ETV Bharat / state

ଓଡିଶା ଆସିବେ ରାହୁଲ; ରାଜନୈତିକ ବୟାନବାଜି ଆରମ୍ଭ - Bharat Nyay Yatra

Rahul Gandhi Odisha visit: ଜାନୁଆରୀ ୧୪ ତାରିଖରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଯାତ୍ରାରେ ସେ ଓଡ଼ିଶା ମଧ୍ୟ ଆସିବେ । ତେବେ ନିର୍ବାଚନ ଉପରେ ଏହାର କେତେ ପ୍ରଭାବ ପଡ଼ିବ, ସେନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଅଧିକ ପଢ଼ନ୍ତୁ

ଓଡିଶା ଆସିବେ ରାହୁଲ
ଓଡିଶା ଆସିବେ ରାହୁଲ
author img

By ETV Bharat Odisha Team

Published : Dec 27, 2023, 10:55 PM IST

ଓଡିଶା ଆସିବେ ରାହୁଲ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଭାରତ ନ୍ୟାୟ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଜାନୁଆରୀ ୧୪ ତାରିଖରୁ ଭାରତ ନ୍ୟାୟ ଯାତ୍ରା ହିଂସାଗ୍ରସ୍ତ ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । କଂଗ୍ରେସ ନେତାଙ୍କ ଏହି ଯାତ୍ରା ଦୀର୍ଘ ୬୨୦୦ କିମି ରାସ୍ତା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଅତିକ୍ରମ କରି ମହାରାଷ୍ଟ୍ରରେ ପହଞ୍ଚିବ । ଭାରତ ନ୍ୟାୟ ଯାତ୍ରାରେ ୧୪ ରାଜ୍ୟର ୮୫ ଜିଲ୍ଲା ଅତିକ୍ରମ କରାଯିବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ପଶ୍ଚିମ ଓଡ଼ିଶାର ବରଗଡ଼ ଆସିବେ ବୋଲି ଜଣାପଡିଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି ।

'ଓଡିଶାର ରାଜନୀତିରେ ପରିବର୍ତ୍ତନ ଆଣିବେ ରାହୁଲ': କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ଆରମ୍ଭ ହେଉଛି । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ୬୨୦୦ କିଲୋମିଟର ରାସ୍ତା ରାହୁଲ ଅତିକ୍ରମ କରିବେ । ଏହି କାର୍ଯ୍ୟକ୍ରମରେ ଓଡିଶା ମଧ୍ୟ ଅନ୍ତର୍ଭୁକ୍ତ ଅଛି । ୮୫ ଜିଲ୍ଲା ମଧ୍ୟରୁ ଓଡିଶାର ବରଗଡ ଜିଲ୍ଲା ମଧ୍ୟ ରହିଛି । ୩ଟି ପ୍ରସଙ୍ଗରେ ରାହୁଲ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବେ । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟକୁ ନେଇ ସେ ଲୋକଙ୍କ ପାଖକୁ ଯିବେ । କଂଗ୍ରେସର କର୍ମୀ ଓ ଜନସାଧାରଣ ରାହୁଲଙ୍କ ଅପେକ୍ଷାରେ ରହିଛନ୍ତି । କଂଗ୍ରେସ ବିଗ୍ରେଡ୍‌ ଉତ୍ସାହିତ ଅଛି । ଓଡିଶାର ରାଜନୀତି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ ବୋଲି ଆମର ବିଶ୍ବାସ ।"

ଏହା ମଧ୍ୟ ପଢ଼ନ୍ତୁ...୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ

'ଅନ୍ୟ ପାର୍ଟିର ଭୋଟ ବଢିବ': ସେପଟେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, "ରାହୁଲ ଗାନ୍ଧୀ ଯେଉଁଠିକି ଯିବେ ନିଶ୍ଚୟ ଫରକ ପଡିବ । କିନ୍ତୁ ଓଲଟିଆ ଫରକ ପଡିବ । ସେ ଯେଉଁଠିକି ଯିବେ, କଂଗ୍ରେସ ପାର୍ଟି ବ୍ୟତୀତ ଅନ୍ୟ ପାର୍ଟିର ଭୋଟ ବଢିବ । ରାହୁଲ ଗାନ୍ଧୀ ଆସନ୍ତୁ, କଣ ହୋଇଯିବ ? ଲୋକମାନେ କିଛି ଏଣ୍ଟରଟେନ୍‌ମେଣ୍ଟ ସୋର୍ସ ପାଇବେ । ପୃଥିବୀର ସବୁଠାରୁ ବଡ଼ ଜୋକର । ଆସିଲେ ଲୋକେ ଏଣ୍ଟରଟେନ୍‌ମେଣ୍ଟ ହେବେ । କେଉଁଠି ଭୋଟରେ ପ୍ରଭାବ ପଡିବା ଆମେ ଦେଖିନାହୁଁ । ଲୋକଙ୍କ ଏଣ୍ଟରଟେନ୍‌ମେଣ୍ଟ ପାଇଁ ରାହୁଲଙ୍କ ଭାଷଣ ବହୁତ ଭଲ ।"

'ଓଡ଼ିଶାରେ ପ୍ରଭାବ ପଡ଼ିବନି': ସେହିଭଳି ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ । ଆମେ ଏତିକି ଜାଣିଛୁ, ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ବିଜୁ ଜନତା ଦଳ ସରକାର ଓଡ଼ିଶାରେ ହେବ । ନବୀନଙ୍କ ପ୍ରତି ଓଡ଼ିଶାର ଲୋକଙ୍କ ବିଶ୍ବାସ ଓ ସମ୍ମାନ ରହିଛି । ନବୀନଙ୍କ ଭଲପାଇବା ଓଡ଼ିଶାବାସୀଙ୍କ ପାଇଁ ଅଛି । ଯେଉଁ ଲୋକ ନିରନ୍ତର ଭାବେ ଓଡ଼ିଶା ପାଇଁ କାର୍ଯ୍ୟ କରୁଛନ୍ତି, ଲୋକେ ନିଶ୍ଚୟ ତାଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ । ରାହୁଲ ଗାନ୍ଧୀ ଆସନ୍ତୁ, କିଛି ଫରକ ପଡିବ ନାହିଁ । ରାହୁଲ ଗାନ୍ଧୀ ହୁଅନ୍ତୁ କି ବିଜେପି ନେତୃତ୍ଵ ଆସନ୍ତୁ, ଓଡ଼ିଶାରେ କିଛି ପ୍ରଭାବ ପଡିବନାହିଁ । ବିଜୁ ଜନତା ଦଳ ଲୋକଙ୍କ ପାଇଁ ଅଛି । ଲୋକଙ୍କ ପାଇଁ କାମ କରୁଛି । ଓଡ଼ିଶାର ଲୋକ ୨୦୨୪ରେ ବିଜେଡିକୁ ଜିତାଇବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.