ETV Bharat / state

'ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବି'ରେ ସନଲିସାଙ୍କ ଧାରଣା, ସମର୍ଥନ କଲେ ବୁଦ୍ଧାଦିତ୍ୟ - ଓଡ଼ିଆ ପ୍ରଯୋଜିକା ସନଲିସା ପଟେଲ

'ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ' ଦାବି ନେଇ ହାତରେ ପ୍ଲାକାର୍ଡ଼ ଧରି ବିଧାନସଭା ଆଗରେ ଧାରଣା ଦେଲେ ଓଡ଼ିଆ ପ୍ରଯୋଜିକା ସନଲିସା ପଟେଲ। ତାଙ୍କୁ ସମର୍ଥନ କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ । ଅଧିକ ପଢନ୍ତୁ

save odia film industry
ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବି
author img

By ETV Bharat Odisha Team

Published : Nov 23, 2023, 6:50 PM IST

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବି

ଭୁବନେଶ୍ବର: ବିଧାନସଭା ଆଗରେ ଧାରଣା ଦେଲେ ଓଡ଼ିଆ ପ୍ରଯୋଜିକା ସନଲିସା ପଟେଲ । 'ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ' ଦାବି ନେଇ ହାତରେ ପ୍ଲାକାର୍ଡ଼ ଧରି ସେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି । ଓଲିଉଡ ବିବାଦ ଚାଲିଥିବା ସମୟରେ 'ପ୍ରଥା' ସିନେମା ରିଲିଜ ହୋଇଥିବାରୁ ପ୍ରଭାବିତ ହୋଇଥିଲା । ମାତ୍ର ଗୋଟିଏ ଦିନ ଚାଲିବା ପରେ ପୋଷ୍ଟର ଚିରା ବିବାଦକୁ ନେଇ ଫିଲ୍ମ ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ସିନେମାକୁ ଉଠେଇବାକୁ ବାଧ୍ୟ ହୋଇଥିଲେ ପ୍ରଯୋଜିକା । ଯାହାକୁ ନେଇ ନ୍ୟାୟ ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଓଡିଆ ଚଳଚ୍ଚିତ୍ର 'ପ୍ରଥା'ର ପ୍ରଯୋଜିକା ସନଲିସା ।

ଫିଲ୍ମ ବନ୍ଦ କରିବାର ଅନେକ କାରଣ ରହିଥିବାବେଳେ ସେସବୁର ସମାଧାନ କରି 'ପ୍ରଥା'କୁ ସହ ଅନ୍ୟ ଓଡ଼ିଆ ସିନେମାକୁ ଚଳାଇବା ପାଇଁ ପ୍ରୟାସ ଆରମ୍ଭ କରିଥିବା ସେ କହିଛନ୍ତି । ଏନେଇ ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ଓ ସରକାରଙ୍କ ପାଖକୁ ଯାଇ ଓଡ଼ିଆ ସିନେମା ବିବାଦର ସମାଧାନ ସହ ବିକାଶ ପାଇଁ ମଧ୍ୟ ଦାବି କରିଥିଲେ । ହେଲେ ଏହି ପ୍ରୟାସରେ ପ୍ରଯୋଜିକାଙ୍କ ଫିଲ୍ମ 'ପ୍ରଥା'କୁ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଶେଷରେ ବିଧାନସଭା ଆଗରେ ଧାରଣାରେ ସେ ଧାରଣାରେ ବସିଛନ୍ତି ।

ସନଲିସା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ତାଙ୍କର ୫ଟି ଦାବି ହେଉଛି:

୧) ବ୍ଲକ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ ପ୍ରତିଷ୍ଠା କରାଯାଉ

୨)ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

୩) ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ।

୪)ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ

୫) ଏହାସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନଲାଇନ କି ଅଫଲାଇନରେ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ୍ତ ରହିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ସହ ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ପାଇଁ ସରକାରୀ ସହାୟତା ଦିଆଯାଉ

ଅନ୍ୟପଟେ ସନଲିସା କହିଛନ୍ତି, "ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି । କିନ୍ତୁ ମତେ ନ୍ୟାୟ ମିଳିଲାନି । ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଛି । ଆଉ ମୁଁ ଆହ୍ୱାନ କରୁଛି କି ପ୍ରଯୋଜକ,କଳାକାର,ଟେକ୍ନିସିଆନ,ନିର୍ଦ୍ଦେଶକମାନେ ଯୋଗ ଦେବେ ।" ଏହି ଆହ୍ୱାନକୁ ନେଇ ତାଙ୍କ ସହ ସମର୍ଥନରେ ବାହାରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ଓ କସ୍ତୁରୀ ସିନେମାର ପ୍ରଯୋଜକ । ଏହାସହ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଦୁଇ ଶିଶୁ କଳାକାର ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ...Ollywood Controversy: କଳାକାର କଳିରେ ବଳି ପଡ଼ିଲା ଯାତ୍ରା ଦୁନିଆ, ଯାତ୍ରା ବନ୍ଦ କଲେ କୋଶଳ ସେନା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.