ETV Bharat / state

ସମବାୟ ଭୋଟର ତାଲିକାରେ ହେରଫେର ! ପ୍ରତିବାଦରେ ଧାରଣା

author img

By

Published : Jun 3, 2022, 9:57 PM IST

ଖୋର୍ଦ୍ଧା ଜିଲ୍ଲା ବୋଲାଗଡ଼ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିରେ ସମ୍ପାଦକ ଚଞ୍ଚକତା କରି ୪୦ ଜଣଙ୍କୁ ସମବାୟ ସମିତିର ନୂତନ ଭୋଟର ଭାବେ ତାଲିକାରେ ନାମ ଅନ୍ତର୍ଭୁକ୍ତ କରିଛି । ଯାହାର ନିରପେକ୍ଷ ତଦନ୍ତ ଦାବି କରି ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ

ସମବାୟ ଭୋଟର ତାଲିକାରେ ହୋଇଥିବା ହେରଫେର ପ୍ରତିବାଦରେ ଧାରଣା

ଖୋର୍ଦ୍ଧା: ସମବାୟ ନିର୍ବାଚନ ପାଇଁ ରାଜ୍ୟ ସରକାର ଓ ସମବାୟ ବିଭାଗ ରାଜ୍ୟରେ ପକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ, କିଛି ନ୍ୟସ୍ତସ୍ୱାର୍ଥ ସମିତି ସମ୍ପାଦକଙ୍କ ପାଇଁ ଏଥରେ ସ୍ଵଚ୍ଛତା ରହୁନଥିବା ଅଭିଯୋଗ ହୋଇଛି । କ୍ଷମତା ହାତେଇବାକୁ ସମିତି ସମ୍ପାଦକ ସରକାରୀ ନିୟମ ଉଲ୍ଲଙ୍ଘନ କରି ବେଆଇନ ଭାବେ ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସଂଯୋଗ କରିବାକୁ ନେଇ ବିବାଦ ଉପୁଜିଛି । ପ୍ରତିବାଦରେ ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଛନ୍ତି ସମିତି ସଦସ୍ୟ ।

ଏଭଳି ଘଟଣା ଘଟଛି ଖୋର୍ଦ୍ଧା ଜିଲ୍ଲା ବୋଲାଗଡ଼ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିରେ । ସମିତି ସମ୍ପାଦକ ଚଞ୍ଚକତା କରି ୪୦ ଜଣଙ୍କୁ ସମବାୟ ସମିତିର ନୂତନ ଭୋଟର ଭାବେ ତାଲିକାରେ ନାମ ଅନ୍ତର୍ଭୁକ୍ତ କରିଛି, ଯାହାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ସେପଟେ ଧାରଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ସମବାୟ ନିବନ୍ଧକ ପହଞ୍ଚି ଧାରଣାରତ ଲୋକଙ୍କ ସହ ଆଲୋଚନା ଓ ତଦନ୍ତ କରି ଚଞ୍ଚକତା କରାଯାଇଥିବା ଜାଣିବାକୁ ପାଇଥିଲେ ଏବଂ ଏହାର ତୁରନ୍ତ ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.