ଭୁବନେଶ୍ବର: ଆଜିଠୁ ସାମୂହିକ ଛୁଟିରେ ଯିବେ ଠିକା ଶିକ୍ଷକ ସଂଘ । ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅପିଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଶିକ୍ଷକ । ଏନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି ।
ଶିକ୍ଷକ ସଂଘର ମହାସଚିବ ଚାରୁଲତା ମହାପାତ୍ର କହିଛନ୍ତି, ‘‘ସରକାର ଆମର ଦାବି ପୂରଣ କଲେ ନାହିଁ । ବିଭିନ୍ନ ଦାବିକୁ ନେଇ ରାଜ୍ୟର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ପ୍ରାଥମିକ ଶିକ୍ଷକ ସଂଘ । କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରାଯାଇଛି । ହେଲେ ସରକାର ଆମର କୌଣସି ଦାବି ପୂରଣ କଲେ ନାହିଁ । ଗତ ସୋମବାର ଶିକ୍ଷକ ଅନ୍ଦୋଳନ ପ୍ରତ୍ୟାହାର ପାଇଁ ବିଭାଗ ଅପିଲ କରିଥିଲା । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା କରାଯାଉଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ସଂଘର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ ସଚିବ । ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଉପସ୍ଥାପିତ ଦାବି ସମ୍ପର୍କରେ ଆଲୋଚନା ପାଇଁ ଏକ ପାଞ୍ଚ ଜଣିଆ ସବ-କମିଟି ଗଠନ କରାଯାଇଥିଲା । ମାତ୍ର ସଂଘ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଅପିଲକୁ ପ୍ରତ୍ୟାଖ୍ୟାନ କରିଛି ।’’
ଏହା ମଧ୍ୟ ପଢନ୍ତୁ.. କଳା ବ୍ୟାଚ୍ ପରିଧାନ ସହ ପିଇଓ ସଂଘର ପ୍ରତିବାଦ, ସାମୂହିକ ଛୁଟିରେ ଯିବାକୁ ଚେତାବନୀ
ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ତିନିଶହରୁ ଅଧିକ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ପ୍ରଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷକ ସଂଘ ଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ସାମୂହିକ ଛୁଟିରେ ରାଜ୍ୟର ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ରହିଛନ୍ତି । ତେବେ ଏହି ପ୍ରାଥମିକ ଶିକ୍ଷକ ସଂହାର ଦାବି ଗୁଡିକ ହେଲା, ଠିକା ବ୍ୟବସ୍ଥା ଉଚ୍ଛେଦ କରିବା । କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ତିନି ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠ ପଢା ଠପ ହୋଇଛି । ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି । ଯାହାକୁ ନେଇ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ଅନେକ ସମୟରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ରାଜ୍ୟରେ ସବୁବେଳେ ନିରୁତ୍ସାହିତ କରାଯାଉଥିବା ଅଭିଯୋଗ ହୋଇଆସୁଛି । ସେଥିପାଇଁ ଅନେକ ଥର ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର