପୋର୍ଟ ଆଧାରରେ ବୈଠକରେ ଆଲୋଚନା ହୋଇଛି । କଟକ ଜିଲ୍ଲା ବଡ଼ମ୍ବା-ନର୍ସିଂପୁର ଅଞ୍ଚଳରେ ହାଡୁଆ ଡ୍ୟାମ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । 2001ର ହାଡୁଆ ଡ୍ୟାମ ପ୍ରକଳ୍ପ 2006ରେ ପ୍ରଶାସନିକ ଅନୁମୋଦନ ପାଇଥିଲା । 2012 ମସିହା ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି କାର୍ଯ୍ୟ ହୋଇନଥିଲା । କିନ୍ତୁ ସେହି ପ୍ରକଳ୍ପରେ 65 କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସିଏଜି ଜାଣିବାକୁ ପାଇଛନ୍ତି । ଏହି ପ୍ରକଳ୍ପ ଆଗକୁ ନବଢି ସେହି ଯାଗାରେ ସରକାର ଓଭର ଲ୍ୟାପିଂ କରି 4ଟି ମେଗା ଉଠା ଜଳ ସମ୍ପଦ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାନଦୀରୁ ଜଳ ନେଇ ସେହି ଅଞ୍ଚଳ ଲାଗି ପ୍ରକଳ୍ପ କରିବାକୁ ନିଷ୍ପତି ନେଇଛନ୍ତି । ଜିରୋ ପଏଣ୍ଟରୁ ଜଳ ସଂଗ୍ରହ ନକରି 40 କିମି ଦୂରରେ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ 3ଶହରୁ 4ଶହ କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେବ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.