ETV Bharat / state

ଗୋଷ୍ଠୀକନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବାର ବେଳ; ନିଲମ୍ବନ ରଣନୀତି କଂଗ୍ରେସ ପାଇଁ ଆତ୍ମଘାତୀ ହେବନି ତ ?

author img

By

Published : Jul 17, 2023, 9:06 PM IST

୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, କଂଗ୍ରେସ କନ୍ଦଳ ସେତିକି ଉଗ୍ର ହେବାରେ ଲାଗିଛି । ଏଭଳି ସମୟରେ ଦୁଇ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନ କରିବା କଂଗ୍ରେସ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ ବୋଲି ରାଜନୀତି ସମୀକ୍ଷକମାନେ ଅନୁମାନ କରିଛନ୍ତି । ଅଧିକ ପଢ଼ନ୍ତୁ

ନିଲମ୍ବନ ରଣନୀତି କଂଗ୍ରେସ ପାଇଁ ଆତ୍ମଘାତି ହେବନି ତ ?

ଭୁବନେଶ୍ବର: ଦେଶରେ ନିର୍ବାଚନୀ ରାଜନୀତି ସରଗରମ ହେବାକୁ ଯାଉଛି । ୨୬ ବିରୋଧୀ ଦଳକୁ ଏକାଠି କରି ଏନ୍‌ଡିଏ ବିରୋଧରେ ରଣହୁଙ୍କାର ଦେଇଛି କଂଗ୍ରେସ । କଂଗ୍ରେସ ନେତୃତ୍ବରେ ବିରୋଧୀ ମେଣ୍ଟ ଶକ୍ତି ପ୍ରଦର୍ଶନ କରୁଛି । ଏପରି ସ୍ଥିତିରେ ରାଜ୍ୟରେ କଂଗ୍ରେସ ଛିଣ୍ଡି ଛିଣ୍ଡି ଯାଉଛି । ଦଳରୁ ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ଏବଂ ବିଧାୟକ ମହମ୍ମଦ ମୋକିମଙ୍କ ନିଲମ୍ବନକୁ ନେଇ ରାଜନୈତିକ ବିବାଦ ବଢିବାରେ ଲାଗିଛି । ଏହା କଂଗ୍ରେସର ଭବିଷ୍ୟତକୁ ନଷ୍ଟ କରୁନାହିଁ କି ? ନିର୍ବାଚନ ପୂର୍ବରୁ କଂଗ୍ରେସର ଏପରି ରଣନୀତି ଦଳ ପାଇଁ ଆତ୍ମଘାତୀ ହେବ ନାହିଁ ତ ?

'ସମସ୍ତଙ୍କୁ ଏକାଠି ଚାଲିବାକୁ ହେବ': ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "କେନ୍ଦ୍ରରେ କଂଗ୍ରେସ ଶକ୍ତିଶାଳୀ ହେଉଛି । ଦେଶରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ଅର୍ଥନୈତିକ ସ୍ଥିତି ଖରାପ ହେଉଥିବା ବେଳେ କଂଗ୍ରେସ ସମଭାବାପନ୍ନ ଦଳ ଗୁଡ଼ିକୁ ଏକାଠି କରିବା ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ଭୟଭୀତ କରିଛି । ଏପରି ସମୟରେ ରାଜ୍ୟ କଂଗ୍ରେସରେ କୁତ୍ସାରଟନା ରାଜନୀତି ଚାଲିଛି । ଏହା ବନ୍ଦ ହେବା ଦରକାର । ଆପୋଷ ଆଲୋଚନା ମାଧ୍ୟମରେ ବୁଝାମଣା କରି ସମସ୍ତଙ୍କୁ ଏକାଠି ନେଇ ଚାଲିବା ଦରକାର । କେନ୍ଦ୍ର ଭଳି ରାଜ୍ୟରେ ସମଭାବାପନ୍ନ ଦଳମାନଙ୍କୁ ସାଙ୍ଗରେ ନେଇ ଯିବାର ସମୟ ଆସିଛି ରାଜ୍ୟ କଂଗ୍ରେସ ପାଇଁ । ଦୁଇ ନେତାଙ୍କ ଉପରେ ନିଲମ୍ବନ ଆଦେଶ ହୋଇଛି, ବହିଷ୍କାର ନୁହେଁ ।" ନିଲମ୍ବନ ଉଠାଇବା ପାଇଁ ଆମେ ଅନୁରୋଧ କରିବୁ ବୋଲି କହିଛନ୍ତି ପଞ୍ଚାନନ ।

