ETV Bharat / state

ସରିଲା ୨ଦିନିଆ ଓଡ଼ିଶା ଗସ୍ତ, କର୍ମଭୂମି ଅଭିମୁଖେ ମାଡାମ ପ୍ରେସିଡେଣ୍ଟ - କର୍ମଭୂମି ଅଭିମୁଖେ ମାଡାମ ପ୍ରେସିଡେଣ୍ଟ

President Droupadi Murmu returns Delhi: ସରିଲା ମହାମହିମ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ । ନୂଆଦିଲ୍ଲୀ ଫେରିଲେ ମାଡାମ ପ୍ରେସିଡେଣ୍ଟ । ଅଧିକ ପଢନ୍ତୁ

President Droupadi Murmu returns Delhi
President Droupadi Murmu returns Delhi
author img

By ETV Bharat Odisha Team

Published : Nov 27, 2023, 6:55 PM IST

କର୍ମଭୂମି ଅଭିମୁଖେ ମାଡାମ ପ୍ରେସିଡେଣ୍ଟ

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ଆଜି (ସୋମବାର) ଶେଷ ହୋଇଛି । ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ବିଦାୟ ଜଣାଇଛନ୍ତି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦ୍ବୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ଲାଗି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଥିଲେ । ଗତକାଲି ସନ୍ଧ୍ୟା ସମୟରେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ଆଜି ସକାଳେ ପାରାଦ୍ବୀପ ଗସ୍ତ କରିଥିଲେ ।

ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବ ଲାଗି ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ହେଲିକାପ୍ଟରର ଯୋଗେ ପାରାଦ୍ବୀପରେ ପହଞ୍ଚିଥିଲେ । ଏହାପରେ ସେ ସକାଳ ୯ଟାରେ ପାରାଦ୍ବୀପ ସହର ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ ନିକଟରେ ହେଲିପ୍ୟାଡରେ ଅବତରଣ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ କିଛି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ ରାଷ୍ଟ୍ରପତି । ଏହାପରେ କୋଷ୍ଟଗାର୍ଡ ଜାହାଜରେ ମୋରାଇନ ସାଇଟ ବୁଲିଥିଲେ । ମହାମହିମଙ୍କ ଏହି ଗସ୍ତ ଲାଗି ଗତକାଲି ଠାରୁ ପାରାଦ୍ବୀପ ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା ।

ଏହା ବି ପଢନ୍ତୁ- ପାରାଦ୍ୱୀପରେ ମହାମହିମ, ବୋଇତ ବନ୍ଦାପନା କଲେ ମେରାଇନ ସାଇଟ ବୁଲିଲେ

ଆଜି ସକାଳେ ମହାମହିମ ରାଷ୍ଟ୍ରପତି ପାରାଦ୍ବୀପରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ହୁଳହୁଳି ଓ ପାରମ୍ପରିକ ବାଦ୍ୟ ସହିତ ସ୍ବାଗତ କରିଥିଲେ । ଏହାପରେ ରାଷ୍ଟ୍ରପତି ପ୍ରୋଟକଲ ଭାଙ୍ଗି କୁନି କୁନି ପିଲାଙ୍କୁ ଚକୋଲେଟ ବଣ୍ଟନ କରିଥିଲେ । ଏହାପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇ ସେ ବନ୍ଦରର ଐତିହାସିକ ଗାଥାକୁ ବଖାଣିଥିଲେ । ଏହି ଭବ୍ୟ ସମାରୋହରେ ସେ ଯୋଗ ଦେଇ ବେଶ ଖୁସି ଥିବା ମଧ୍ୟ କହିଥିଲେ । ଏହାସହିତ ପାରାଦ୍ବୀପ ବନ୍ଦର ସମେତ ଦେଶର ସମସ୍ତ ବନ୍ଦରଗୁଡ଼ିକର ଭିତ୍ତିଭୂମିକୁ ଆହୁରି ସୁଦୃଢ ହେବା ଉଚିତ ବୋଲି କହିଥିଲେ ରାଷ୍ଟ୍ରପତି ।

ଏହା ବି ପଢନ୍ତୁ- ବନ୍ଧୁ ପରି ବନ୍ଧୁଟିଏ: ଗୌରୀଙ୍କୁ ଦାମୀ ଉପହାର ଦେଲେ ରାଷ୍ଟ୍ରପତି

ଏହି ୨ ଦିନିଆ ଗସ୍ତ ମଧ୍ୟରେ ଗତକାଲି ମହାମହିମ ଓଡ଼ିଶା ରାଜଭବନରେ ଖୋର୍ଦ୍ଧା ବେଗୁନିଆ ବ୍ଲକ ଦୁର୍ଗାପୁର ଗାଁର ନିଜ ପିଲାଦିନର ବନ୍ଧୁ ଗୌରି ମଲ୍ଲିକଙ୍କୁ ଭେଟିଥିଲେ । ବେଗୁନିଆ ବିଡ଼ିଓ ସରକାରୀ ଗାଡ଼ିରେ ଗୌରୀଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନର ସହ ପାଛୋଟି ନେଇଥିଲେ । ରାଜ ଭବନ ପରିସରରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ସପରିବାର । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଭାବବିହ୍ଵଳ ହୋଇପଡିଥିବା ଗୌରୀ କହିଥିବା ବେଳେ ପୁନର୍ବାର ତାଙ୍କୁ ଭେଟିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ସେହିପରି ଫେରିବାବେଳେ ଗୌରୀଙ୍କୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ବନ୍ଧେଇ ହୋଇଥିବା ବଡ଼ ପଟ୍ଟଚିତ୍ର ସହ ଦାମୀ ଶାଢ଼ୀ ଉପହାର ଦେଇଥିବା ଗୌରୀ କହିଛନ୍ତି ।

ଏହା ବି ପଢନ୍ତୁ- ପାରାଦ୍ବୀପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରୋଟୋକଲ ଭାଙ୍ଗିଲେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.