ETV Bharat / state

ସାଙ୍ଗଙ୍କୁ ଭେଟିବା ପାଇଁ ଅର୍ଥ ସାଜିଛି ବାଧକ, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବାଟ ଚାହିଁ ବସିଛନ୍ତି ଗୌରୀ

author img

By ETV Bharat Odisha Team

Published : Nov 10, 2023, 9:08 PM IST

ସାଙ୍ଗକୁ ଭେଟିବା ପାଇଁ ବ୍ୟାକୁଳ ଥିଲେ ବି ସୁଯୋଗ ପାଉନି ସାଙ୍ଗ । ଜଣେ ଭାରତର ସର୍ବୋଚ୍ଚ ପଦରେ ଥିବାବେଳେ ଆଉ ଜଣେ ଜରିପାଲ ତଳେ ଜୀବନ କାଟୁଛି । ପଢନ୍ତୁ ଆଉ ଏକ କୃଷ୍ଣ ସୁଦାମାର କାହାଣୀ

droupadi murmus childhood friend
ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ବ୍ୟାକୁଳ ବନ୍ଧୁ

ଖୋର୍ଦ୍ଧା: ସାଙ୍ଗକୁ ଭେଟିବା ପାଇଁ ବ୍ୟାକୁଳ ଥିଲେ ବି ସୁଯୋଗ ପାଉନି ସାଙ୍ଗ । ଜଣେ ଭାରତର ସର୍ବୋଚ୍ଚ ପଦରେ ଥିବାବେଳେ ଆଉ ଜଣେ ଜରିପାଲ ତଳେ ଜୀବନ କାଟୁଛି । ଏଭିଳି କଥା କୃଷ୍ଣ ଆଉ ସୁଦାମାଙ୍କ କାହାଣୀ ଆଉ ସ୍ମୃତିକୁ ମନେ ପକାଉଛି । ଦିନ ଥିଲା ଗୋଟିଏ ଘରେ ଗୋଟିଏ ଯାଗାରେ ଖାଉଥିଲେ ସୁଖ ଦୁଃଖ ହେଉଥିଲେ ଆଉ ମନକୁ ଆନମନା କରୁଥିବା ପ୍ରଶ୍ନର ଉତ୍ତର ସାଙ୍ଗଠାରୁ ଖୋଜୁଥିଲେ । କିନ୍ତୁ ସମୟ ବଦଳିବା ସହ ଜଣେ ସାଙ୍ଗ ଦେଶର ସର୍ବୋଚ୍ଚ ପଦ ଅର୍ଥାତ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛି । ହେଲେ ଅନ୍ୟ ଜଣେ ସାଙ୍ଗ ନିଜ ଭାଗ୍ୟକୁ ଆଦରି ଚାଳ ଛପର ଘରେ ପଡି ରହିଛନ୍ତି ।

ଏହିପରି ଭାବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବନ୍ଧୁ ଜରିପାଲ ତଳେ ଜୀବନ କାଟୁଛନ୍ତି । ସାଙ୍ଗକୁ ଭେଟିବାକୁ ଇଚ୍ଛା ଥିଲେ ବି ତାଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପିଲାବେଳେ କଟାଇଥିବା ସ୍ମୃତିକୁ ସାଇତି ରଖି ଏବେବି ତାଙ୍କ କଥା ମନେ ପକାଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୁର୍ଗାପୁର ଗ୍ରାମର ଗୌରୀ ମଲ୍ଲିକ । ମହାମହିମ ରାଷ୍ଟ୍ରପତି ଓଡିଶା ଆସିଲେ ତାଙ୍କ ପିଲାବେଳର ସାଙ୍ଗମାନେ ରାଷ୍ଟ୍ରପତିଙ୍କୁ ଭେଟୁଥିବାବେଳେ ଗୌରୀ କିନ୍ତୁ ସାକ୍ଷାତ କରିବାରୁ ବଞ୍ଚିତ ହୋଇଛନ୍ତି । ପିଲା ଦିନର ସାଙ୍ଗକୁ ଭେଟି ନପାରି ଦୁଃଖ ପ୍ରକାଶ କରିଛନ୍ତି ଗୌରୀ ।

ଏହା ବି ପଢନ୍ତୁ...Friendship Day: ରାଷ୍ଟ୍ରପତିଙ୍କୁ ମନେ ପକାଇଲେ ବାଲ୍ୟ ବନ୍ଧୁ ତପତୀ, କହିଲେ ମୂତ୍ୟୁ ପୂର୍ବରୁ ଥରେ ଭେଟିବାକୁ ଇଚ୍ଛା

ଏହା ବି ପଢନ୍ତୁ...ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ସକାଳୁ ଅପେକ୍ଷାରତ ଦିବ୍ୟାଙ୍ଗ, କହିଲେ ଭେଟିଲେ ଦୁଃଖ ଜଣାଇବି

ଏହା ବି ପଢନ୍ତୁ...ଗାଡିରୁ ଓହ୍ଲାଇ ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବାଣ୍ଟିଲେ ଦୌପଦୀ ମୁର୍ମୁ

ପିଲାଦିନର ସ୍ମୃତିକୁ ମନେ ପକାଇ ଗୌରୀ କହିଛନ୍ତି, "ସେ ମୋର ସବୁଠୁ ଭଲ ସାଙ୍ଗ । ଆମେ ହଷ୍ଟେଲରେ ମିଳିମିଶି ରହୁଥିଲୁ । ସେ ଏବେ ଦେଶର ସର୍ବୋଚ୍ଚ ପଦବୀରେ ଥିବା ଜାଣି ଖୁବ ଖୁସି ଓ ଗର୍ବିତ ଲାଗୁଛି । ଅନେକ ଥର ଭେଟିବାକୁ ଚାହୁଁଥିଲେ ମଧ୍ୟ ସମ୍ଭବ ହୋଇପାରିନି ।" ତେବେ ମହାମହିମ ତାଙ୍କୁ ନିଶ୍ଚୟ ଭେଟିବେ ଓ ପିଲାବେଳର ସ୍ମୃତିକୁ ପୁଣିଥରେ ମନେ ପକେଇବେ ବୋଲି ଆଶା ରଖିଛନ୍ତି ଗୌରୀ । ମହାମହିମ ରାଷ୍ଟ୍ରପତିଙ୍କ ପିଲାବେଳର ବାନ୍ଧବୀ ଗୌରୀ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିବାକୁ ଅପେକ୍ଷା କରି ରହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.