ETV Bharat / state

ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ

author img

By

Published : Aug 6, 2021, 10:34 AM IST

ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ । ଚିଲିକାରେ ବିଜେପି ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ...

ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ
ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ

ଖୋର୍ଦ୍ଧା: ଷ୍ଟାଫ ସିଲେକ୍ସନରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ ଚିଲିକାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାଲୁଗାଁ ସ୍ଥିତ ଗାନ୍ଧୀ ଛକ ଠାରେ ବାଲୁଗାଁ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କାହ୍ନୁଚ଼ରଣ ପଲାଇଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନାଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।

ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନକୁ ନଷ୍ଟ କରି ଲାଞ୍ଚ ନେଇ ଅଯୋଗ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ସଭାପତି ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହାସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଗିରଫ ଦାବି କରିଥିଲେ । ବାଲୁଗାଁ ମୁଖ୍ୟ ରାସ୍ତାରେ ମୁଖ୍ୟମତ୍ନୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ବିକ୍ଷୋଭରେ ବହୁ ଯୁବମୋର୍ଚ୍ଚା କର୍ମୀ ଯୋଗଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.