ଭୁବନେଶ୍ବର: କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିଜେଡିରୁ ଦେଲେ ଇସ୍ତଫା । ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ଇ-ମେଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି ଇସ୍ତଫା ପତ୍ର ।
ତେବେ ପ୍ରତ୍ୟୁଷା କଂଗ୍ରେସ କିମ୍ବା ବିଜେପି ପ୍ରାର୍ଥୀ ଭାବେ ନୟାଗଡ ବିଧାନସଭାରୁ ପ୍ରତିଦ୍ବନ୍ଦ୍ବୀତା କରିବା ସମ୍ଭାବନା । ଏହାସହ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଡେଡିରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଏଥର ଦଳୀୟ ପ୍ରାର୍ଥୀ କରାଯାଇ ନଥିବାରୁ ଇସ୍ତାଫା ଦେଇଥିବା ସୂଚନା ।
ତେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ନିଜ ଇସ୍ତଫା ପତ୍ରରେ ତାଙ୍କ ପ୍ରତି ଦଳ କରିଥିବା ଅନ୍ୟାୟ ବିଷୟରେ ଉଲ୍ଲେଖ କରିଛନ୍ତି । ଏହାସହ ସରକାର ଚଳିତ ଲୋକସଭା ନିର୍ବାଚନରେ ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ତେବେ ଏହା ସତ୍ତ୍ୱେତାଙ୍କ ପ୍ରତି ଅଣଦେଖା କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି ପ୍ରତ୍ୟୁଷ। ।
ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