ETV Bharat / state

Paika Rebellion Memorial: ବରୁଣେଇରେ ପାଇକ ସ୍ମାରକୀ କେବେ ? ଜୋର ଧରିଲା ରାଜନୀତି

author img

By

Published : Jul 10, 2023, 8:49 PM IST

Updated : Jul 10, 2023, 8:55 PM IST

ଖୋର୍ଦ୍ଧା ବରୁଣେଇରେ ପାଇକ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଯୋଗାଇ ଦେଇଥିବା ବେଳେ ୫୦ ଏକର ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏହାପରେ ମଧ୍ୟ ସ୍ମାରକୀ ନିର୍ମାଣ ହୋଇ ପାରୁନି । ଏନେଇ ରାଜନୈତିକ ଦଳ ଗୁଡ଼ିକ ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି । ଅଧିକ ପଢ଼ନ୍ତୁ...

ବରୁଣେଇରେ ପାଇକ ସ୍ମାରକୀ କେବେ ?
ବରୁଣେଇରେ ପାଇକ ସ୍ମାରକୀ କେବେ ?

ବରୁଣେଇରେ ପାଇକ ସ୍ମାରକୀ କେବେ ?

ଭୁବନେଶ୍ବର: ୧୮୧୭ ମସିହାରେ ହୋଇଥିବା ପ୍ରଥମ ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ପାଇଁ କସରତ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ବିତର୍କ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଖୋର୍ଦ୍ଧାରେ ପାଇକ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ରର ବିଜେପି ସରକାର ୨୦୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର ଏହି ଆନ୍ଦୋଳନକୁ ଜାତୀୟ ମାନ୍ୟତା ନଦେଇ ଚୁପ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ସରକାର । ଏହାପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଉଭୟ ସରକାର ଏନେଇ ଆଲୋଚନା କରି କାର୍ଯ୍ୟକ୍ରମ ହାତକୁ ନେବା କଥା ବୋଲି କହିଛନ୍ତି ପିସିସି ସଭାପତି ।

ଏନେଇ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର କହିଛନ୍ତି, "ଇତିହାସ କହିବ ପାଇକ ବିଦ୍ରୋହ କଣ । ତର୍ଜମା ହେଉ, ବିତର୍କ ହେଉ । ଖାଲି ବିଧାନସଭାରେ ଚିଠି ଲେଖିଦେଲେ ଇତିହାସର ପୁନର୍ଲିଖନ ହୁଏନାହିଁ । ବିଧାନସଭାରେ ସଂକଳ୍ପ ପାରିତ ହୋଇଗଲେ ମାନ୍ୟତା ମିଳିବ ନାହିଁ । ଏଥିପାଇଁ ଆନ୍ତରିକତା ଦରକାର ।" ଏହା ସହିତ କଂଗ୍ରେସକୁ ମଧ୍ୟ କଟାକ୍ଷ କରିଛନ୍ତି ଲଳିତେନ୍ଦୁ । ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ଆଲୋଚନା କରି ଏକ ନିଷ୍କର୍ଷରେ ପହଞ୍ଚିବା ପାଇଁ ସେ ଅନୁରୋଧ କରିଛନ୍ତି । ସେପଟେ ବିଜେଡି ବିଧାୟକ ପର୍ଶୁରାମ ଧଡ୍ଡା କହିଛନ୍ତି, "ଓଡିଶା ସରକାରଙ୍କର ଯଦି ଦରଦ ନଥାନ୍ତା, ତାହେଲେ ସେ ପାଇକ ସ୍ମାରକୀ ପାଇଁ କାହିଁକି ଜମି ଯୋଗାଇ ଦେଇଥାନ୍ତେ ? ବିଜେପି ଭୁଲ କଥା କହୁଛି । ଭିତ୍ତିହୀନ କଥା କହୁଛି ବିଜେପି ।" କେନ୍ଦ୍ର ସରକାର ଏନେଇ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ।

ଏହା ମଧ୍ୟ ପଢ଼ନ୍ତୁ...ପାଇକ ପଲିଟିକ୍ସ: ଆରୋପ ପ୍ରତ୍ୟାରୋପ ଭିତରେ କଂଗ୍ରେସର ଅଲଟିମେଟମ୍

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେପି ହେଉ କି ବିଜେଡି, କିଏ ଟଙ୍କା ଖର୍ଚ୍ଚ କଲା ଆମର ସେଥିରେ କିଛି କହିବାର ନାହିଁ । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଉଚିତ ନୁହେଁ । କଂଗ୍ରେସ ରାଜନୀତି କରୁନାହିଁ । ବିଜେପି ନେତା ଯେଉଁଭଳି ଭାବରେ କହିଛନ୍ତି କଂଗ୍ରେସ ଦଳ ଆଗରୁ କେଉଁଠି ଥିଲା ବୋଲି, ବିଜେପି ନେତା ଭୁଲିଯାଇଛନ୍ତି ଦେଶକୁ ସ୍ବାଧୀନ କରିଥିବା ଦଳ ହେଉଛି କଂଗ୍ରେସ । ଛୁଆବେଳୁ ସମସ୍ତେ ପଢ଼ିଛନ୍ତି, କଂଗ୍ରେସ ଦଳ ଦେଶ ପାଇଁ କଣ କରିଛି ।" ପ୍ରକାଶ ଥାଉ କି, ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ଆନ୍ଦୋଳନ ମାନ୍ୟତା ଦାବି ପୁଣି ତେଜିଛି । ଏହାରି ମଧ୍ୟରେ ଖୋର୍ଦ୍ଧାର ବରୁଣେଇ ନିକଟରେ ଏକ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଏକର ଜମି ଯୋଗାଇଥିବା ବେଳେ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 10, 2023, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.