ETV Bharat / state

President Murmu Odisha Visit: ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି - ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ

ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ । ପ୍ରଥମେ ଚଣ୍ଡୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିବେ । ଅଧିକ ପଢନ୍ତୁ

President Murmu Odisha Visit
President Murmu Odisha Visit
author img

By

Published : Jul 26, 2023, 7:26 AM IST

ଭୁବନେଶ୍ବର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି । ଆଜି କଟକରେ ଦିନ ତମାମ ମହାମହିମଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ଚଣ୍ଡୀ ମନ୍ଦିର ପରିଦର୍ଶନ କରିବେ । ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ । ମ୍ୟାଡମ ପ୍ରେସିଡେଣ୍ଟଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ପୁରା ସିଲଭର ସିଟି ।

ରାଷ୍ଟ୍ରପତି ମୁର୍ମୁ ଆଜି କଟକରେ ମଧୁବାବୁଙ୍କ ଘର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ପୁଣି ରାଜଭବନକୁ ଫେରି ରାତ୍ରିଯାପନ କରିବେ । ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି(ଗୁରୁବାର) ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଜିଟି) ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବେ ।

ଆସନ୍ତାକାଲି ରାଷ୍ଟ୍ରପତି ଭୁବନେଶ୍ବର ତମାଣ୍ଡୋର ଦଶବାଟିଆରେ ପ୍ରଜାପତି ବ୍ରହ୍ମକୁମାରୀ କେନ୍ଦ୍ରରେ ଡିଭାଇନ ଲାଇଟ୍ ହାଉସର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଅଛି । ଏହାପରେ ୩ ଦିନିଆ ଗସ୍ତ ସାରି ସନ୍ଧ୍ୟାରେ ପୁଣି ଦିଲ୍ଲୀ ଫେରିଯିବେ । ତେବେ ରାଷ୍ଟ୍ରପତି ହେବା ପରଠୁ ଦ୍ରୌପଦୀ ମୁର୍ମୁଙ୍କ ଏହା ଚତୁର୍ଥ ଓଡ଼ିଶା ଗସ୍ତ ।

ଏହାମଧ୍ୟ ପଢନ୍ତୁ: President Odisha Visit: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ । ବିମାନ ବନ୍ଦରରୁ ବାହାରିବା ସମୟରେ ସେ ପ୍ରୋଟୋକଲ ଭାଙ୍ଗି ରାସ୍ତାରେ ଅପେକ୍ଷାରତ ଲୋକଙ୍କ ପାଖକୁ ଯାଇ ହାତ ମିଳାଇଥିଲେ । ଏହାପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଥିଲେ । ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ରାଷ୍ଟ୍ରପତିଙ୍କୁ ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଟି କୁଇକ ରେସପନ୍ସ ଟିମ୍, ୨ଟି ଟେକ୍ନିକାଲ ୟୁନିଟ, ୧୬୦ ଟ୍ରାଫିକ କର୍ମଚାରୀ,୧୮୦ ହୋମଗାର୍ଡ ମୁତୟନ ହୋଇଛନ୍ତି । ସେହିପରି ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଇନ୍ସପେକ୍ଟର, ୧୨୦ ସବ ଇନ୍ସପେକ୍ଟର ଓ ଏଏସାଇ ନିୟୋଜିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.