ETV Bharat / state

ରମାଦେବୀର ଛାତ୍ରୀ ଭାବେ ମୁଁ ଗର୍ବିତ: ରାଷ୍ଟ୍ରପତି - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରୀ ଜୀବନର ସ୍ମୃତିଚାରଣ କଲେ ରାଷ୍ଟ୍ରପତି । ନିଜ ଅଭିଭାଷଣରେ ରମାଦେବୀର ଛାତ୍ରୀ ଭାବେ ଗର୍ବିତ, ଧନ ନୁହେଁ ମନର ବଳ ଥିଲେ ଦୁନିଆ ଟଳମଳ କରିହେବ କହିଲେ ରାଷ୍ଟ୍ରପତି । ନାରୀଶକ୍ତିର ଗୁରୁତ୍ବ ବର୍ଣ୍ଣନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢ଼ନ୍ତୁ

ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି

author img

By

Published : Feb 10, 2023, 9:04 PM IST

ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ସ୍ମୃତିଚାରଣ ବେଳେ ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖି ରମାଦେବୀର ଛାତ୍ରୀ ଭାବେ ଗର୍ବିତ, ଧନ ନୁହେଁ ମନର ବଳ ଥିଲେ ଦୁନିଆ ଟଳମଳ କରିହେବ କହିଲେ ରାଷ୍ଟ୍ରପତି ।

ଛାତ୍ରୀ ଜୀବନର ସ୍ମୃତିକୁ ମନେ ପକାଇ ଭାବ ବିହ୍ବଳ ହେଲେ ରାଷ୍ଟ୍ରପତି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ କଲେଜ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ୪୦ ବର୍ଷ ତଳର ପୁରୁଣା ସ୍ମୃତିକୁ ମନେପକାଇ ଭାବବିହ୍ବଳ ହୋଇଯାଇଥିଲେ ରାଷ୍ଟ୍ରପତି । ତାଙ୍କ ଜୀବନର ଗତିପଥରେ ଏହି ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି କହିଥିଲେ । ରାଷ୍ଟ୍ରପତି ତାଙ୍କ ଦୀକ୍ଷାନ୍ତ ଭାଷଣ ଆରମ୍ଭରେ ରମାଦେବୀର ପବିତ୍ର ମାଟିର ବନ୍ଦନା କରିଥିଲେ । ଅଡିଟୋରିୟମ୍ ହଲ୍ ଉପରେ ଆଖି ବୁଲାଇ କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ ରାଷ୍ଟ୍ରପତି । କହିଥିଲେ, "ଏହି ସେ ଅଡିଟୋରିୟମ୍, ସେହି ସୁଗନ୍ଧ, ସେହି ମହକ, ସେଇ କାନ୍ଥ, ସମସ୍ତେ ମତେ ଯେମିତି ଆହ୍ବାନ କରୁଛନ୍ତି । ଶ୍ରଦ୍ଧାରେ ପାଛୋଟି ଆଣୁଛନ୍ତି ।"

'କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ ବଡ଼କଥା': ରାଷ୍ଟ୍ରପତି ତାଙ୍କ ଛାତ୍ରୀ ଜୀବନର ସ୍ମୃତିକୁ ମନେ ପକାଇ କହିଥିଲେ, "ମୁଁ ଆଦିବାସୀ ହଷ୍ଟେଲରେ ରହୁଥିଲି । ଅବସର ସମୟରେ ହଷ୍ଟେଲ୍ ପୋର୍ଟିକୋ ପାଖରେ ବସିବାର ମଜ୍ଜା ନିଆରା ଥିଲା । କଲେଜରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଝିଅଠାରୁ ଗରିବ ଚାଷୀର ଝିଅ ସମସ୍ତେ ଆମେ ଏକାଠି ପଢ଼ୁଥିଲୁ । ଆମ ଭିତରେ କଥାବାର୍ତ୍ତାରେ ଭେଦଭାବର ବାତ୍ସ୍ନା ନଥିଲା । ଲାଗୁଥିଲା ଦୁର୍ଗମ ପଲ୍ଲୀରୁ ରାଜଧାନୀ ଯାଏଁ ସମସ୍ତେ ସମାନ । ମନରେ ଏହା ଉଦ୍ଦୀପନା ସୃଷ୍ଟି କରୁଥିଲା ।" ନିଜର ଆର୍ଥିକ ଦୂରାବସ୍ଥା ସମ୍ପର୍କରେ ମନେ ପକାଇ କହିଥିଲେ, "ସେତେବେଳର ପରିସ୍ଥିତି ପାଇଁ କ୍ୟାଣ୍ଟିନ୍‌ରେ ଖାଉନଥିଲି । ବାହାର ଠେଲା ଗାଡ଼ିରୁ କିଛି ଖାଇ ରହିଯାଉଥିଲି । ରାସ୍ତାକଡ଼ରେ ଥିବା ସମୟର ଠେଲା ଗାଡ଼ିରୁ ଲେମ୍ବୁ, ଲଙ୍କା, ଲୁଣପାଣି ପିଉଥିଲି ।" କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ ବଡ଼କଥା ବୋଲି ରାଷ୍ଟ୍ରପତି କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.