ETV Bharat / state

ଅମାନିଆ ଗାଡିଚାଳକ ସାବଧାନ ! ବିକଟାଳ ଶବ୍ଦ ହେଲେ ଗୋଡେଇ ଗୋଡେଇ ଧରୁଛି ଟ୍ରାଫିକ ପୋଲିସ୍...

author img

By ETV Bharat Odisha Team

Published : Sep 10, 2023, 5:13 PM IST

Updated : Sep 10, 2023, 8:05 PM IST

ପାର୍ବଣ ପୂର୍ବରୁ ଆକ୍ସନ୍‌ ମୋଡ୍‌ରେ କମିଶନରେଟ ପୋଲିସ । ବୁଲେଟ୍‌ ଗାଡ଼ି ଦ୍ବାରା ବିକଟାଳ ଶବ୍ଦ କରି ଯାଉଥିବା ଗାଡିଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅଧିକ ପଢନ୍ତୁ

special drive by commissionerate police
ଅମାନିଆ ଗାଡି ଚାଳକଙ୍କ ଉପରେ ଆକ୍ସନ
ଅମାନିଆ ଗାଡି ଚାଳକଙ୍କ ଉପରେ ଆକ୍ସନ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ ପୋଲିସ । ବିଶେଷ କରି ରାସ୍ତାରେ ବୁଲେଟ୍‌ ଭଳି ଗାଡି ଦ୍ବାରା ବିକଟାଳ ଶବ୍ଦ କରି ଯାଉଥିବା ଗାଡ଼ି ଚାଳକଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି । ମୋଡିଫାଏଡ୍‌ ସାଇଲେନ୍ସର ଲଗାଇଥିବା ଗାଡ଼ିକୁ ଧରୁଛି ପୋଲିସ । ଏନେଇ କମିଶନରେଟ ପୋଲିସର ଟ୍ରାଫିକ ୟୁନିଟ୍‌ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିବାବେଳେ ପ୍ରଥମ ଦିନରେ ୬୦ରୁ ଊର୍ଦ୍ଧ୍ବ ଗାଡ଼ି ଜବତ ହୋଇଛି ।

ଯାହାକୁ ନେଇ ଭୁବନେଶ୍ୱର ଟ୍ରାଫିକ ଥାନାରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । କାରଣ ଗାଡି ଜବତ କରି ଥାନାକୁ ଆଣିବା ପରେ ଗାଡ଼ି ନେବା ପାଇଁ ଥାନାକୁ ଆସୁଛନ୍ତି ଗାଡି ମାଲିକ। ସେକ୍ସନ 52 ମୋଟର ଭେଇକିଲ ପେନାଲ ପ୍ରୋଭିଜନ 182 ଆକ୍ଟ ଅନୁସାରେ, ଏନଫୋର୍ସମେଣ୍ଟ କରିବା ପାଇଁ ନିୟମ ରହିଛି । ଏନେଇ ବିକଟାଳ ଶବ୍ଦ କରି ରାସ୍ତାରେ ଯାଉଥିବା ବାଇକ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ଗାଡ଼ି ଜବତ କରି ଥାନାକୁ ଆଣିବା ପରେ ଗାଡ଼ିରେ ମୋଡିଫାଏଡ୍‌ ସାଇଲେନ୍ସର ପାଇପ୍‌ ଲାଗିଥିଲେ ତାକୁ କାଢ଼ି ଦିଆଯାଉଛି । କାରଣ 80 ଡେସିମିଲରୁ ଅଧିକ ଶବ୍ଦରେ ଗାଡି ଚଳାଇବା ନିୟମ ବିରୋଧ ରହିଛି ।

