ETV Bharat / state

ଲୋୟର ପିଏମଜିରେ ଡ଼ିଏମଡ଼ି ରୋଗୀଙ୍କ ବିକ୍ଷୋଭ, ମେଡିକାଲ ସହାୟତା ଦାବି

author img

By

Published : Feb 7, 2023, 7:23 AM IST

ଲୋୟର ପିଏମଜିରେ ଡ଼ିଏମଡ଼ି ରୋଗରେ ଆକ୍ରାନ୍ତ ଶିଶୁ ଏବଂ ସେମାନଙ୍କ ଅଭିଭାବକ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ

ଲୋୟର ପିଏମଜିରେ ଡ଼ିଏମଡ଼ି ରୋଗୀଙ୍କ ବିକ୍ଷୋଭ
ଲୋୟର ପିଏମଜିରେ ଡ଼ିଏମଡ଼ି ରୋଗୀଙ୍କ ବିକ୍ଷୋଭ
ଲୋୟର ପିଏମଜିରେ ଡ଼ିଏମଡ଼ି ରୋଗୀଙ୍କ ବିକ୍ଷୋଭ, ମେଡିକାଲ ସହାୟତା ପାଇଁ ପ୍ରତିବାଦ

ଭୁବନେଶ୍ବର : ଲୋୟର ପିଏମଜିରେ ଡିଏମଡି ରୋଗୀଙ୍କ ବିକ୍ଷୋଭ । ମେଡିକାଲ ସହାୟତା ପାଇଁ ପ୍ରତିବାଦ । କାହାକୁ ବୟସ 12 ହେଲାଣି ତ କାହାକୁ 18 । ହେଲେ ଡିଏମଡି ରୋଗର ଶୀକାର ଯୋଗୁଁ ଏବେ ହ୍ଵିଲ୍ ଚେୟାରରେ ଜୀବନ କଟୁଛି । ଏଭଳି ଅଭିଯୋଗ କରି ଲୋୟର ପିଏମଜିରେ ଡିଏମଡି ରୋଗୀ ମେଡିକାଲ ସହାୟତା ପାଇଁ ଦାବି କରିଛନ୍ତି ।

ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ମସ୍କ୍ୟୁଲାର ଡିଷ୍ଟ୍ରୋପି ଭଳି ରୋଗ । ବିଶେଷ କରି ଛୋଟ ପିଲାଙ୍କଠାରେ ଏହି ରୋଗ ଦେଖାଯାଉଥିବା ବେଳେ ଏହି ରୋଗରେ ଶରୀର ବଙ୍କା ହୋଇ ଯାଇଥାଏ । ଆଜି ପର୍ଯ୍ୟନ୍ତ ଏହି ରୋଗର ମେଡିସିନ ବାହାରି ନଥିବା ବେଳେ କୌଣସି ମେଡିକାଲରେ ଏହାର ଚିକିତ୍ସା ଉପଲବ୍ଧ ହେଉନାହିଁ । ଏଭଳି ରୋଗରେ ଆକ୍ରାନ୍ତ ହୋଇ ମଧ୍ୟପ୍ରଦେଶର ଜଣେ ପିଲା ଭଲ ନହେବା ଫଳରେ ତା'ର ବାପା ମା ଆତ୍ମହତ୍ୟା କରିଥିବା ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଅଧିକ ଗବେଷଣା ଦ୍ଵାରା ଏହାର ମେଡିସିନ ଉଦ୍ଭାବନ ହେବା ସହିତ ଚିକିତ୍ସା ସୁବିଧା ମଧ୍ୟ ମିଳି ପାରିବ । ଏନେଇ ସରକାର ପଦକ୍ଷେପ ନେବା ଆବଶ୍ୟକ । ରାଜ୍ୟ ସରକାର ଏହି ରୋଗର ଚିକିତ୍ସା ପାଇଁ ସମସ୍ତ ଅର୍ଥ ବହନ କରନ୍ତୁ । ଏହା ସହ କିଭଳି ଭଲ ଚିକିତ୍ସା ହୋଇପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରନ୍ତୁ ବୋଲି ଏହି ରୋଗରେ ପୀଡ଼ିତ ଥିବା ପିଲାଙ୍କ ପରିବାରବର୍ଗ କହିଛନ୍ତି ।

ଏନେଇ ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ଏହି ରୋଗରେ ଆକ୍ରାନ୍ତ ଶିଶୁ ଏବଂ ସେମାନଙ୍କ ଅଭିଭାବକ ଧାରଣା ଦେଇଛନ୍ତି । ଏହି କ୍ରମରେ ରାଜଧାନୀ ଭୁବନେଶ୍ବର ଲୋୟର ପିଏମଜିଠାରେ ମଧ୍ୟ ଧାରଣା ଦିଆଯାଇଛି । ଆନ୍ଦୋଳନକାରୀ କହିଛନ୍ତି ଯେ, ରାଜ୍ୟରେ କି ଦେଶରେ ଏହି ରୋଗରେ ଅନେକ ପିଲା ପୀଡ଼ିତ ଅଛନ୍ତି । ତେବେ ଏହି ରୋଗ ପାଇଁ ରାଜ୍ୟ କିମ୍ବା ଦେଶରେ କୌଣସି ପ୍ରକାରର ଏହି ରୋଗ ପାଇଁ ଗବେଷଣା କରାଯାଇନାହିଁ । ଭାରତ ବର୍ଷରେ ଏହି ରୋଗ ପାଇଁ ଗବେଷଣା କରାଯାଉ । ଯଥାଶୀଘ୍ର ଗବେଷଣା କରାଯାଇ ଔଷଧ ବାହାର କରନ୍ତୁ ବୋଲି ଦାବି କରିଛନ୍ତି । ଏହି ରୋଗ ପାଇଁ ପ୍ରତ୍ୟେକ ପରିବାରର ପିଲା ପିଛା ୩୦ରୁ ୪୦ ହଜାର ଟଙ୍କା ମାସକୁ ଖର୍ଚ୍ଚ ହେଉଛି । ଏହାର ସହାୟତା ପାଇଁ ସରକାର ପ୍ରତ୍ୟେକ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ଧାରଣାରତ ପରିବାର ବର୍ଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.