ETV Bharat / state

ପଦଯାତ୍ରା ରାଜନୀତି: ବିଜେଡି ପାଇଁ ନୂଆ ନୁହେଁ, କଂଗ୍ରେସକୁ ଫାଇଦା କହିଲେ ରାଜନୀତି ସମୀକ୍ଷକ

ସାଧାରଣ ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଜେଡିର ଘର ଘର ଶଙ୍ଖ କାର୍ଯ୍ୟକ୍ରମକୁ ଚେକ୍‌ ଦେବାକୁ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜନ କରିବ କଂଗ୍ରେସ । ତେବେ ପଦଯାତ୍ରା କାର୍ଯ୍ୟକ୍ରମ ବିଜେଡି ପାଇଁ ନୂଆ ନୁହେଁ । ହେଲେ ଏହା କଂଗ୍ରେସ ପାଇଁ ଅନୁକୂଳ ହେବ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

କଂଗ୍ରେସ ପାଇଁ ଅନୁକୂଳ ହେବ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Sep 5, 2023, 8:21 PM IST

କଂଗ୍ରେସ ପାଇଁ ଅନୁକୂଳ ହେବ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ସରଗରମ ହେଲାଣି ରାଜ୍ୟ ରାଜନୀତି । ଜନମତକୁ ନିଜ ସପକ୍ଷରେ ନେବାକୁ ବିଭିନ୍ନ ପ୍ରକାର ରଣନୀତି ଆପଣାଇଛନ୍ତି ଶାସକ ଦଳଠାରୁ ବିରୋଧୀ ଦଳ ପର୍ଯ୍ୟନ୍ତ । ସାଧାରଣ ନିର୍ବାଚନ ପୂର୍ବରୁ କିଭଳି ଲୋକଙ୍କ ନିକଟତର ହୋଇପାରିବେ, ସେନେଇ ସ୍ବତନ୍ତ୍ର ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ସେପ୍ଟେମ୍ବର ୨୫ରୁ ରାଜ୍ୟରେ 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସଜବାଜ ହେଉଥିବାବେଳେ ଶାସକ ବିଜେଡି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ଆରମ୍ଭ କରିବ 'ଘର ଘର ଶଙ୍ଖ' କାର୍ଯ୍ୟକ୍ରମ । ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରୁଛି । ତେବେ ୩ ପ୍ରମୁଖ ଦଳ ଭିତରେ ନିର୍ବାଚନ ପୂର୍ବ ଲଢେଇ ପ୍ରସ୍ତୁତିକୁ ନେଇ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଆଉ ଘରେ ଘରେ ଶଙ୍ଖ ବାଜିବ ନାହିଁ । ଯଦି ବାଜିବ ବି, ତାହେଲେ ଶୁଭିବ ନାହିଁ । ଓଡିଶା ଜନସାଧାରଣ ହାତକୁ ଧରି ଆଗକୁ ନେଇଯିବେ ବୋଲି ମନସ୍ଥ କରି ସାରିଲେଣି । ୨୪ ବର୍ଷ ହେବ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତାହା ଆଉ ହୋଇପାରିବ ନାହିଁ । ବର୍ତ୍ତମାନ ବିଜେପି ବଳରେ ବଳୀୟାନ ହୋଇଛି ବିଜେଡି । ରାଜ୍ୟର ସମସ୍ତ ପଞ୍ଚାୟତ ଗୁଡ଼ିକରେ କଂଗ୍ରେସ ନେତା ଓ କର୍ମୀ ପଦଯାତ୍ରା କରି ଜନସାଧାରଣଙ୍କୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଅବଗତ କରାଇବେ, ଲିଫ୍‌ଲେଟ ବାଣ୍ଟିବେ । କେନ୍ଦ୍ର ସରକାର ଯେଉଁଭଳି ବଡ଼ ବଡ଼ ସ୍ବପ୍ନ ଦେଖାଇ ନିରାଶ କଲେ, ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ଜଳସେଚନ, ବେରୋଜଗାରୀ, ଚାଷୀର ଆୟ, ମହାନଦୀ ଜଳ ପରିଚାଳନାରେ ବିଫଳ ହୋଇଛନ୍ତି । ତାକୁ ଲୋକଲୋଚନକୁ ଆଣିବ କଂଗ୍ରେସ ।" ସେହିଭଳି ନା ବିଜେଡି ନା ବିଜେପି, ଏବେ ଭୋଟର କଂଗ୍ରେସକୁ ବିଶ୍ବାସରେ ନେଇ କ୍ଷମତାକୁ ଆଣିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏହା ମଧ୍ୟ ପଢ଼ନ୍ତୁ...Early Election Speculations: ଟ୍ରେନିଂ, ଟାସ୍କ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ

ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ହାୱା ବହୁଛି । ହେଲେ କଂଗ୍ରେସ ଏହାର ଫାଇଦା ନେବା ଦରକାର । ଉଭୟ ବିଜେଡି ଓ ବିଜେପିକୁ ସରକାର ବିରୋଧୀ ହାୱାର ସମୁଖୀନ ହେବାକୁ ପଡିବ । ରାଜ୍ୟରେ ଏକମାତ୍ର ବିକଳ୍ପ ଭାବେ ନିଜକୁ ଚିତ୍ରିତ କରିବା ପାଇଁ କଂଗ୍ରେସ ପାଖରେ ବଡ଼ ସୁଯୋଗ ରହିଛି । ଜାତୀୟସ୍ତରରେ ରାହୁଲ ଗାନ୍ଧୀଙ୍କ ପ୍ରତି ବିଶ୍ଵାସ ବୃଦ୍ଧି ପାଉଛି । 'ଘର ଘର କଂଗ୍ରେସ' ମାଧ୍ୟମରେ ଯଦି ଦଳ ଲୋକଙ୍କ ପାଖରେ ପହଞ୍ଚି ନିଜର ଆଭିମୁଖ୍ୟ ବିଷୟରେ ଅବଗତ କରାଇପାରିବେ, ତାହେଲେ କଂଗ୍ରେସ ଦଳ ପାଇଁ ଏହା ଅନୁକୂଳ ହେବ ।" ତିନି ପ୍ରମୁଖ ଦଳ ନିଜର ରଣନୀତି ପ୍ରସ୍ତୁତ କରିଥିବା ବେଳେ ନିଜର ନିର୍ବାଚନୀ ଆଭିମୁଖ୍ୟ ନେଇ ଲୋକଙ୍କର କେତେ ଆସ୍ଥାଭାଜନ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.