ETV Bharat / state

ଆନ୍ଦୋଳନ କରୁଛନ୍ତି ଶିକ୍ଷକ, ଦାବି ପୂରଣ ପାଇଁ ଗର୍ଜୁଛନ୍ତି - ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଦାବି

3 ଦଫା ଦାବି ପୂରଣ ଦାବିରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ବରରେ ଚାଲିଛି ବିଶାଳ ସମାବେଶ । ବିଧାନସଭା ସମ୍ମୁଖରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ

ଆନ୍ଦୋଳନ କରୁଛନ୍ତି ଶିକ୍ଷକ, ଦାବି ପୂରଣ ପାଇଁ ଗର୍ଜୁଛନ୍ତି ଶିକ୍ଷକ

author img

By

Published : Nov 28, 2022, 4:21 PM IST

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଶିକ୍ଷକ । ଦାବି ପୂରଣ ପାଇଁ ଗର୍ଜୁଛନ୍ତି ଶିକ୍ଷକ । ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଦାବିରେ ଚାଲିଛି ଆନ୍ଦୋଳନ । 3 ଦଫା ଦାବି ପୂରଣ ଦାବିରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ବରରେ ଚାଲିଛି ବିଶାଳ ସମାବେଶ । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ ।

ଆନ୍ଦୋଳନ କରୁଛନ୍ତି ଶିକ୍ଷକ, ଦାବି ପୂରଣ ପାଇଁ ଗର୍ଜୁଛନ୍ତି ଶିକ୍ଷକ

ବିଧାନସଭା ସମ୍ମୁଖରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଜୁଆଡେ ଦେଖ ଶିକ୍ଷକ । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ, ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ଦେଇଛନ୍ତି ଚେତାବନୀ।

ସୂଚନା ଅନୁଯାୟୀ, ଆଜି ଆନ୍ଦୋଳନର ଦ୍ବିତୀୟ ଦିନରେ ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ଵଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ।

ଏଥି ସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକ ନେତାମାନେ ଚେତାବନୀ ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.