ETV Bharat / state

ପ୍ରମିଳା ମଲ୍ଲିକ ବାଚସ୍ପତି; ମହିଳା ସଶକ୍ତିକରଣ ନା ରାଜନୈତିକ ବାର୍ତ୍ତା ? - ମହିଳା ବାଚସ୍ପତି ପ୍ରାର୍ଥୀ ପଛର କାରଣ

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌ ଆଗତ କରିଥିବା ବେଳେ ଏପଟେ ବିଜେଡି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି । ତେବେ ବିଜେଡିର ଏହା ମହିଳା ସଶକ୍ତିକରଣ ନା ରାଜନୈତିକ ବାର୍ତ୍ତା ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଧିକ ପଢନ୍ତୁ

BJD strategy over Odisha assembly woman speaker

author img

By ETV Bharat Odisha Team

Published : Sep 21, 2023, 5:25 PM IST

Updated : Sep 21, 2023, 5:32 PM IST

ପ୍ରମିଳା ମଲ୍ଲିକ ବାଚସ୍ପତି; ମହିଳା ସଶକ୍ତିକରଣ ନା ରାଜନୈତିକ ବାର୍ତ୍ତା ?

ଭୁବନେଶ୍ବର: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଏହା ସହିତ କାଲି ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରମିଳା ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ଆଉ ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ବ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେଡି ବିଧାୟକ । ଏଠାରେ ପ୍ରଶ୍ନ ଉଠିଛି ପ୍ରମିଳା ମଲ୍ଲିକଙ୍କୁ କାହିଁକି ବାଚସ୍ପତି ପ୍ରାର୍ଥୀ କଲା ବିଜେଡି ? ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌ ଆଗତ କରିବା ପରେ ବିଜେଡିର ଏହି ଷ୍ଟ୍ରାଟେଜିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ ହେବା ପରେ ଦୀର୍ଘ ହେବ ଧରି ଖାଲି ପଡ଼ିଛି ବିଧାନସଭାର ବାଚସ୍ପତି ପଦ । ଗତ ଜୁନ ୩ ତାରିଖରେ ଆରୁଖ ଇସ୍ତଫା ଦେବା ପରଠୁ ବାଚସ୍ପତି ପଦ ଖାଲି ପଡ଼ିଛି । ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆଉ ତାଙ୍କର ବିଜୟ ସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ । ଆସନ୍ତାକାଲି ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ସହ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ।

ଏହା ବି ପଢନ୍ତୁ- ପ୍ରମିଳା ନୂଆ ବାଚସ୍ପତି: ଆଜି ଭରିଲେ ନାମାଙ୍କନ, କାଲି ନେବେ ଦାୟିତ୍ବ

୨୦୦୦ ମସିହାରୁ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି ପ୍ରମିଳା । ପ୍ରମିଳା ପ୍ରଥମ ଥର ପାଇଁ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ୧୯୬୩ ମସିହାରେ ଜନ୍ମିତ ପ୍ରମିଳା ବିଜେଡିର ବହୁ ପଦ ପଦବୀରେ ରହି ଆସୁଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି । ବାଚସ୍ପତି ଭାବେ ନାମାଙ୍କନ ଭରିବା ପୂର୍ବରୁ ପ୍ରମିଳା ବିଜେଡିର ଉପସଭାପତି ଓ ରାଜସ୍ବ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ଏହା ବି ପଢନ୍ତୁ- ନୂଆ ସଂସଦ ଭବନ ଦେଖିଲେ ତମନ୍ନା, ହ୍ରିସିତା ଏବଂ ଦିବ୍ୟା, ମହିଳା ସଂରକ୍ଷଣ ବିଲ୍ ଉପରେ ଦେଲେ ପ୍ରତିକ୍ରୟା

ଯାଜପୁର ଜିଲ୍ଲାର ଏହି ୬୦ ବର୍ଷ ବୟସ୍କା ନେତ୍ରୀଙ୍କୁ ଷୋଡ଼ଶ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଥିଲେ । ସେ ପ୍ରାୟ ୩ ବର୍ଷ ଧରି ଏହି କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି । ୨୦୨୨ ଜୁନ ମାସରେ ସରକାରୀ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ସାମିଲ କରିଥିଲେ । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସ ଥିବାବେଳେ ପ୍ରମିଳାଙ୍କୁ ବାଚସ୍ପତି କରିଛି ଦଳ । ନିର୍ବାଚନ ପୂର୍ବରୁ ବିଜେପି ମହିଳା କାର୍ଡ ଖେଳିଥିବାରୁ ବିଜେଡି ଏବେ ନିଜର ଜଣେ ବରିଷ୍ଠ ନେତ୍ରୀଙ୍କୁ ବାଚସ୍ପତି ପଦରେ ଆସୀନ କରି ମହିଳା କାର୍ଡ ଖେଳିବାକୁ ପ୍ରୟାସ କରିଛି । ସେ ଷଷ୍ଠ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ଅର୍ଜନ କରିବେ ।

ଏହା ବି ପଢନ୍ତୁ- Speaker election: ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ କ୍ୟାବିନେଟରେ ପାରିତ କରିଛନ୍ତି । ସେହିପରି ଗତକାଲି ଲୋକସଭା ବିଲ ପାରିତ ହୋଇଥିବାବେଳେ ଆଜି ରାଜ୍ୟସଭାରେ ଏହାକୁ ପାରିତ କରିବାକୁ ଯୋଜନା କରିଛନ୍ତି ମୋଦି ସରକାର । ସେହିପରି ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରାଇଛନ୍ତି କେନ୍ଦ୍ର ସରକାର । ଯାହା ବିଜେପିର ମହିଳା ଓ ଆଦିବାସୀ ଭୋଟବ୍ୟାଙ୍କକୁ ସୁଦୃଢ କରିଥିବା କୁହାଯାଉଛି । ଯାହାକୁ କାଉଣ୍ଟର କରିବା ଲାଗି ପ୍ରମିଳାଙ୍କୁ ବିଜେଡି ବାଚସ୍ପତି କରିଥିବା ଚର୍ଚ୍ଚା ହେଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର, ପ୍ରଶାନ୍ତ ମୁଦୁଲି ଓ ଲତିକା ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2023, 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.