ETV Bharat / state

ଖାଲି ପଡ଼ିଛି ଦେଢ଼ ଲକ୍ଷ ସିଟ୍‌, ଆଜିଠୁ ପୁଣି ଯୁକ୍ତ ଦୁଇ ଆବେଦନ - ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ଖାଲି ପଡ଼ିଛି ଯୁକ୍ତ ଦୁଇ ସିଟ । ଏନେଇ ପୁଣି ଥରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀମାନେ www.samsodisha.gov.in ମାଧ୍ୟମରେ ଆଜି ଠାରୁ ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଅଧିକ ପଢନ୍ତୁ

plus two admission
plus two admission
author img

By

Published : Aug 16, 2023, 9:07 AM IST

ଭୁବନେଶ୍ବର: ଯୁକ୍ତ ୨ ନାମଲେଖା ପାଇଁ ପୁଣି ସୁଯୋଗ । ଆଜି ଠାରୁ ପୁଣି ଥରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୮ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ ।

ରାଜ୍ୟରେ ଖାଲି ପଡ଼ିଛି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ ସିଟ । ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି । ଏନେଇ ପୁଣି ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆବେଦନ ପରେ ସେପ୍ଟେମ୍ବର ୪ ତାରିଖରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ। ୫ ତାରିଖରେ ନାମଲେଖା ଅନୁଷ୍ଠିତ ହେବ । ସେହିପରି ଭାବରେ ୧୨ ତାରିଖରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ୧୩ ତାରିଖ ଓ ୧୪ ତାରିଖରେ ସ୍ପଟରେ ନାମଲେଖା ଅନୁଷ୍ଠିତ ହେବ । ଏହା ପରେ ଯଦି ସିଟ୍‌ ଖାଲି ପଡ଼େ ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅପେକ୍ଷାରତ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ୧୫ ତାରିଖରେ ହେବା ସହ ସେହିଦିନ ହିଁ ତାଲିକା ପ୍ରକାଶ ପାଇବ।

ଏହା ମଧ୍ୟ ପଢନ୍ତୁ- ୨୬ ଯାଏଁ ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି, ଜୁଲାଇ ୨ରେ ଆସିବ ପ୍ରଥମ ମେରିଟ ଲିଷ୍ଟ

ଏହା ମଧ୍ୟ ପଢନ୍ତୁ- ଆଜିଠୁ ଯୁକ୍ତ ଦୁଇ ନାମଲେଖା; ଘଣ୍ଟାଏରେ ହେବ ୧୫ ଜଣଙ୍କ ଆଡ଼ମିଶନ

ସୂଚନା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ, ନାମଲେଖା ସମୟରେ ଆବେଦନ କରି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇପାରି ନଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିପାରିବେ ବୋଲି ଜଣାପଡିଛି । ସାମ୍ସ ତଥ୍ୟ ଅନୁସାରେ ରାଜ୍ୟରେ ଏବେବି ୩ଟି ଜିଲ୍ଲାରେ ୧୦ ହଜାରରୁ ଅଧିକ ଯୁକ୍ତ ଦୁଇ କଲେଜରେ ସିଟ ଖାଲି ପଡ଼ିଛି । ତେବେ ସାମ୍ସର ନାମଲେଖା ତଥ୍ୟ ଦେଖିଲେ ରାଜ୍ୟରେ ମୋଟ ସିଟ ସଂଖ୍ୟା ୫ ଲକ୍ଷ୍ୟ ୧୩ ହଜାର ୫୧୩। ହେଲେ ଏଥିରୁ ୩ ଲକ୍ଷ ୭୯ ହଜାର ୩୦୧ ଜଣ ନାମ ଲେଖାଇଛନ୍ତି । ହେଲେ ଆହୁରି ୧ ଲକ୍ଷ ୩୪ ହଜାର ୨୧୨ ସିଟ ଖାଲି ପଡ଼ିଛି । ଏହି ସମସ୍ତ ସିଟକୁ ପୂରଣ କରିବା ପାଇଁ ପୁଣିଥରେ ଆଜି ଠାରୁ ଆବେଦନ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.