ETV Bharat / state

NDA ବନାମ INDIA; କିଏ ଆଗରେ କିଏ ପଛରେ ? ୨୦୨୪ ନିର୍ବାଚନରେ କଣ ପଡିବ ପ୍ରଭାବ ?

author img

By

Published : Jul 18, 2023, 5:43 PM IST

ବିଜେପି ନେତୃତ୍ବାଧୀନ NDA ସରକାରକୁ ଗାଦିଚ୍ୟୁତ କରିବାକୁ ମେଳି ବାନ୍ଧିଛନ୍ତି ବିରୋଧୀ । ୟୁପିଏର ନାମ ପରିବର୍ତ୍ତନ କରି ମହାମେଣ୍ଟର ନାଁ ରହିଛି INDIA । ତେବେ ଏହି ବିରୋଧୀ ମେଣ୍ଟ ଦ୍ବାରା କଂଗ୍ରେସ ଶକ୍ତିଶାଳୀ ହେଉଥିବା ଅନୁମାନ କରିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

NDA ବନାମ INDIA; କିଏ ଆଗରେ କିଏ ପଛରେ ?
NDA ବନାମ INDIA; କିଏ ଆଗରେ କିଏ ପଛରେ ?

NDA ବନାମ INDIA; କିଏ ଆଗରେ କିଏ ପଛରେ ?

ଭୁବନେଶ୍ବର: ୨୦୨୪ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ସରକାରକୁ ଚ୍ୟାଲେଞ୍ଜ ଦେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ଶକ୍ତି ପ୍ରଦର୍ଶନ ହୋଇଛି । ସାମିଲ ହୋଇଛନ୍ତି କଂଗ୍ରେସ ସମେତ ୨୬ ବିରୋଧୀ ରାଜନୈତିକ ଦଳ । ମୋଦି ସରକାରକୁ ୨୦୨୪ରେ ଗାଦିଚ୍ୟୁତ କରିବା ପାଇଁ ମହାମେଣ୍ଟ । ବଡ଼କଥା ହେଲା ବେଙ୍ଗାଲୁରୁରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାହୁଲ ଗାନ୍ଧୀ ମଧ୍ୟ ନେତୃତ୍ବ ନେଉଛନ୍ତି । ଏହି ବିରୋଧୀ ମହାମେଣ୍ଟ ୨୦୨୪ ନିର୍ବାଚନରେ ମୋଦି ସରକାରକୁ ମାତ ଦେଇପାରିବ କି ? ଆହୁରି ଶକ୍ତିଶାଳୀ ହୋଇଛି କି କଂଗ୍ରେସ ? ଏବେ ଏହି ପ୍ରଶ୍ନ ଉଠିବା ସ୍ବାଭାବିକ ।

