ETV Bharat / state

ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଧାରଣା

author img

By

Published : Jun 20, 2020, 4:54 PM IST

ନୟାଗଡ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ସାମଲଙ୍କ ବଦଳି ପ୍ରତିବାଦରେ ସ୍ଥାନୀୟ ଜନ ସାଧାରଣଙ୍କ ରାଜସୁନାଖଳା ଫାଣ୍ଡି ଆଗରେ ଗଣଧାରଣା ।

strike
ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ସାମଲଙ୍କ ବଦଳି ପ୍ରତିବାଦରେ ଧାରଣା

ଖୋର୍ଦ୍ଧା: ପ୍ରଦୀପ କୁମାର ସାମଲଙ୍କ ବଦଳି ପ୍ରତିବାଦରେ ଧାରଣା । ନୟାଗଡ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ସାମଲଙ୍କ ବଦଳି ପ୍ରତିବାଦରେ ସ୍ଥାନୀୟ ଜନ ସାଧାରଣଙ୍କ ରାଜସୁନାଖଳା ଫାଣ୍ଡି ଆଗରେ ଗଣଧାରଣା ଦେଇଥିଲେ ।

ସୂଚନା ଅନୁଯାୟୀ, ପ୍ରଦୀପ ଗତ ଆଠ ମାସ ତଳେ ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ 5T ଓ ମୋ ସରକାର ଯୋଜନାକୁ କାର୍ଯ୍ୟକାରୀ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଫାଣ୍ଡିର ପରିବେଶକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏଥିସହ ଫାଣ୍ଡି ଅଞ୍ଚଳର ଜନ ସାଧାରଣଙ୍କୁ ମୁକ୍ତ ଆଇନ ସେବା ଯୋଗାଇ ଦେବା ସହ ଭାଇଚାରାକୁ ସୁଦୃଢ କରିଛନ୍ତି ।

ପୋଲିସ -ଜନସାଧାରଣଙ୍କ ମଧ୍ୟରେ ଦୂର ସମ୍ପର୍କକୁ ନିକଟତର କରିପାରିଛନ୍ତି ସାମଲ । ଏହାଛଡା ଫାଣ୍ଡି ଅଞ୍ଚଳରେ ଲୋକ ସମ୍ପର୍କର ପରିଭାଷାକୁ ପୁରା ବଦଳାଇଛନ୍ତି ସେ । ଦକ୍ଷ ଅଧିକାରୀ ଭାବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରି ଜନସାଧାରଣଙ୍କ ହୃଦୟକୁ ଛୁଇଁ ପାରିଛନ୍ତି ସେ ।

ତେବେ ତାଙ୍କ ବଦଳି ଖବର ଶୁଣି ଜନସାଧାରଣ ବିବ୍ରତ ଭାବେ ଭାବେ ନୟାଗଡ ଏସପିଙ୍କୁ ତାଙ୍କ ବଦଳି ବାତିଲ କରିବା ପାଇଁ ଏକ ଚିଠି ଲେଖିବା ସହ ଶନିବାର ସକାଳୁ ମିଳିତ ହୋଇ ରାଜସୁନାଖଳା ଫାଣ୍ଡି ପରିସରରେ ଶାନ୍ତିପୁର୍ଣ ଭାବେ ସାମାଜିକ ଦୂରତା ରକ୍ଷାକରି ଧାରଣା ଦେଇଛନ୍ତି ।ଏସପି ତୁରନ୍ତ ହସ୍ତକ୍ଷେପ କରି ବଦଳି ବାତିଲ କରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.