ETV Bharat / state

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ବିବାଦ: ବିଜେଡି କହିଲା ବିରୋଧ ନୁହେଁ, ପ୍ରତିଯୋଗିତା କରନ୍ତୁ - ମୋ ସରକାର ଅଧୀନରେ ହେବ ଜନ ଅଭିଯୋଗ ଶୁଣାଣି

5T ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ବିରୋଧୀଙ୍କୁ କାଉଣ୍ଟର କରିବା ଲାଗି ରାଜ୍ୟ ସରକାର ମୋ ସରକାର ଅଧୀନକୁ ଜନ ଅଭିଯୋଗ ଶୁଣାଣିକୁ ଆଣିବାକୁ ଘୋଷଣା କରିଛନ୍ତି । ଯାହାକୁ ନେଇ ରାଜନୀତି ତେଜିଛି । ଅଧିକ ପଢ଼ନ୍ତୁ

ଉତ୍ତରଦାୟିତ୍ବ ନିଅନ୍ତୁ ଭିସି ମୁଖ୍ୟମନ୍ତ୍ରୀ
ଉତ୍ତରଦାୟିତ୍ବ ନିଅନ୍ତୁ ଭିସି ମୁଖ୍ୟମନ୍ତ୍ରୀ
author img

By

Published : Jul 13, 2023, 6:49 AM IST

ଭୁବନେଶ୍ବର: 5T ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ଚତୁର ଚାଲ ଖେଳିଛନ୍ତି ରାଜ୍ୟ ସରକାର । ବିରୋଧୀଙ୍କୁ କାଉଣ୍ଟର କରିବା ଲାଗି ରାଜ୍ୟ ସରକାର ମୋ ସରକାର ଅଧୀନକୁ ଜନ ଅଭିଯୋଗ ଶୁଣାଣିକୁ ଆଣିବାକୁ ଘୋଷଣା କରିଛନ୍ତି । ଲୋକଙ୍କ ଅଭିଯୋଗ ଶୀଘ୍ର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟିରେ ଏହି ଘୋଷଣା ଦ୍ବାରା ବିରୋଧୀଙ୍କ ପାଟିରେ ବ୍ରେକ୍‌ ଲାଗିବ ବୋଲି ଆଶା ରଖିଛି ଶାସକ ବିଜେଡି । କିନ୍ତୁ ଏହି ନିଷ୍ପତ୍ତିରେ ରାଜନୈତିକ ଚାଲ ଥିବା ଠଉରାଇଛନ୍ତି ବିରୋଧୀ ।

ଗୋଟିଏ ପଟେ 5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ଏହି ସମୟରେ ସରକାର ବିଭିନ୍ନ ଢଙ୍ଗରେ ବିରୋଧୀଙ୍କୁ ଜବାବ ଦେବାକୁ ଉଦ୍ୟମ କରିଛନ୍ତି । ଏହାରି ଭିତରେ ଗତକାଲି ହୋଇଥିବା ସମୀକ୍ଷା ବୈଠକରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ୧୮ ହଜାର ଅଭିଯୋଗ ଆସିଥିବା କହିଛନ୍ତି । ଏହାକୁ ଶୀଘ୍ର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ । ଏହା ଜନ ଶୁଣାଣୀ ନୁହେଁ, ଜନସଭା ବୋଲି କହିଛି କଂଗ୍ରେସ । ୨୦୦୮ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଚଳ ହୋଇ ପଡିଥିବାବେଳେ ସେଠାରେ କିଛି ଅଭିଯୋଗ ଶୁଣାଯାଉନାହିଁ ବୋଲି ବିଜେପି କହିଛି ।

