ETV Bharat / state

ବିଧାନସଭାରେ 'କୋଶଳୀ' ତାତି: ନରସିଂହଙ୍କ ଗୁଗୁଲିକୁ ପ୍ରତାପଙ୍କ ପ୍ରହାର ! - ବିଜେଡି

Koshali Language in Assembly: ବିଧାନସଭାରେ କୋଶଳୀ ଭାଷାରେ ପ୍ରଶ୍ନୋତ୍ତର । ନିର୍ବାଚନ ପୂର୍ବରୁ ଗୃହରେ କୋଶଳୀ କାର୍ଡ ଖେଳିଲା କଂଗ୍ରେସ। ଉତ୍ତର ରଖିଲା ବିଜେଡି। ଅଧିକ ପଢ଼ନ୍ତୁ,

ବିଧାନସଭାରେ 'କୋଶଳୀ' ରାଜନୀତି: ନରସିଂହଙ୍କ ଗୁଗୁଲିକୁ ପ୍ରତାପଙ୍କ ପ୍ରହାର !

author img

By ETV Bharat Odisha Team

Published : Nov 24, 2023, 6:37 PM IST

ବିଧାନସଭାରେ 'କୋଶଳୀ' ତାତି: ନରସିଂହଙ୍କ ଗୁଗୁଲିକୁ ପ୍ରତାପଙ୍କ ପ୍ରହାର !

ଭୁବନେଶ୍ବର: ଆଦିବାସୀ ଜମି ପ୍ରସଙ୍ଗ ପରେ ଏବେ କୋଶଳୀ ଭାଷା । ବିଧାନସଭା ଶୀତ ଅଧିବେଶନକୁ ଗରମ କରିଛି କୋଶଳୀ ଭାଷାରେ ପ୍ରଶ୍ନୋତ୍ତର। ପ୍ରଶ୍ନୋତ୍ତର କାଳରେ କୋଶଳୀ ଭାଷାରେ ପ୍ରଶ୍ନ ପଚାରିଲେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଉ ଏହାର ଉତ୍ତର କୋଶଳୀ ଭାଷାରେ ଦେଇଥିଲେ ମନ୍ତ୍ରୀ ପ୍ରତାପ ଦେବ । ଏହାକୁ ନେଇ ଜୋର ଧରିଛି ରାଜନୀତି । ବିଧାନସଭାରେ ମାତୃଭାଷା ବ୍ୟବହାରକୁ ବିଜେପି ଏବଂ କଂଗ୍ରେସ ବିଧାୟକ ସମର୍ଥନ କରିଥିବା ବେଳେ, ମାପିଚୁପି ମନ୍ତବ୍ୟ ରଖିଛି ବିଜେଡି।

ଏହାମଧ୍ଯ ପଢ଼ନ୍ତୁ: ନବୀନ ସରକାରଙ୍କୁ ନରସିଂହଙ୍କ ଟାର୍ଗେଟ, 'ପ୍ରତିଶ୍ରୁତି ପାଳନରେ ଫେଲ୍ ରାଜ୍ୟ ସରକାର'

ଏହାମଧ୍ଯ ପଢ଼ନ୍ତୁ: ନିଜ ଛେପ ଢୋକିଲେ ସରକାର, ତିନି ଦିନ ପରେ ସ୍ବାଭାବିକ ହେଲା ବିଧାନସଭା

ନିର୍ବାଚନ ପୂର୍ବରୁ ପୁଣିଥରେ କୋଶଳୀ ଭାଷାକୁ ରାଜନୀତି ଜୋର ଧରିଛି । ସ୍ବତନ୍ତ୍ର କୋଶଳ ପ୍ରଦେଶ ଦାବି ଜାରି ରହିଥିବା ବେଳେ ବିଧାନସଭା ପ୍ରଶ୍ନକାଳରେ କୋଶଳୀ ଭାଷାରେ କଂଗ୍ରେସ ବିଧାୟକଙ୍କ ପ୍ରଶ୍ନ ଏବଂ ଶକ୍ତିମନ୍ତ୍ରୀଙ୍କ ଉତ୍ତର ଏହି ଦାବିକୁ ନୂଆ ମୋଡ଼ ଦେଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ କରିଥିବା ବେଳେ, ବିଜେଡି ନେତା ପ୍ରତାପ କେଶରୀ ଦେବ ମଧ୍ୟ କୋଶଳୀ ଭାଷାରେ ଉତ୍ତର ରଖିଛନ୍ତି ।

ନରସିଂହ କହିଛନ୍ତି ' ମୁଁ ଏକଲା କହିନାହିଁ । ମୁଁ ଆରମ୍ଭ କଲି, ମନ୍ତ୍ରୀ ବି କହିଲେ'। ନରସିଂହଙ୍କ କହିବା ହେଲା, କୋଶଳୀକୁ ସରକାରୀ ଭାଷା କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିଛନ୍ତି । ସମ୍ବିଧାନ ସଂଶୋଧନ କରିବାକୁ ଦାବି କରିଛନ୍ତି । ଭୋଟ ସହିତ ଏହାର ସମ୍ପର୍କ ନାହିଁ ।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମାତୃଭାଷାକୁ ସମର୍ଥନ ଆଳରେ କୋଶଳୀ ଏବଂ ସମ୍ବଲପୁରୀ ଭାଷା ସପକ୍ଷରେ ବଖାଣିଛନ୍ତି । ତାଙ୍କର ଯୁକ୍ତି, ୭୫ ପ୍ରତିଶତ ଓଡ଼ିଆ ଭାଷା କହୁଥିବା ବେଳେ, ପାଖାପାଖି ୭ ପ୍ରତିଶତ ଲୋକ କୋଶଳୀ ଏବଂ ସମ୍ବଲପୁରୀ ଭାଷା କହୁଛନ୍ତି । ବିଧାନସଭାରେ ମାତୃଭାଷାରେ ପ୍ରଶ୍ନ କରିବା ଅପରାଧ ନୁହେଁ ବୋଲି ଯୁକ୍ତି ବାଢ଼ିଛନ୍ତି ବିଜେପି ବିଧାୟକ ।

କଂଗ୍ରେସ ଏବଂ ବିଜେପି ବିଧାୟକଙ୍କ କୋଶଳୀ ଭାଷା ପ୍ରୀତି ଉପରେ ମାପିଚୁପି ମନ୍ତବ୍ୟ ଦେଇଛି ବିଜେଡି । ଶାସକ ଦଳ ବିଧାୟକ ରାଜକିଶୋର ପରିଡା଼ କହିଛନ୍ତି, 'ଏଥିରେ କୌଣସି ଆପତ୍ତି ନାହିଁ । ଜଣେ ବିଧାୟକ ସାନ୍ତାଳି ଭାଷାରେ ମଧ୍ୟ କହିଛନ୍ତି' ।

ବିଧାନସଭା ପ୍ରଶ୍ନକାଳରେ କୋଶଳୀ ଭାଷାରେ ପ୍ରଶ୍ନ ଓ ଉତ୍ତର ଭାଷାକୁ ସ୍ବତନ୍ତ୍ର ମାନ୍ୟତା ଦାବିକୁ ଜୋର କରିଛି । ବିଶେଷ କରି ଭୋଟ୍ ରାଜନୀତିରେ କୋଶଳୀ ଭୋଟକୁ କରାଗ୍ରତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.