ETV Bharat / state

Rozgar Mela 2023: ଶୁକ୍ରବାର ପ୍ରଧାନମନ୍ତ୍ରୀ ବାଣ୍ଟିବେ ନିଯୁକ୍ତି ପତ୍ର, ଭୁବନେଶ୍ବରରେ ଧର୍ମେନ୍ଦ୍ର - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରୋଜଗାର ମେଳା ମାଧ୍ୟମରେ ସରକାରୀ କର୍ମଚାରୀମାନଙ୍କୁ ଅନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥାଏ । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କୁ ଯଥାର୍ଥ କର୍ମସଂସ୍ଥାନ ଯୋଗାଇ ସେମାନଙ୍କୁ ସଶକ୍ତ କରିବା ସହିତ ଦେଶ ନିର୍ମାଣରେ ସେମାନଙ୍କୁ ସହଭାଗୀ କରିବା ଲକ୍ଷ୍ୟ ରଖି ସରକାର ନିଯୁକ୍ତିମେଳା ଆୟୋଜନ କରୁଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଶୁକ୍ରବାର ପ୍ରଧାନମନ୍ତ୍ରୀ ବାଣ୍ଟିବେ ନିଯୁକ୍ତି  ପତ୍ର, ଭୁବନେଶ୍ବରରେ ଧର୍ମେନ୍ଦ୍ର

author img

By

Published : Jan 19, 2023, 10:26 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ଶୁକ୍ରବାର) ବିଭିନ୍ନ ମନ୍ତ୍ରଣାଳୟ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାୟ ୭୧ ହଜାର କର୍ମଚାରୀଙ୍କୁ ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ନିଯୁକ୍ତିପତ୍ର ପ୍ରଦାନ କରିବେ । ଭିଡିଓ କନଫରେନ୍ସି ଯୋଗେ ଏହି ନିଯୁକ୍ତିପତ୍ର ଦିନ ୧୦ଟା ୩୦ ମନିଟରେ ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ଉଦବୋଧନ ଦେବେ ।

ଏହି ମେଳା ମାଧ୍ୟମରେ ସରକାରୀ କର୍ମଚାରୀମାନଙ୍କୁ ଅନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥାଏ । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କୁ ଯଥାର୍ଥ କର୍ମସଂସ୍ଥାନ ଯୋଗାଇ ସେମାନଙ୍କୁ ସଶକ୍ତ କରିବା ସହିତ ଦେଶ ନିର୍ମାଣରେ ସେମାନଙ୍କୁ ସହଭାଗୀ କରିବା ଲକ୍ଷ୍ୟ ରଖି ସରକାର ନିଯୁକ୍ତିମେଳା ଆୟୋଜନ କରୁଛନ୍ତି ।

ନବନିଯୁକ୍ତ କର୍ମଚାରୀମାନେ ଦେଶର ବିଭିନ୍ନ ଭାଗରୁ ଚାକିରି ପାଇଁ ମନୋନୀତ ହୋଇଛନ୍ତି । ସେମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ବିଭିନ୍ନ ପଦରେ କାମ କରିବେ । ସେଥିମଧ୍ୟରେ କନିଷ୍ଠ ଯନ୍ତ୍ରୀ, ଲୋକୋ ପାଇଲଟ, ଟେକନିସିଆନ, ଇନ୍ସପେକ୍ଟର, ସବଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟଣ୍ଟ, ଗ୍ରାମୀଣ ଡାକସେବକ, ଆୟକର ଇନ୍ସିପେକ୍ଟର, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ନିରାପତ୍ତା ଅଧିକାରୀ, ପିଏ, ଏମଟିଏସ ଆଦି ଅନ୍ତର୍ଭୁକ୍ତ ରହିଛନ୍ତି ।

କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ ପଢିସାରିବା ପରେ ଏହି ନବନିଯୁକ୍ତ କର୍ମଚାରୀଙ୍କ ଅଭିଜ୍ଞତାକୁ ଏହି ରୋଜଗାର ମେଳା ଅବସରରେ ମଧ୍ୟ ସେୟାର କରାଯିବ । କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ ହେଉଛି ଏକ ଅନଲାଇନ ଓରିଏଣ୍ଟେସନ(ତାଲିମ) ପାଠ୍ୟକ୍ରମ ଏବଂ ଏହା ବିଭିନ୍ନ ବିଭାଗରେ ସମସ୍ତ ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରହିଛି ।

ଅନ୍ୟପଟେ ଆସନ୍ତାକାଲି, ଓଡିଶାରେ ମଧ୍ୟ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିବେ । ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ । ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡରେ କାମ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.