ETV Bharat / state

ଦିଲ୍ଲୀ ଗସ୍ତ ରାଜନୀତି, ବିଜେଡି କହିଲା ଯୋଜନାର କାର୍ଯ୍ୟକାରିତାକୁ ପ୍ରଶଂସା କରିଛି କେନ୍ଦ୍ର

author img

By ETV Bharat Odisha Team

Published : Dec 17, 2023, 7:15 PM IST

BJP MLAs Delhi Visit: ବିଜେଡି ସରକାର ବିରୋଧରେ ରାଜ୍ୟ ବିଜେପିର 'ଯୁଦ୍ଧଂ ଦେହୀ' ଡାକରା । ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ ତେଜିଲା ରାଜନୀତି । ସେପଟେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ । ଅଧିକ ପଢନ୍ତୁ

delhi visit politics
ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତ ରାଜନୀତି

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତ ରାଜନୀତି

ଭୁବନେଶ୍ବର: ବିଜେଡି ସରକାର ବିରୋଧରେ ରାଜ୍ୟ ବିଜେପିର 'ଯୁଦ୍ଧଂ ଦେହୀ' ଡାକରା । ୧୯ରେ ଦିଲ୍ଲୀ ଯାଉଛନ୍ତି ବିଜେପିର ୨୨ ବିଧାୟକ । ଓଡ଼ିଶାରେ ସରକାର ଗଠନ କରି କ୍ଷମତା ଦଖଲ କରିବାକୁ ଦିଲ୍ଲୀ ଦରବାରରେ ହେବ ଗୁପ୍ତ ମନ୍ତ୍ରଣା । ବିଜେପି ଚାଣକ୍ୟଙ୍କ ସହ ହେବ ରୁଦ୍ଧ ଦ୍ୱାର ବୈଠକ । କେନ୍ଦ୍ର ନେତୃତ୍ବକୁ ଭେଟିବାକୁ ବିଧାୟକମାନେ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଜୋର ଧରିଛି ରାଜନୀତି । ବିଜେଡି-ବିଜେପି ଭାଇ ଭାଇ ବୋଲି କହି ଆସୁଥିବା କଂଗ୍ରେସ ଏବେ ପୁଣି ଥରେ ସମାନ କଥା ଦୋହରାଇଛି ।

କେନ୍ଦ୍ରୀୟ ଯୋଜନା ହଡପ ଏବଂ କେନ୍ଦ୍ରୀୟ ଯୋଜନାରେ ମୋଦିଙ୍କ ଫଟୋ ନ ଲଗାଇବା ବାବଦରେ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି ବିଧାୟକ ପ୍ରଦୀପ୍ତ ନାୟକ। ଏହାକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ବିଜେପି ବିଧାୟକ ଦିଲ୍ଲୀ ଯିବେ, ଯାଆନ୍ତୁ । ମୁଖ୍ୟତଃ ଅର୍ଥ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ରାଜ୍ୟ ସଭାପତି । କାରଣ ରାଜ୍ୟରେ ବିଜେଡିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବରେ ଅର୍ଥ ଖର୍ଚ୍ଚ କରୁଛନ୍ତି । ବିନା ଅର୍ଥରେ ବିଜେଡିକୁ ହରାଇପାରିବ ନାହିଁ ବିଜେପି । ସେଥିପାଇଁ ବିଜେପି ବିଧାୟକମାନେ ବାଧ୍ୟ ହୋଇ ଦିଲ୍ଲୀ ଯାଉଛନ୍ତି । କିନ୍ତୁ ଏହି ଗସ୍ତ ଏବଂ ଆଲୋଚନା ହେଉଛି ପାଣିର ଗାର । ବିଜେଡି ସର୍ବଦା ଲୋକସଭା ଏବଂ ରାଜ୍ୟସଭାରେ ସମସ୍ତ ବିଲକୁ ସମର୍ଥନ ଦେଇ ଆସିଛି । କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହ ଆସି ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ।"

ଏହା ବି ପଢନ୍ତୁ...ଦୁର୍ବଳ ହେଲା ବିରୋଧୀଙ୍କ ଅସ୍ତ୍ର; ‘2024ରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ଭିକେ ପାଣ୍ଡିଆନ’

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପି ଏବଂ ବିଜେଡି ଗୋଟିଏ ଦଳ। କେବଳ କର୍ମୀଙ୍କୁ ସାନ୍ତ୍ୱନା ଦେବାପାଇଁ ହିଁ ବିଜେପି ବିଧାୟକ ଦିଲ୍ଲୀ ଯାଉଛନ୍ତି। ଯେହେତୁ ରାଜ୍ୟରେ କଂଗ୍ରେସ ସ୍ଥିତି ମଜବୁତ ହେଉଛି ସେଥିପାଇଁ ବିଜେଡି ଏବଂ ବିଜେପି ଏକ ହୋଇ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଓଡିଶାରେ କେନ୍ଦ୍ରୀୟ ଯୋଜନା ଭଲ ଭାବେ କାର୍ଯ୍ୟକାରୀ ହେଉଛି ବୋଲି ନିଜେ କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସରକାର ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ବହୁବାର ପ୍ରଂଶସା କରିଛନ୍ତି । ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତ ଆଉ ଏ ଅଭିଯୋଗ ନିର୍ବାଚନ ବର୍ଷରେ ସ୍ଵାଭାବିକ କାର୍ଯ୍ୟକ୍ରମ। ଏହାର କୌଣସି ପ୍ରଭାବ ପଡିବନି।"ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ପୂର୍ବରୁ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାକୁ ନେଇ ନିଜେ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.