ETV Bharat / state

ପାର୍ବଣ ପୂର୍ବରୁ ପ୍ରସ୍ତୁତି, ମା'ଙ୍କ ଆଗମନ ପାଇଁ କୁଆଖାଇ ନଦୀପଠାରେ ମୃତ୍ତିକା ପୂଜା - କୁଆଖାଇ ନଦୀପଠାରେ ପୂଜାର୍ଚ୍ଚନା

ଦୁର୍ଗା ମା'ଙ୍କ ଧରାବତରଣକୁ ନେଇ କୁଆଖାଇ ନଦୀ ପଠାରେ ମୂର୍ତ୍ତିକା ଆନୟନ ବା ମାଟି ଅନୁକୂଳ ପୂଜା । ଅଧିକ ପଢ଼ନ୍ତୁ

durga puja preparation
କୁଆଖାଇ ନଦୀପଠାରେ ମୃତ୍ତିକା ପୂଜା
author img

By ETV Bharat Odisha Team

Published : Sep 6, 2023, 6:39 PM IST

Updated : Sep 6, 2023, 6:48 PM IST

କୁଆଖାଇ ନଦୀପଠାରେ ମୃତ୍ତିକା ପୂଜା

ଭୁବନେଶ୍ବର: ଆସୁଛି ପାର୍ବଣ ଋତୁ। ଆଶ୍ୱିନ ମାସ ଆସିଲେ ଧରାପୃଷ୍ଠରେ ଧରାବତରଣ କରିବେ ଦୁର୍ଗତିନାଶିନୀ ମା' ଦୁର୍ଗା । ତେଣୁ ମା'ଙ୍କ ଆଗମନ ପୂର୍ବରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ପ୍ରସ୍ତୁତି ପାଇଁ ମୃତ୍ତିକା ଆନୟନ ପୂଜା ହୋଇଯାଇଛି । ଏନେଇ କୁଆଖାଇ ନଦୀ ପଠାରେ ରାଜଧାନୀର ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଏକାଠି ହୋଇ ମାଟି ଅନୁକୂଳ ପାଇଁ ପୂଜା କରିଛନ୍ତି । ଘଣ୍ଟଘଣ୍ଟା, ମୃଦଙ୍ଗ ତୁରୀ ଆଦିର ସ୍ବରରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ପାରମ୍ପରିକ ଢଙ୍ଗରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ଆସି ନଦୀ ପଠାରେ ପୂଜାର୍ଚ୍ଚନା କରିଛନ୍ତି ।

ଏହା ବି ପଢନ୍ତୁ...Watch: ଆସୁଛନ୍ତି ବିଘ୍ନରାଜ, ହାଇଦ୍ରାବାଦରେ ମନ ମୋହୁଛି ବିଭିନ୍ନ ମୁଦ୍ରାର ଗଣେଶ ମୂର୍ତ୍ତି

ପ୍ରଥମେ ନଦୀରେ ବୁଡ଼ ପକାଇ କଳସରେ ପାଣି ଆଣି ଅନୁକୂଳ ପୂର୍ବକ ପୂଜାର୍ଚ୍ଚନା କରାଯାଇଛି । ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ସହ ମାଟି ଅନୂକୁଳର ପୂଜା ବିଧିକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କୁଆଖାଇ ନଦୀପଠା । ଆଜି ମା' ଙ୍କର ପ୍ରଥମ ପୂଜାରେ ୧୦ରୁ ଉର୍ଦ୍ଧ୍ବ କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି । ନୟାପଲ୍ଲୀ ଶହୀଦ ନଗର, ଡୁମଡୁମା, ଚନ୍ଦ୍ରଶେଖର ଆଦି ପୂଜା ମଣ୍ଡପ ତରଫରୁ ମୃତ୍ତିକା ଆନୟନ ବା ମାଟି ଅନୁକୂଳ ପୂଜା କରାଯାଇଛି । ସେପଟେ ମହାବୀରଙ୍କ ପୂଜା ପାଇଁ ମଧ୍ୟ ପୂଜା କମିଟି ସଦସ୍ୟମାନେ କୁଆଖାଇ ନଦୀପଠାକୁ ଆସିଥିବା ଦେଖିବାକୁ ମିଳିଛି । ଏନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଖୁସି ବ୍ୟକ୍ତ କରିଛନ୍ତି କମିଟି ସଦସ୍ୟ ।

ଏହା ବି ପଢନ୍ତୁ...ପୂଜା ପରେ ମଧ୍ୟ ବିବାହ ପାଇଁ ମିଳିଲାନି ମନପସନ୍ଦ କନ୍ୟା ! ମନ୍ଦିରରୁ ଶିବଲିଙ୍ଗ ଫିଙ୍ଗିଦେଲେ ଯୁବକ

ପବିତ୍ର ଜନ୍ମାଷ୍ଟମୀ ତିଥିରେ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପାଇଁ ଆବଶ୍ୟକ ମୂର୍ତ୍ତିକାର ଅନୁକୂଳ କରାଯାଇଛି । ଏଥିପାଇଁ ପୂଜା ମଣ୍ଡପର କର୍ମକର୍ତ୍ତା ନଦୀପଠାକୁ ଆସି ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିଛନ୍ତି । ୮ଟି ସ୍ଥାନର ମୃତ୍ତିକାର ମିଶ୍ରଣକୁ ନେଇ ମା'ଙ୍କ ମୄଣ୍ମୟୀ ମୂର୍ତ୍ତି ପ୍ରସ୍ତୁତ କରାଯିବ । ଆଉ ଏହି ମୂର୍ତ୍ତି ଜୀବନ୍ୟାସ ପାଇବା ପରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ପୂଜା କମିଟି ସଦସ୍ୟ କହିଛନ୍ତି । ସେପଟେ ଏକାସାଙ୍ଗରେ ମହାବୀରଙ୍କ ପୂଜା ପାଇଁ ମଧ୍ୟ ଚାଲିଛି ପ୍ରସ୍ତୁତି । ମା'ଙ୍କ ଆଗମନ ପାଇଁ ଭକ୍ତ ବ୍ୟାକୁଳତାର ସହ ଅପେକ୍ଷା କରିଥିବାବେଳେ ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ଆଜିଠୁ ଜଳିଲା ନୂଆପଡ଼ା ଅଧିଷ୍ଟାତ୍ରୀ ଦେବୀ ମାଁଙ୍କ ଅଖଣ୍ଡ ଦୀପ, ଦଶହରା ପର୍ଯ୍ୟନ୍ତ ଚାଲିବ ନୀତି

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 6, 2023, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.