ETV Bharat / state

ଆବାସ କଳି: ଯିଏ ଘର ଦେବ ସିଏ ଫାଇଦା ପାଇବ କହିଲେ ରାଜନୀତି ସମୀକ୍ଷକ

author img

By

Published : Jan 27, 2023, 9:57 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ରାଜନୀତି ଏବେ ତୀବ୍ର ରୂପ ନେଇଛି । ବିଜେପି ରାଜ୍ୟ ସରକାରଙ୍କ ପ୍ରସଙ୍ଗରେ ଅଯଥା ବିବାଦ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ। ସେପଟେ 2024 ପୂର୍ବରୁ ଯିଏ ବସହରାଙ୍କୁ ଘର ଯୋଗାଇବ ସେହି ଦଳ ଫାଇଦା ନେବ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି-ବିଜେପି ମଧ୍ୟରେ ରାଜନୀତି ତେଜୁଛି

ଭୁବନେଶ୍ବର: ଦିନକୁ ଦିନ ଘନେଇବାରେ ଲାଗିଛି ଆବାସ ବିବାଦ । କାହିଁକି ଯୋଗ୍ୟ ହିତାଧିକାରୀ ଚୟନ ହୋଇପାରିନାହାନ୍ତି ଏବଂ ତାଲିକାରୁ ବାଦ ପଡିଥିବା ହିତାଧିକାରୀଙ୍କ କଥା କିଏ ବୁଝିବ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ବିଜେପି ସମସ୍ତ ବ୍ଲକସ୍ତରରେ ଆନ୍ଦୋଳନ ଆରମ୍ଭ କରିଛି । ତେବେ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ବରିଷ୍ଠ ରାଜନେତା ଦାମ ରାଉତ ଘଟଣାକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ପ୍ରସଙ୍ଗରେ ବିଜେପି ଅଯଥା ବିବାଦ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି । ସେପଟେ 2024 ପୂର୍ବରୁ ଯିଏ ବସହରାଙ୍କୁ ଘର ଯୋଗାଇବ ସେ ଫାଇଦା ନେବ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ ।

"ଆବାସ ବଣ୍ଟନରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଅଗ୍ରହଣୀୟ": ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "ବାସହୀନ ପରିବାରକୁ ବାସ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ବ । କାରଣ ଏହା ରାଜ୍ୟ ସରକାରଙ୍କ ବିଷୟ । ରାଜ୍ୟ ସରକାର ଏହି ଦାୟିତ୍ବ ତୁଲାଇବାକୁ ହେଲେ ସଂଘୀୟ ସମ୍ବିଧାନ ଅନୁସାରେ କେନ୍ଦ୍ର ସରକାର ସହାୟତା ଯୋଗାଇବାକୁ ବାଧ୍ୟ । ମାତ୍ର ହିତାଧିକାରୀ ଚୟନ, କାର୍ଯ୍ୟାଦେଶ ପ୍ରଦାନ ଏବଂ ନିର୍ମାଣ ସମ୍ପର୍କରେ କେନ୍ଦ୍ର ସରକାର କିମ୍ବା କେନ୍ଦ୍ରମନ୍ତ୍ରୀମାନେ ଅଯଥା ବିବାଦ ସୃଷ୍ଟି କରିବା ଗ୍ରହଣୀୟ ନୁହେଁ ।"

"କେନ୍ଦ୍ର ସରକାରଙ୍କ ସହାୟତା ସମୁଦ୍ରକୁ ଶଙ୍ଖେ": ଓଡିଶାର ମୋଟ ଜନସଂଖ୍ୟାର 24 ପ୍ରତିଶତ ଆଦିବାସୀ ଏବଂ 16 ପ୍ରତିଶତ ହରିଜନ । ଏମାନେ ଅସ୍ଥାୟୀ ଚାଳ ଘରେ ବାସ କରୁଥିବା ପରିବାର । ଏହି ଦୃଷ୍ଟିରୁ ଦେଖିଲେ ବାସହୀନ ପରିବାରଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ । ଏସବୁ ଦୃଷ୍ଟିରୁ ବିଚାର କଲେ ଚଳିତବର୍ଷ ଯେଉଁ 8 ଲକ୍ଷ 50 ହଜାର ଗୃହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଯୋଗାଇଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ ବୋଲି ଦାମ ରାଉତ କହିଛନ୍ତି । ଇଚ୍ଛାକୃତ ଭାବରେ ଓଡିଶାରେ କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ଜନ ଅସନ୍ତୋଷ ସୃଷ୍ଟି କରି ଫାଇଦା ହାସଲ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଦାମ ।

ଯିଏ ଘର ଦେବ, ତାର ଫାଇଦା: ଅନ୍ୟପକ୍ଷରେ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "2024 ନିର୍ବାଚନ ପୂର୍ବରୁ ବିଜେଡି ହେଉ କି ବିଜେପି, ଯିଏ ଲୋକଙ୍କ ପାଖରେ ଘର ପହଞ୍ଚାଇଲା, ଲୋକେ ତାକୁ ଗ୍ରହଣ କରିବେ । ବଳକା ଲୋକଙ୍କୁ ଘର ଦେବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଯଦି ପୂରଣ କରନ୍ତି ଏବଂ 15 ଲକ୍ଷ ଟାର୍ଗେଟ ପୂରଣ କରନ୍ତି, ତେବେ ଭୋଟର ବିଜେଡି ପ୍ରତି ଆକୃଷ୍ଟ ହେବେ । ଏହା ପୂର୍ବରୁ ଯଦି ବିଜେପି ଯୋଗ୍ୟ ହିତାଧିକାରୀଙ୍କୁ ଘର ବାଣ୍ଟେ, ତେବେ ବିଜେପି ମଧ୍ୟ ଫାଇଦାରେ ରହିବାର ସମ୍ଭାବନା ଅଛି ।

ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେବା କଥା । କାରଣ ଏହା କେନ୍ଦ୍ର ସରକାରଙ୍କ ନିଜସ୍ବ ପାଣ୍ଠି ନୁହେଁ । ରାଜ୍ୟମାନଙ୍କ ଠାରୁ ସଂଗୃହିତ କେନ୍ଦ୍ରୀୟ ଟିକସକୁ ନେଇ ଯେଉଁ ପାଣ୍ଠି ଗଠିତ ହୁଏ ରାଜ୍ୟମାନଙ୍କ ସମବିକାଶ ପାଇଁ ଏହି ପାଣ୍ଠି ବଣ୍ଟନ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ । ତେବେ ରାଜନୈତିକ ଫାଇଦା ହାସଲ ପାଇଁ ଏବେ ମୋଦି ସରକାର ଏବଂ ବିଜେପି ଯେଉଁ ନାଟକବାଜି ଆରମ୍ଭ କରିଛନ୍ତି, ତାର ଜବାବ ଓଡିଶାବାସୀ ନିଶ୍ଚୟ ଦେବେ ବୋଲି କହିଛନ୍ତି ଦାମ । ତେବେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଥିବା ଏହି ଆବାସ ଯୁଦ୍ଧର ଫଳାଫଲ କାହା ସପକ୍ଷରେ ଯାଉଛି, ଏବେ ତାହାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.