'ଭାରତର ଲୋକଙ୍କ ମାନସିକତାକୁ ନେଇ INDIA': ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଭାରତର ଲୋକଙ୍କ ମାନସିକତାକୁ ନେଇ ତିଆରି ହୋଇଛି ଏହି ମେଳି । କେନ୍ଦ୍ରର ମୋଦି ସରକାର ପ୍ରତି ଲୋକଙ୍କ ବିତୃଷ୍ଣା ଭାବ ଆସିଗଲାଣି । ଗୋଟିଏ ପଟେ ମଣିପୁର ଜଳୁଛି । ଶହ ଶହ ଲୋକ ମରୁଛନ୍ତି । କିନ୍ତୁ ୨ ମାସ ହେଲା ପ୍ରଧାନମନ୍ତ୍ରୀ ସେଠାକୁ ଯାଇପାରୁନାହାନ୍ତି । ସମାଧାନର ବାଟ ବାହାର କରିପାରୁନାହାନ୍ତି । ଚାଇନାର ବର୍ଡର ପରିସ୍ଥିତି କାହାକୁ ଅଛପା ନାହିଁ । ସୀମାରେ ସୁରକ୍ଷା ଦେବାରେ ଅସଫଳ କେନ୍ଦ୍ର ସରକାର । ବେରୋଜଗାରୀ ବଢି ବଢି ଚାଲିଛି । ଏବେବି ଶହ ଶହ ସଂଖ୍ୟାରେ ଲୋକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଦରଦାମ ବୃଦ୍ଧିକୁ ନେଇ ଗୃହିଣୀ ମଧ୍ୟ ଅସ୍ତବ୍ୟସ୍ତ । ଏହିସବୁ ପ୍ରସଙ୍ଗ ଲୋକଙ୍କର । ତେଣୁ ଲୋକଙ୍କ ମାନସିକତାକୁ ନେଇ ଏହି ବିରୋଧୀ ମହାମେଳି । ୨୦୨୪ରେ ଲୋକମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେବ କଂଗ୍ରେସ ଓ ତାର ମହାମେଣ୍ଟ । ଏହି ମହାମେଣ୍ଟ ସୁଦୁରପ୍ରସାରୀ ହେବ । ମୋଦିଙ୍କ ତାନାଶାହୀ ଶାସନକୁ ହଟାଇବା ଲକ୍ଷ୍ୟରେ ଏକାଠି ହୋଇଛନ୍ତି ବିରୋଧୀ ।" ତେବେ ଯେଉଁ ରାଜ୍ୟରେ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳର ମତଭେଦ ରହିଛି, ବୁଝାମଣା ମାଧ୍ୟମରେ ତାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।

'୨୬ ଦଳ ଏକାଠି ହେବାଦ୍ବାରା କଂଗ୍ରେସ ଶକ୍ତିଶାଳୀ ହେବ': ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "ମୋଦିଙ୍କ ଶାସନ କାଳରେ ଗଣତାନ୍ତ୍ରିକ ପରମ୍ପରା କ୍ଷୁର୍ଣ୍ଣ ହୋଇଛି ବୋଲି ବିରୋଧି ଅନୁଭବ କଲେଣି । କିନ୍ତୁ ବିଜେପି କହୁଛି ୯ ବର୍ଷରେ ବିକାଶ ଶୀର୍ଷରେ ପହଞ୍ଚିଛି । କଂଗ୍ରେସ ଓ ଅନ୍ୟ ୨୫ ଦଳ ଏକାଠି ହେବା ଦ୍ବାରା କଂଗ୍ରେସ ଶକ୍ତିଶାଳୀ ହେବ ସତ । ତେବେ ମୋଦିଙ୍କ ମେଣ୍ଟ ଏନ୍‌ଡିଏକୁ ଏହା କିପରି ଟକ୍କର ଦେବ, ତାହା ଆଗାମୀ ଦିନରେ ଜଣାପଡିବ ।"

'ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏହା ଏକ ସାମୁହିକ ଉଦ୍ୟମ': ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ମୋଦି ସରକାରକୁ ୨୦୨୪ ନିର୍ବାଚନରେ ଗାଦିଚ୍ୟୁତ କରିବା ପାଇଁ ଏହା ଏକ ସାମୁହିକ ଉଦ୍ୟମ । ବିରୋଧୀ ଅନୁଭବ କଲେଣି ଯେ ସେମାନଙ୍କ ଭିତରେ ଏକତା ପ୍ରତିଷ୍ଠା ହେଲେ ହିଁ ଏହା ସମ୍ଭବ । ଆପ୍‌ର ନେତାଙ୍କୁ ହଇରାଣ କରିବା, ଏନସିପିରେ ଫାଟ ସୃଷ୍ଟି, ଶିବସେନାରେ ଦ୍ବନ୍ଦ୍ବ ତିଆରି ହେବାପରେ ମଧ୍ୟ ବିରୋଧୀ ଏକାଠି ଅଛନ୍ତି ମୋଦିଙ୍କ ଏକଛତ୍ରବାଦୀ ଶାସନର ଅନ୍ତ ଘଟାଇବା ପାଇଁ । ଆଜିର ବୈଠକରେ ପ୍ରସଙ୍ଗ ସ୍ଥିର ହେବ, କାର୍ଯ୍ୟସୂଚୀ ମଧ୍ୟ ନିର୍ଦ୍ଧାରଣ ହେବ । ଆନୁଷ୍ଠାନିକ ଭାବେ କିଏ ଏହାର ଆବାହକ ହେବେ, ବିଭିନ୍ନ ପଦପଦବୀ କଥା ମଧ୍ୟ ସ୍ଥିର ହୋଇପାରେ । ତେବେ ଯଦିଓ ଦିଲ୍ଲୀ ଓ ପଞ୍ଜାବ ଭଳି କେତେକ ରାଜ୍ୟରେ ଶାସକ ଦଳ ସହ କଂଗ୍ରେସର ମତଭେଦ ରହିଛି, ମେଣ୍ଟର ବୈଠକ ପରେ ବୁଝାମଣା ମାଧ୍ୟମରେ ଆସନ ଭାଗବଣ୍ଟା ହୋଇଯିବ । ଯାହାକି ଭିପି ସିଂହ ସରକାର ଅମଳରେ ହୋଇଥିଲା । ବିଜେପି ଓ ବାମପନ୍ଥୀ ଜନତା ଦଳ ସରକାରକୁ ବାହାରୁ ସମର୍ଥନ ଦେଇଥିଲେ । ତେଣୁ ଏଠି ମଧ୍ୟ କଂଗ୍ରେସ କ୍ଷେତ୍ରରେ ସେମିତି କିଛି ଘଟିପାରେ ।"

'ଦୁର୍ନୀତିରେ ଥିବା ଦଳ ଗୁଡ଼ିକର ମହାମିଶ୍ରଣ': ତେବେ କଂଗ୍ରେସ ଓ ବିରୋଧୀଙ୍କ ମେଳିକୁ ସହଜରେ ଗ୍ରହଣ କରିପାରିନି ବିଜେପି । ବିଜେପି ମୁଖପାତ୍ର ତେଜେଶ୍ବର ପରିଡା କହିଛନ୍ତି, "ପରିବାର ବାଦ, ଦୁର୍ନୀତିରେ ଥିବା ଦଳ ଗୁଡ଼ିକର ମହାମିଶ୍ରଣ ହୋଇଛି । ଯେଉଁ ଦଳର ଅସ୍ତିତ୍ବ ନାହିଁ ସେମାନେ ଏକାଠି ହୋଇଛନ୍ତି । ସେମାନଙ୍କ ଭିତରେ ସ୍ଥିରତା ନାହିଁ । ନେତୃତ୍ବ କିଏ ନେବ ତାହା ସ୍ଥିର ହୋଇପାରୁନାହିଁ । କଂଗ୍ରେସ ବଡ଼ ଭାଇ ବୋଲି କହିଦେଲେ ହେବ ନାହିଁ, କାମରେ କରି ଦେଖାଇବାରେ ବିଫଳ ହୋଇଛି । ୨୦୨୪ ନିର୍ବାଚନ ଉପରେ କଂଗ୍ରେସ ଓ ଏହି ମହାମେଣ୍ଟର କୌଣସି ପ୍ରଭାବ ଏନ୍‌ଡିଏ ଉପରେ ପଡିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...Bengaluru Meeting: ନାମ ଘୋଷଣା କଲା ବିରୋଧୀ ମହାମେଣ୍ଟ, ଏଥର NDA vs INDIA

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମିଶାଇ ୨୬ ରାଜନୈତିକ ଦଳ ଟକ୍କର ଦେଉଛନ୍ତି ବିଜେପି ସମେତ ୩୮ ରାଜନୈତିକ ଦଳକୁ । ଦେଖିବାର କଥା, ନୀତି ଆଦର୍ଶର ରାଜନୀତିରେ ଶୃଙ୍ଖଳା ରକ୍ଷା କରି କିଏ କାହାକୁ ମାତ ଦେଉଛି । କିଏ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.