ETV Bharat / state

କଂଗ୍ରେସରେ ଅଲ୍‌ ଇଜ୍‌ ନଟ୍‌ ୱେଲ, ବୈଠକ ଅଧାରୁ ଚାଲିଗଲେ ନରସିଂହ ମିଶ୍ର - ଭୁବନେଶ୍ବର କଂଗ୍ରେସ ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଦଳପକ୍ଷରୁ ଚାଲିଛି ରୀତିମତ ପ୍ରଚେଷ୍ଟା। ଏନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ ଆଲୋଚନା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା। ଅଧିକ ପଢ଼ନ୍ତୁ

ଦଳ ସଚେତନ ନହେଲେ ଆଗକୁ କୌଣସି ପ୍ରଭାବ ପଡ଼ିବ ନାହିଁ : ବିଧାୟକ

author img

By

Published : Dec 18, 2022, 7:25 PM IST

ଦଳ ସଚେତନ ନହେଲେ ଆଗକୁ କୌଣସି ପ୍ରଭାବ ପଡ଼ିବ ନାହିଁ : ବିଧାୟକ

ଭୁବନେଶ୍ବର : କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଦଳପକ୍ଷରୁ ଚାଲିଛି ରୀତିମତ ପ୍ରଚେଷ୍ଟା କରାଯାଉଛି । ଏନେଇ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ସମସ୍ତ ବିଧାୟକ, ସମସ୍ତ ଜିଲ୍ଲାର ସଭାପତି ଓ ବରିଷ୍ଠ କଂଗ୍ରେସ ନେତା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ହେଲେ ବୈଠକ ଆରମ୍ଭରୁ ହିଁ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ବିଗିଡ଼ି ଯାଇଥିଲେ ।

କାରଣ ବୈଠକ ଆରମ୍ଭ ହେବା ପୂର୍ବରୁ ନରସିଂହ ପହଞ୍ଚିଥିବା ବେଳେ ବୈଠକରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଆସିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ନରସିଂହ ବିରକ୍ତି ପ୍ରକାଶ କରି କଂଗ୍ରେସ ଭବନରୁ ଉଠି ଚାଲି ଯାଇଥିଲେ । ଏଥିରୁ ସ୍ପଷ୍ଟ ବାରି ହେଉଥିଲା ନରସିଂହ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଏହାର କିଛି ସମୟ ପରେ ବୈଠକ ଆରମ୍ଭ ହୋଇଥିଲା । ଆଉ ବୈଠକ ଆରମ୍ଭ ହେବାକ୍ଷଣି ନରସିଂହ ଆସି ପୁଣିଥରେ ବୈଠକରେ ଯାେଗ ଦେଇଥିଲେ ।

ହେଲେ ବୈଠକ ସରିବା ପୂର୍ବରୁ ହିଁ ନରସିଂହ କଂଗ୍ରେସ ଭବନ ଛାଡ଼ି ଚାଲି ଯାଇଥିଲେ । ବିଧାୟକଙ୍କ ଏପରି ବିରକ୍ତି ହେବା ଓ ବୈଠକ ସରିବା ପୂର୍ବରୁ ଉଠି ପଳାଇବା ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଦଳ ଭିତରେ ଅନନ୍ତୋଷ ଲାଗି ରହିଛି । ଅନ୍ୟପକ୍ଷରେ ସମାନ ଭାବରେ କଂଗ୍ରେସର କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏହାକୁ ନେଇ କହିଥିଲେ ଦଳରେ କୌଣସି ଜିନିଷ ଠିକ୍ ନାହିଁ । ଏପରିକି କହୁ କହୁ କହି ଦେଇଥିଲେ କଂଗ୍ରେସରେ 'ଅଲ୍ ଇଜ୍ ନଟ୍ ଓ୍ବେଲ'।

ଏ ସମ୍ପର୍କରେ ବିଧାୟକ ନରସିଂହ ମିଶ୍ର କହିଛନ୍ତି "କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଉଛି । କଂଗ୍ରେସକୁ ସୁଦୃଢ଼ କରାଯିବ । ଗାଁକୁ ଗାଁ ବୁଲି ଲୋକଙ୍କୁ ଭେଟିବେ କର୍ମୀ । ରାହୁଲ ଗାନ୍ଧୀଙ୍କ ବାର୍ତ୍ତା କିଭଳି ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବୈଠକରେ ନିଷ୍ପତି ହୋଇଛି । କୌଣସି ନା କୌଣସି କାରଣରୁ କଂଗ୍ରେସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଉଛି । ଏହା ଦିବାଲୋକରେ ସ୍ପଷ୍ଟ ଯେ ଲୋକମାନେ କଂଗ୍ରେସଠାରୁ ଦୂରେଇ ଯାଉଛନ୍ତି । ସେଥିପାଇଁ ଆଲୋଚନାର ଆବଶ୍ୟକତା ଅଛି । ଏହି ସବୁ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହେବ ଏବଂ ନିଷ୍ପତ୍ତି ନିଆଯିବ । ଦଳ ସଚେତନ ନହେଲେ ଆଗକୁ କୌଣସି ପ୍ରଭାବ ପଡ଼ିବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.