ETV Bharat / state

ବିପଦରେ ବଜ୍ରକାପ୍ତା ବଂଶ, ବୃଦ୍ଧି ପାଉଛି ଚୋରା ଚାଲାଣ - ସାମ୍ବାଦିକ ସମ୍ମିଳନୀ

ବିପଦରେ ବଜ୍ରକାପ୍ତା ବଂଶ। ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା। ୫ ବର୍ଷ ତଳେ ଜଙ୍ଗଲ ବିଭାଗ ପାଖେ ଖବର ନଥିଲା କେମିତି ଚାଲାଣ ହେଉଛି ବଜ୍ରକାପ୍ତା।

ବିପଦରେ ବଜ୍ରକାପ୍ତା ବଂଶ
ବିପଦରେ ବଜ୍ରକାପ୍ତା ବଂଶ
author img

By

Published : Feb 3, 2023, 9:49 PM IST

ବିପଦରେ ବଜ୍ରକାପ୍ତା ବଂଶ

ଭୁବନେଶ୍ବର: ବିପଦରେ ବଜ୍ରକାପ୍ତା ବଂଶ । ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା । ୫ ବର୍ଷ ତଳେ ଜଙ୍ଗଲ ବିଭାଗ ପାଖରେ ଖବର ନଥିଲା କେମିତି ଚାଲାଣ ହେଉଛି ବଜ୍ରକାପ୍ତା । ଓଡ଼ିଶା ବନ୍ୟ ପ୍ରାଣୀ ସମିତି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଯେତେବେଳେ ଏ ବାବଦରେ ତଦନ୍ତ କଲେ ସେତବେଳେ ଜଣାପଡିଲା ଓଡ଼ିଶାର ବଜ୍ରକାପ୍ତା ସୁରକ୍ଷିତ ନୁହଁନ୍ତି । ପୂର୍ବରୁ ବର୍ଷକୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର ରେକର୍ଡ ହେଉଥିଲା । ଏବେ ତାହା ବଢି ୧୫ରୁ ୨୦ ପର୍ଯ୍ୟନ୍ତ ହେଲାଣି । ତେଣୁ ଏଥରୁ ଜଣାପଡୁଛି ବଜ୍ରକାପ୍ତା ଚାଲାଣ ରାଜ୍ୟରେ ବୃଦ୍ଧି ଘଟିଛି ।

ତେବେ ସାମ୍ବାଦିକ ସମ୍ମିଳନୀରେ ମିଳିଥିବା ତଥ୍ୟ ଅନୁଯାୟୀ ଅଗଷ୍ଟ ୨୦୧୮ ମସିହାରୁ ଜାନୁଆରୀ ୨୦୨୩ ମସିହା ପର୍ଯ୍ୟନ୍ତ ଜୀବିତ ବଜ୍ରକାପ୍ତା ୪୯ଟି ଜବତ କରାଯାଇଛି । ଏହାସହ ୧୧୪ ଜଣ ଚୋରା ଚାଲାଣକାରୀ ଧରା ପଡ଼ିଛନ୍ତି । ଏଭଳି ଦୁଇଟି ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରାଯାଇନାହିଁ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଜ୍ରକାପ୍ତା ଚୋରା ଚାଲାଣରେ ସାମିଲ ଥିବା ଅଧିକାଂଶ ଲୋକମାନଙ୍କୁ ଏପର୍ଯ୍ୟନ୍ତ କୌଣସି ଦଣ୍ଡ ବିଧାନ କରାଯାଇ ନାହିଁ । ବିଦେଶକୁ ରାଜ୍ୟରୁ ଯେଉଁ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଛି । ସେଥିରେ ଅନେକ ଗୁଡ଼ିଏ କାରଣ ରହିଛି । ବିଦେଶରେ ବଜ୍ରକାପ୍ତାର କାତିରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରିବାର ମଧ୍ୟ ନଜୀର ରହିଛି । ଏହାସହ ଅଳଙ୍କାର, ମୁଦି ତିଆରି, ବଜ୍ରକାପ୍ତା ବ୍ରିଡ଼ିଂ ପାଇଁ ମଧ୍ୟ ବ୍ୟବହାର ହେଉଥିବା ଅନୁମାନ କରାଯାଉଛି ।

ଦେଶରେ ଥିବା କିଛି ପ୍ରାଣୀ ଉଦ୍ୟାନରେ ପ୍ରଜନନ କେନ୍ଦ୍ର ଖୋଲାଯିବାକୁ ସରକାର ଯୋଜନା କରିଥିଲେ । ସେଥିରେ ବଜ୍ରକାପ୍ତା ଦ୍ଵାରା ପ୍ରଜନନ କରାଇ ଜନ୍ମିତ ଛୁଆଙ୍କୁ ଜଙ୍ଗଲରେ ଛଡ଼ା ଯିବ । ଯାହା ଫଳରେ ବଜ୍ରକାପ୍ତାର ବଂଶ ବୃଦ୍ଧି ପାଇପାରିବ । ସେଥିମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମେତ ଦେଶରେ ଅନେକ ପ୍ରାଣୀ ଉଦ୍ୟାନକୁ ପ୍ରଜନନ କ୍ଷେତ୍ରରେ ବଛା ଯାଇଥିଲା। କିନ୍ତୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଜନନ କେନ୍ଦ୍ର କୌଣସି କାମରେ ଆସୁନାହିଁ ।

ତେବେ ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣରେ ବନ୍ୟ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହିଁ । ଯଦି ପୋଲିସ ଭଳି ବନ କର୍ମଚାରୀ ଏବଂ ଅଧିକାରୀଙ୍କ ସିସିଆରରେ ଫରେଷ୍ଟ ଅଫିସରଙ୍କ ମାର୍କିଂ ପାଇଁ ଦାବି ଉଠିଛି । ତେବେ ରାଜ୍ୟରୁ ଚାଲାଣରେ ଚୋରା ଚାଲାଣ ବିଶେଷ ଭାବରେ ଉତ୍ତର ପୂର୍ବ ଭାରତ ଦେଇ ଚୀନକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.