ETV Bharat / state

President visits Lingaraj temple: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ଚାଲି ଚାଲି ବୁଲିଲେ ବିନ୍ଦୁ ସାଗର - ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି

ଓଡିଶା ଗସ୍ତର ଦ୍ବିତୀୟ ଦିନରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author img

By

Published : Feb 11, 2023, 9:54 AM IST

Updated : Feb 11, 2023, 2:05 PM IST

President visits Lingaraj temple

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାମହିମ ସକାଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ତାଙ୍କ ସହିତ ଝିଅ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଥିଲେ । ମନ୍ଦିରରେ ରାଷ୍ଟ୍ରପତି ପ୍ରଭୁ ଲିଙ୍ଗରାଜଙ୍କୁ ଜଳାଭିଷକ କରିଛନ୍ତି । ସେ ମନ୍ଦିରରେ ପ୍ରାୟ ୩୦ ମିନିଟ୍ ପୂଜାର୍ଚ୍ଚନା କରିଛନ୍ତି । ସେଥିପାଇଁ ମନ୍ଦିରରେ ଅଧଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ମହିମହିମ ଗସ୍ତ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ବିନ୍ଦୁ ସାଗରକୁ ଯାଇଥିଲେ । ସେଠାରୁ ଖାଲି ପାଦରେ ଚାଲି ଚାଲି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ରାଷ୍ଟ୍ରପତିଙ୍କୁ ୩ ନିଯୋଗ ସମ୍ପାଦକ ସ୍ବାଗତ କରି ପାଛୋଟି ନେଇଥିଲେ । ରାଷ୍ଟ୍ରପତି ମନ୍ଦିର ଭିତରେ ପ୍ରଥମେ ସିଦ୍ଧି ବିନାୟକଙ୍କ ନିକଟରେ ପୂଜା କରିବା ପରେ ଗର୍ଭ ଗହରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ, କ୍ଷୀର ଅଭିଷେକ, ବେଲପତ୍ର ଓ ଫୁଲ ବରଣ କରି ପୂଜାର୍ଚ୍ଚନା କରିଥିଲେ ।

ପୂଜାର୍ଚ୍ଚନା ପରେ ରାଷ୍ଟ୍ରପତି ସେବାୟତଙ୍କ ପାଇଁ ଆଣିଥିବା ଉତ୍ତରୀୟ ପ୍ରଦାନ କରିଥିଲେ । ପରମ୍ପରା ଅନୁସାରେ ସେ ବଡୁ ନିଯୋଗର ଖାତାରେ ଦସ୍ତଖତ କରିବା ସହ ନିଜର ବାର୍ତ୍ତା ଦେଇଥିଲେ । ବାର୍ତ୍ତାରେ ସେ ଲେଖିଥିଲେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରର ଶାନ୍ତ ଓ ସ୍ନିଗ୍ଧ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରି ଦିବ୍ୟ ଆନନ୍ଦ ଲାଭକରିଛି । ଦେଶବାସୀଙ୍କ ସୁଖ ସମୃଦ୍ଧି ତଥା ବିଶ୍ୱ କଲ୍ୟାଣ ପାଇଁ ମହାପ୍ରଭୁଙ୍କ ପାଖରେ କାମନା କରୁଛି ।

ମନ୍ଦିରରୁ ବାହାରିବା ପରେ ରାଷ୍ଟ୍ରପତିଙ୍କୁ ଆକୃଷ୍ଟ କରିଥିଲା ସେଠାରେ ବାଜୁଥିବା ଆଦିବାସୀ ପରମ୍ପରାରର ବାଦ୍ୟ ଓ ସାନ୍ତାଳୀ ନୃତ୍ୟ । ରାଷ୍ଟ୍ରପତି ପ୍ରୋଟୋକଲରୁ ବାହାରି ସେହି ଆଦିବାସୀ କଳାକାରଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଲିଙ୍ଗରାଜ ମନ୍ଦିର ପରିଦର୍ଶନ ପରେ ରାଷ୍ଟ୍ରପତି ମୁର୍ମୁ ହେଲିକପ୍ଟର ଯୋଗେ କଟକ ଯାଇଥିଲେ । କଟକ ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପ୍ରୋଟକଲ ଭାଙ୍ଗି ପିଲାଙ୍କ ପାଖକୁ ଆସିଲେ ରାଷ୍ଟ୍ରପତି, ଛାତ୍ରୀଙ୍କଠୁ ନେଲେ ଫଟୋଚିତ୍ର ଉପହାର

ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ । ଏଠାରେ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦର ଫେରି ପୁଣିଥରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ବିତୀୟ ଥର ଓଡି଼ଶା ଗସ୍ତ ।

ଗତକାଲି(ଶୁକ୍ରବାର) ରାଷ୍ଟ୍ରପତି ଦିନ ୧୧ଟା ୪୫ ମିନିଟ୍ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ । ସେଠାରୁ ସିଧାସଖଳ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ରାଜଭବନରେ ଭୋଜନ କରିବା ପରେ ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2023, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.