'ଜନଶୁଣାଣୀର ଫଳାଫଳ ଶୂନ୍ୟ': କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ରାଜ୍ୟରେ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ଜନଶୁଣାଣୀ ହେଉଛି । ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ସଚିବ ଓ ମୁଖ୍ୟ ଶାସନ ସଚିବ ଜନ ଶୁଣାଣୀରେ ସାମିଲ ହେଉଛନ୍ତି । ପ୍ରତ୍ୟେକ ସୋମବାର ଏହି ଶୁଣାଣୀ ଶିବିର ଅନୁଷ୍ଠିତ ହେଉଛି । ଜିଲ୍ଲାପାଳମାନେ ଗୋଟେ ଗୋଟେ ବ୍ଲକ ବାଛି ସେଠାରେ ଜନଶୁଣାଣୀ କରୁଛନ୍ତି । ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛନ୍ତି । ତାପରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ୧୮ ହଜାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ତାହେଲେ ସେ ଜନଶୁଣାଣୀର ଫଳାଫଳ ଶୂନ୍ୟ । 5T ସଚିବ ଯେଉଁ ଜିଲ୍ଲା ଗସ୍ତ କରୁଛନ୍ତି ତାହା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ।"

'ଅଭିଯୋଗର ସମୀକ୍ଷା ନାଁରେ ନେତାଙ୍କ ଫିଡ୍‌ବ୍ୟାକ ଆଣିବେ ସଚିବ': ୧୮ ହଜାର ଅଭିଯୋଗ ଫର୍ଦ୍ଦର ସମୀକ୍ଷା ନାଁରେ 5T ସଚିବ ଜିଲ୍ଲା ଯିବେ । ଶୁଣାଣୀ ପାଇଁ ନୁହେଁ, ଭୋଟ କେମିତି ମିଳିବ, ସେଠାରେ କଣ କାର୍ଯ୍ୟ ବାକି ଅଛି, କଣ ଘୋଷଣା କରିବା ଦରକାର, ବିଧାୟକ ଓ ସାଂସଦଙ୍କ ଟିକେଟ୍‌ କାହାକୁ ଦେଲେ ଜିତିବ, ତାହାର ସେ ଫିଡ୍‌ବ୍ୟାକ ଆଣିବେ । ଏହାଦ୍ବାରା ରାଜ୍ୟର କିଛି ଉନ୍ନତି ହେବନାହିଁ । ଜନ ଶୁଣାଣୀ ନାଁରେ ଜନସଭା କରାଯାଉଛି । ନିର୍ବାଚନରେ କେମିତି ଭୋଟ ପାଇବେ ଓ ଲୋକଙ୍କୁ ପ୍ରଲୋଭିତ କରିବା ଛଡା ଆଉ କିଛି ନୁହେଁ । ଯଦି ତ୍ବରିତ ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ ହେଉଛି, ତେବେ ଗତ ୪ ବର୍ଷ ହେଲା କଣ ହେଉଥିଲା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଧିକାରୀ ଯେଉଁ ଶୁଣାଣୀ କରୁଥିଲେ, ସେ କଣ ଖାଲିରେ ଯାଉଥିଲେ ?

ଏହା ମଧ୍ୟ ପଢ଼ନ୍ତୁ...'ଆମ ଓଡିଶା ନବୀନ ଓଡିଶା' ରାଜନୀତି; ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ଯୋଜନା କହିଲା କଂଗ୍ରେସ

'ପୁରୁଣା ମଦକୁ ନୂଆ ବୋତଲ': ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ପ୍ରମୁଖ କାମ । ୨୦୧୮, ୨୦୨୦, ୨୦୨୨ରେ ସମାନ କଥା ମୁଖ୍ୟମନ୍ତ୍ରୀ କହିଥିଲେ । ଲୋକଙ୍କର ଅଭିଯୋଗ ଶୁଣିବାର ଅଭ୍ୟାସ ଏହି ସରକାରରେ ନାହିଁ । ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ ଯେତେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଦେଖିଛି, ସମସ୍ତେ ଲୋକଙ୍କର ଅଭିଯୋଗ ଶୁଣୁଥିଲେ । ସମସ୍ତେ ଗ୍ରିଭେନ୍ସ ସେଲ୍‌ରେ ବସି ଲୋକଙ୍କ କଥା ଶୁଣୁଥିଲେ । ନବୀନ ପଟ୍ଟନାୟକଙ୍କ ବାପା ବିଜୁବାବୁ ତାଙ୍କ କାର୍ଯ୍ୟାଳୟ ଭିତରେ ଗ୍ରିଭେନ୍ସ ସେଲ୍‌ ପ୍ରତିଷ୍ଠା କରିଥିଲେ, ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ଜାନକୀ ପଟ୍ଟନାୟକ, ନୀଳମଣି ରାଉତରାୟ, ନନ୍ଦିନୀ ଦେବୀ ଅଭିଯୋଗ ଶୁଣୁଥିଲେ । ହେଲେ ନବୀନ ପଟ୍ଟନାୟକ ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ଲୋକଙ୍କ ଅଭିଯୋଗ ଶୁଣିବା ଲାଗି ୨୩ ବର୍ଷ ଭିତରେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିପାରିଲେ ନାହିଁ ।"

