ETV Bharat / state

ରାଜଧାନୀରେ ବରପୁତ୍ରମାନଙ୍କୁ ପୁଷ୍ପାର୍ଘ୍ୟ ଦେଇ ସମ୍ମାନ ଜଣାଇଲେ ରାଷ୍ଟ୍ରପତି ମୁର୍ମୁ

author img

By

Published : Nov 10, 2022, 9:38 PM IST

ରାଷ୍ଟ୍ରପତି ରାଜଧାନୀରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ର ତଥା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ବିନମ୍ର ସମ୍ମାନ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ବରପୁତ୍ରମାନଙ୍କୁ ପୁଷ୍ପାର୍ଘ୍ୟ ଦେଇ ସମ୍ମାନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଦୁଇଦିନିଆ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପୁରୀରୁ ଆସି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କ ଉଚ୍ଛ୍ୱସିତ ସ୍ଵାଗତ ଜଣାଇଛନ୍ତି ସମବେତ ଜନତା । ଅନ୍ୟପଟେ ରାଷ୍ଟ୍ରପତି ରାଜଧାନୀରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ର ତଥା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ବିନମ୍ର ସମ୍ମାନ ନିବେଦନ କରିଛନ୍ତି।

ତେବେ ଭୁବନେଶ୍ବର ବିମାନବନ୍ଦର ରୁ ବାହାରି ପ୍ରଥମେ ରାଜ୍ୟ ସଂଗ୍ରାହଳୟ ଛକ ନିକଟରେ ଥିବା ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହାପରେ ରାଜଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଛକଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାଓ୍ବାର ହାଉସ୍ ଛକରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କଳିଙ୍ଗ ହସ୍ପିଟାଲ୍ ଛକରେ ସ୍ଵଭାବ କବି ଗଙ୍ଗାଧର ମେହେର ଓ ଶହୀଦ ଲକ୍ଷ୍ମଣ ନାଏକ, ମୈତ୍ରୀ ବିହାରରେ ଭଗବାନ୍ ବିର୍ସା ମୁଣ୍ଡା ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଅନ୍ୟପଟେ ସେଠାରେ ଜନଜାତିଙ୍କ ପୂଜ୍ୟଦେବତା ମାରାଗଂ ବୁରୁଙ୍କୁ ପ୍ରାର୍ଥନାପୂର୍ବକ ପ୍ରଣିପାତ କରିଛନ୍ତି ରାଷ୍ଟ୍ରପତି।

ପ୍ରତିମୂର୍ତ୍ତି ସ୍ଥଳଗୁଡ଼ିକରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। କେତେକ ସ୍ଥାନରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଵାଗତ ଜଣାଇ ଲୋକନୃତ୍ୟ ଓ ଜନଜାତି ନୃତ୍ୟ ପରିବେଷିତ ହୋଇଛି । ସବୁଠାରେ ଜନସାଧାରଣ ହର୍ଷଧ୍ଵନି, ହୁଳହୁଳି ସହିତ ମହାମହିମ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଶୃଙ୍ଖଳିତ ଭାବରେ ସମବେତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.