'ଗୋଷ୍ଠୀକନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବାର ବେଳ': ବରିଷ୍ଠ ରାଜନୀତି ସମୀକ୍ଷକ ପ୍ରଶନ୍ନ ମହାନ୍ତି କହିଛନ୍ତି, "କଂଗ୍ରେସର ସ୍ଥିତି ରାଜ୍ୟରେ ଯାହା ରହିଛି, ଏପରି ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଦଳ ଏମିତି କେତେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ଦଳରେ ମାତ୍ର ୯ ଜଣ ବିଧାୟକ ଅଛନ୍ତି । କଂଗ୍ରେସ ରାଜ୍ୟରେ ଧିରେ ଧିରେ ଶେଷ ହେବାକୁ ବସିଛି । ଛିଡ଼ି ଛିଡ଼ି ଯାଉଛି ଦଳ । ସମସ୍ତଙ୍କୁ ଏକାଠି ନେଇ ଚାଲିବାକୁ ଦଳ ପାଇଁ ଏହା ପ୍ରକୃଷ୍ଟ ସମୟ । ଯେଉଁ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେମାନଙ୍କୁ ବୁଝାସୁଝା କରି ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ଦଳର ଆଭିମୁଖ୍ୟ ରହିବା ଦରକାର । ଗୋଟିଏ ପଟେ କେନ୍ଦ୍ରରେ ଏନ୍‌ଡିଏ ବିରୋଧରେ କଂଗ୍ରେସ ନେତୃତ୍ବରେ ବିରୋଧୀ ମେଣ୍ଟ ଶକ୍ତି ଗୋଟାଉଥିବାବେଳେ ରାଜ୍ୟରେ ଦଳ ଅନ୍ତଃକନ୍ଦଳ ପାଇଁ ଭାଗ ଭାଗ ହେଉଛି । ଆଗକୁ ଏହା ବିସ୍ଫୋରକ ରୁପ ମଧ୍ୟ ନେଇପାରେ । ଗୋଷ୍ଠୀକନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇ ଏକତ୍ର ନଲଢିଲେ, ଅନ୍ୟ ରାଜନୈତିକ ଦଳ ଏହାର ଫାଇଦା ଉଠାଉଛନ୍ତି । କଂଗ୍ରେସ ନେତା ରାଜ୍ୟ କଂଗ୍ରେସ ନେୃତୃତ୍ବରେ ସନ୍ତୋଷ ପ୍ରକାଶ କରୁନାହାନ୍ତି । ନିର୍ବାଚନ ସମୟରେ ନେତା କର୍ମୀ ବିକ୍ରି ହୋଇଯାଉଛନ୍ତି ।" ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳକୁ ଏକାଠି ହେବାକୁ ପଡିବ ବୋଲି ସେ କହିଛନ୍ତି ।

'ଉଭୟ ସନ୍ତୋଷଜନକ ଉତ୍ତର ରଖନ୍ତୁ, ନିଲମ୍ବନ ଉଠାଇବାକୁ ଆମେ ଦାବି କରିବୁ': ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସର ଭବିଷ୍ୟତ ଉଭୟ ରାଜ୍ୟରେ ଏବଂ କେନ୍ଦ୍ରରେ ଉଜ୍ବଳ ରହିଛି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ।" ଯେଉଁ ନେତାମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି, ଯଦି ସେମାନେ ସୁହାଇଲା ଭଳି ଜବାବ ରଖିବେ, ସେମାନଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ ଆମେ ଦାବି ରଖିବୁ ବୋଲି କହିଛନ୍ତି ସୁର ରାଉତରାୟ ।

ଏହା ମଧ୍ୟ ପଢ଼ନ୍ତୁ...ମୋ ରକ୍ତରେ ବେଇମାନୀ ନାହିଁ, କଂଗ୍ରେସକୁ ସୃଦୁଢ କରିବାକୁ ମତ ଦେଇଥିଲି: ଚିରଞ୍ଜୀବ

ବିରୋଧୀ ମେଣ୍ଟରେ ପଡ଼ିପାରେ ପ୍ରଭାବ: ଏହାରି ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ରାଜ୍ୟରେ କଂଗ୍ରେସର ଗତି କୁଆଡେ ? କାରଣ କେନ୍ଦ୍ରରେ ଏନ୍‌ଡିଏକୁ କଡ଼ା ଟକ୍କର ଦେବା ପାଇଁ ୨୬ ବିରୋଧୀ ରାଜନୈତିକ ଦଳର ନେତୃତ୍ବ ନେଉଛି ଦଳ । ଏପରି ଏକ ସମ୍ବେଦନଶୀଳ ସମୟରେ ରାଜ୍ୟ କଂଗ୍ରେସ ଏପାଖ ସେପାଖ ହେବା ଦଳର ସ୍ଥିତିକୁ ଦୋହଲାଇ ଦେବା ପରି ମନେ ହେଉଛି । ଯାହାକୁ ନେଇ ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି, ଯଦି ଏପରି ଚାଲେ କଂଗ୍ରେସ ରାଜ୍ୟରେ ଯେ ଶେଷ ନହୋଇଯିବ ସେ କଥା କିଏ କହିବ ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.