'ନବୀନ ବାବୁ ଅଷ୍ଟମ ଆଶ୍ଚର୍ଯ୍ୟ, ଭିସି ମୁଖ୍ୟମନ୍ତ୍ରୀ ଭାବେ ପରିଚିତ': ପୃଥ୍ବୀରାଜ ଆହୁରି କହିଛନ୍ତି, "ଓଡିଶାର ଦୁର୍ଭାଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ କଥା କୁହନ୍ତି । ଭିସିରେ ମିଟିଂ କରନ୍ତି । ଭିସିରେ ଉଦ୍‌ଘାଟନ କରନ୍ତି । କିନ୍ତୁ ତାଙ୍କ ଦର୍ଶନ ମିଳେ ନାହିଁ । ଭାରତର ଯେତେ ମୁଖ୍ୟମନ୍ତ୍ରୀ ଅଛନ୍ତି ନବୀନ ବାବୁ ଅଷ୍ଟମ ଆଶ୍ଚର୍ଯ୍ୟ । ଯିଏକି ନିଜକୁ ଭିସି ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି । ଭିସି ମୁଖ୍ୟମନ୍ତ୍ରୀଙ୍କର ଉତ୍ତର ଦାୟିତ୍ବ ଅଛି । ତାଙ୍କୁ ଲୋକେ ଭୋଟ ଦେଇଛନ୍ତି । ତାଙ୍କ ସଚିବ, ବ୍ୟକ୍ତିଗତ ସଚିବ କିମ୍ବା ତାଙ୍କ କିରାଣୀଙ୍କୁ ଭୋଟ ଦେଇନାହାନ୍ତି । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଚାହୁଁଛନ୍ତି । କାମ କରିବାର ତାକତ ମୁଖ୍ୟମନ୍ତ୍ରୀଙ୍କର ଅଛି ନା ନାହିଁ ତାହା ଦେଖାନ୍ତୁ । ଅଧସ୍ତନ କର୍ମଚାରୀଙ୍କୁ ନେଇ ଯଦି ସେ କାମ କରିବେ ତାହା ଗ୍ରହଣ କରାଯିବ ନାହିଁ ।"

'ବିକାଶକୁ ବିରୋଧ ନୁହେଁ, ପ୍ରତିଯୋଗିତା କରନ୍ତୁ ବିରୋଧୀ': ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗ ଶୁଣାଣୀ କରିବ । ଲୋକଙ୍କ ସହ ସମ୍ପର୍କ କରି ଏହାର ସମାଧାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସବୁ ବିଭାଗ ମିଳିତ ଭାବେ ବିକାଶ କାମକୁ ଆଗେଇ ନେଉଛନ୍ତି । ଯାହାଦେଖି ବିରୋଧୀଙ୍କ ଚିନ୍ତା ବଢ଼ିଯାଇଛି । ତେବେ ବିରୋଧୀ ବିକାଶକୁ ବିରୋଧ ନକରି ବିକାଶକୁ ନେଇ ପ୍ରତିଯୋଗିତା କରନ୍ତୁ । ଲୋକଙ୍କୁ ଅଧିକ ସୁବିଧା ସୁଯୋଗ ଦେବାକୁ ଚେଷ୍ଟା କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.