ତେବେ ଅନେକ ଯୁବବର୍ଗ ଏପରି ସାଇଲେନ୍ସର ପାଇପ ଲଗାଇ ଗାଡ଼ି ଚଳାଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି । ଆଗକୁ ଦଶହରା ଆସୁଥିବାବେଳେ ସେହି ସମୟରେ ଅପରାଧ ମଧ୍ୟ ବଢ଼ିଥାଏ । କାରଣ ଗହଳି ଭିତରେ ଅପରାଧ ଘଟାଇବା ପାଇଁ ଅପରାଧୀଙ୍କୁ ସୁଯୋଗ ମିଳିଥାଏ । ତେଣୁ ପୋଲିସ ସ୍ପେଶାଲ୍‌ ଡ୍ରାଇଭ ଆରମ୍ଭ କରିଥିବାବେଳେ କୌଣସି ପ୍ରକାର ବିଶୃଙ୍ଖଳା ଦେଖିଲେ ତୁରନ୍ତ ଆକ୍ସନ ନେଉଛି ।

ଏହା ବି ପଢନ୍ତୁ...ଭୁବନେଶ୍ୱର ପାଇଁ ଅପରାଧ ନିୟନ୍ତ୍ରଣ ଚିନ୍ତା, ଦୁର୍ବୃତ୍ତଙ୍କୁ ଧରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି

ରାଜଧାନୀର ବିଭିନ୍ନ ଟ୍ରାଫିକ ଛକରେ ମାଳମାଳ ଟ୍ରାଫିକ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ପୂଜାକୁ ସୁରୁଖୁର କରିବାକୁ ଏଭଳି ଅମାନିଆ ଗାଡ଼ିଚାଳକଙ୍କଠାରୁ ଗାଡି ଜବତ କରି ଥାନାକୁ ନେଉଛି ପୋଲିସ । ଆଉ ତା' ପରେ ଗାଡ଼ିର ସାଇଲେନ୍ସର ପାଇପ ଖୋଲି ଦିଆଯାଉଛି । ଟ୍ରାଫିକ ଥାନାରେ ସେସବୁ ଗାଡ଼ିର କାଗଜପତ୍ର ଯାଞ୍ଚ ସହ ପୋଲିସ ସମ୍ପୃକ୍ତ ଗାଡ଼ିମାଲିକଙ୍କୁ ଡକ୍ୟୁମେଣ୍ଟ ମାଗୁଛି । ଯଦି କୌଣସି ଗାଡ଼ିର ଡକ୍ୟୁମେଣ୍ଟ ନାହିଁ, ତେବେ ସେସବୁର ପିଆର ଇସ୍ୟୁ କରାଯାଉଛି ।

ଏନେଇ ଟ୍ରାଫିକ ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି, "52 ମୋଟର ଭେଇକିଲ ପେନାଲ ପ୍ରୋଭିଜନ 182 ଆକ୍ଟ ଅନୁସାରେ ଏନଫୋର୍ସମେଣ୍ଟ ହେଉଛି । ଯିଏ କେହି 80 ଡେସିମିଲରୁ ଅଧିକ ଶବ୍ଦରେ ଗାଡି ଚଳାଉଛି ସେସବୁ ଗାଡିକୁ ଜବତ କରାଯାଉଛି । ଏନେଇ ୬୦ରୁ ଊର୍ଦ୍ଧ୍ବ ଗାଡ଼ି ଜବତ ହୋଇ ଥାନାକୁ ଅଣାଯାଇଥିବାବେଳେ ମୋଡିଫାଏଡ୍‌ ସାଇଲେନ୍ସର କାଢ଼ି ଦିଆଯାଇଛି । ତେବେ ଗତ ବର୍ଷ ଏଭଳି ମୋଡିଫାଏଡ ସାଇଲେନ୍ସର ବିକୁଥିବା ଦୋକାନରେ ଚଢ଼ାଉ କରାଯାଇଥିଲା । ସେହିପରି ଚଳିତ ବର୍ଷ ମଧ୍ୟ ଏସବୁ ମୋଡିଫାଏଡ୍‌ ସାଇଲେନ୍ସର ବିକ୍ରି ହେଉଥିବା ଦୋକାନରେ ରେଡ୍‌ କରିପାରେ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2023, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.