ETV Bharat / state

ବିରୋଧୀଙ୍କୁ ଜନ ବିରୋଧୀ କହିବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି, ସମର୍ଥନ ଦେଲା କଂଗ୍ରେସ

author img

By ETV Bharat Odisha Team

Published : Sep 27, 2023, 8:52 PM IST

Updated : Sep 27, 2023, 9:30 PM IST

ଗୃହରେ ଉତ୍ତର ଦେବା ସମୟରେ ବିରୋଧୀଙ୍କୁ ଜନ ବିରୋଧୀ କହିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛି ବିଜେପି । ଅଧିକ ପଢନ୍ତୁ

ବିରୋଧିଙ୍କୁ ଜନ ବିରୋଧି କହିବା ପ୍ରସଙ୍ଗ
ବିରୋଧିଙ୍କୁ ଜନ ବିରୋଧି କହିବା ପ୍ରସଙ୍ଗ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି

ଭୁବନେଶ୍ବର: ଗୃହରେ ଉତ୍ତର ରଖିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଜନ ବିରୋଧୀ ବୋଲି ସମ୍ବୋଧନ କରିବା ଘଟଣାକୁ ନେଇ ତେଜିଛି ରାଜନୀତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛି ବିଜେପି । ନିର୍ବାଚନରେ ଜିତି ବିଧାନସଭା ଆସିଥିବା ବିଧାୟକମାନେ କେମିତି ଜନ ବିରୋଧୀ ହୋଇପାରିବେ ସେନେଇ ପ୍ରଶ୍ନ କରିଛି ବିଜେପି । ତେବେ ସ୍ବାଧିକାର ଭଙ୍ଗ ନୋଟିସକୁ ସମର୍ଥନ କରିଛି କଂଗ୍ରେସ । ସେପଟେ ବିଜେଡି କହିଛି ଯେଉଁମାନେ ଓଡିଶାର ବିକାଶକୁ ବିରୋଧ କରୁଛନ୍ତି ସେମାନେ ଜନ ବିରୋଧୀ ।

ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ବିବୃତ୍ତି ମାଗିଲେ ଦିଅନ୍ତି ନାହିଁ କି ଗୃହକୁ ବି ଆସନ୍ତି ନାହିଁ । କିନ୍ତୁ ସଚିବ ବଡ ନା ମନ୍ତ୍ରୀ ବଡ ମୁଲତବି ପ୍ରସ୍ତାବ ବିଜେପି ଆଣିଥିଲା । ହେଲେ ସରକାର ମୁଲତବି ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ । ଏହାସହ ବିରୋଧୀ ଦଳର ବିଧାୟକମାନଙ୍କୁ ଅପମାନିତ କଲା ଭଳି କଥା କହିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀମାନଙ୍କୁ ଜନ ବିରୋଧୀ କହିବା କେତେ ଦୂର ଠିକ୍ । ଏକଥା କହିବାର କୌଣସି ଅଧିକାର ମୁଖ୍ୟମନ୍ତ୍ରୀଙ୍କ କିମ୍ବା ସରକାରଙ୍କର ମଧ୍ୟ ନାହିଁ ।’’

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘‘ଯେଉଁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି ସେହି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଜନ ବିରୋଧୀ କହି ଅପମାନିତ କରିଛନ୍ତି । ରାଜ୍ୟରେ ଗୁମସ୍ତା ଶାସନ କରି କଣ କହିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ପୁଣି କହିବେ ମୁଁ ପଠାଉଛି । ତାଠୁ ବଡ ଲଜ୍ୟାଜନକ କିଛି ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସୁଥିବା ସ୍ୱାଧୀକାର ଭାଙ୍ଗ ନୋଟିସ ସମ୍ପୂର୍ଣ୍ଣ ଠିକ୍ ରହିଛି । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିଛି ବିଜେଡି ସରକାର । କଂଗ୍ରେସ ତା ଉପରେ ଗୃହରେ ଆଲୋଚନା କରିବା ପାଇଁ ଚାହୁଁଛି । କିନ୍ତୁ ଆମକୁ ସୁଯୋଗ ଦିଆ ଯାଉନି କି ଏହା ଉପରେ ବିରୋଧୀ ଆଣୁଥିବା ମୁଲତବି ପ୍ରସ୍ତାବ ବାଚସ୍ପତି ଗ୍ରହଣ କରୁନାହାନ୍ତି ।’’

ଏହା ମଧ୍ୟ ପଢନ୍ତୁ...Assembly Session: ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ‘‘ଯେଉଁମାନେ ଓଡିଶାର ବିକାଶକୁ ବିରୋଧ କରୁଛନ୍ତି ସେମାନେ ଜନ ବିରୋଧୀ । ଏଥିରେ କିଛି ସନ୍ଦେହ ନାହିଁ । ଆଜି ଚାରି ଆଡ଼େ ଚାଲିଛି ବିକାଶ । ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦିଆଯାଇଛି । ସାଧାରଣ ଜନତା ଖୁସି ଅଛନ୍ତି । ଯେଉଁ ବିରୋଧୀ ଦଳର ବନ୍ଧୁମାନେ ବିକାଶକୁ ଗ୍ରହଣ କରି ପାରୁନାହାଁନ୍ତି । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ସେମାନେ ବିଧାନସଭାରେ ସହଯୋଗ କରିବା ଉଚିତ । ଓଡ଼ିଶାର ସ୍ୱାର୍ଥ ପାଇଁ ଗଣତନ୍ତ୍ରର ମନ୍ଦିରରେ ଗଠନମୂଳକ ବିଷୟ ବସ୍ତୁ ଉପରେ ଆଲୋଚନା ହେବା ଉଚିତ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2023, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.