ETV Bharat / state

ସରିଲା ୩ ଦିନିଆ ଗସ୍ତ, ଜନ୍ମମାଟି ଛାଡିଲେ ମହାମହିମ ରାଷ୍ଟ୍ରପତି - ଓଡ଼ିଶା ଗସ୍ତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ଆଜି ଶେଷ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାପରେ ଆଜି କର୍ମଭୂମିକୁ ବାହାଡୁଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ

President Draupadi Murmu
President Draupadi Murmu
author img

By

Published : Jul 27, 2023, 8:38 PM IST

Updated : Jul 27, 2023, 8:54 PM IST

ସରିଲା ୩ ଦିନିଆ ଗସ୍ତ, ଜନ୍ମମାଟି ଛାଡିଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ଜନ୍ମମାଟି ଛାଡିଲେ ମହାମହିମ । ତିନି ଦିନିଆ ଗସ୍ତ ସାରି ଓଡ଼ିଶା ଛାଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି । ବିମାନବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ମେୟର ଏବଂ ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ବ୍ରହ୍ମକୁମାରୀ ସେଣ୍ଟରରେ ଲାଇଟହାଉସ ଲଞ୍ଚ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି କର୍ମଭୂମିକୁ ଫେରିଛନ୍ତି ।

ତିନି ଦିନ ଓଡ଼ିଶା ଗସ୍ତ ମଧ୍ୟରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନେକ ଲୋକଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ପ୍ରଥମ ଦିନରେ ରାଜଭବନରେ ପାଦ ଦେଉ ଦେଉ ଅତୁଟ ବନ୍ଧନ ଅନୁଷ୍ଠାନ କର୍ମକର୍ତ୍ତା ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେମାନଙ୍କ ସହ କଥା ହୋଇ ସେମାନଙ୍କୁ ପ୍ରେରଣା ଯୋଗାଇଥିଲେ । ଯେଉଁ ଛାତ୍ରଛାତ୍ରୀ ଟଙ୍କା ଅଭାବରୁ ମେଡିକାଲ ପଢ଼ି ପାରୁନଥିଲେ ସେମାନଙ୍କୁ ସାହାଯ୍ୟର ହାତ ବଢ଼େଇ ସେମାନଙ୍କ ପାଠ ପଢ଼ିବାର ଦାୟିତ୍ବ ବହନ କରୁଛି ଅତୁଟ ବନ୍ଧନ ଭଳି ଏକ ଅନୁଷ୍ଠାନ । ସେହି ଅନୁଷ୍ଠାନର ୱେବସାଇଟକୁ ଆଜି ଉଦଘାଟନ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରତିଷ୍ଠାତା ଓ ପରିବାରର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ।

ଏହା ବି ପଢନ୍ତୁ- President Droupadi Murmu: ରାଜଧାନୀରେ ସପିଂ କଲେ ମହାମହିମ, କିଣି ନେଲେ ବୁଣାକାରଙ୍କ ହାତ ତିଅରି ଶାଢ଼ୀ ଓ ସୁଟ୍‌

ବର୍ତ୍ତମାନ ଏହି ଅନୁଷ୍ଠାନ ଦ୍ବାରା ୫୨ ଜଣ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢି ଡାକ୍ତର ହେବାର ସ୍ବପ୍ନକୁ ସାକାର କରିଛନ୍ତି । ଏଭଳି ଗରିବ ପିଲାଙ୍କୁ ସାହାଯ୍ୟ କରିଥିବା ଅନୁଷ୍ଠାନକୁ ରାଷ୍ଟ୍ରପତି ଭୂୟସୀ ପ୍ରସଂଶା କରିବା ସହ ଆଗକୁ ଅନେକ ପିଲାଙ୍କ ସ୍ବପ୍ନ କିପରି ପୂରଣ କରିହେବ ସେନେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଭାବରେ କଟକରେ ୭ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଗୁଡ଼ିକ ହେଉଛି ପ୍ରଥମେ କଟକ ଚଣ୍ଡୀ ମନ୍ଦିର, କଟକ ସ୍ଥିତ ଉତ୍କଳଗୌରବ ମଧୁସୁଦନ ଦାସଙ୍କ ବାସଭବନ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଆଦି ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହାସହ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଅବସରରେ ଯୋଗ ଦେଇଥିଲେ । ଏହାପରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କଟକର ସମାବର୍ତ୍ତନ ଉତ୍ସବ, ଏସ୍‌ସିବିର ବାର୍ଷିକୋତ୍ସବରେ ଯୋଗ ଦେଇଥିଲେ । ସେହିପରି ଆଜି ଭୁବନେଶ୍ବର ତମାଣ୍ଡୋର ଦଶବାଟିଆଠାରେ ଥିବା ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏପଟେ ଶୋ’ ରୁମ୍‌ରୁ ମନ ପସନ୍ଦର ୬ ଖଣ୍ଡ ଶାଢ଼ୀ ଏବଂ ୬ ଖଣ୍ଡ ସୁଟ୍‌ କିଣିଛନ୍ତି ରାଷ୍ଟ୍ରପତି । ପାଖାପାଖି ୩୦ରୁ ଅଧିକ ଶାଢ଼ୀ ମଧ୍ୟରୁ ୬ଟି ଶାଢ଼ୀ ପସନ୍ଦ କରିଥିଲେ ରାଷ୍ଟ୍ରପତି ଏବଂ ତାଙ୍କ ଝିଅ ।

ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନ ଧରି ଓଡ଼ିଶା ଗସ୍ତ ସମୟରେ ୧୦ଟି ପିଭିଟିଜିର ଜନଜାତି ସମ୍ପ୍ରଦାୟକୁ ଭେଟିଥିଲେ । ସେମାନଙ୍କ ଚାଲିଚଳନ, ଜୀବନଶୈଳୀ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ଅର୍ଥ ନୈତିକ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ । ତେବେ ଏଥିରେ ଭାଗ ନେଇଥିବା ସମ୍ପ୍ରଦାୟ ହେଉଛନ୍ତି ବଣ୍ଡା, ଦଙ୍ଗରିଆ କନ୍ଧ, ଭୂଜିଆ, କୁଟିଆ, ପାପଡ଼ି ଭୂୟାଁ ସମ୍ପ୍ରଦାୟ ଭଳି ବିଭିନ୍ନ ପିଭିଟିଜି ସମ୍ପ୍ରଦାୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 27, 2023, 8:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.