ETV Bharat / state

ଫସର ଫାଟିଲା ଜାକଜକମରେ ଗଣେଶ ଭସାଣୀ, ଡିଜେ ଗାଡିକୁ ଥାନାକୁ ନେଲା ପୋଲିସ 3 ଗିରଫ - ଡିଜେ ଗାଡିକୁ ଥାନାକୁ ନେଲା ପୋଲିସ

ମହଙ୍ଗା ପଡିଲା ଗଣେଶ ଭସାଣୀରେ କାନ ଫଟା ଡିଜେ ସାଉଣ୍ଡ । ଥାନାକୁ ଡିଜେ ଗାଡି ନେଲା ପୋଲିସ, 3 ଗିରଫ। ଅଧିକ ପଢନ୍ତୁ

police seized dj vehicle
police seized dj vehicle
author img

By ETV Bharat Odisha Team

Published : Sep 28, 2023, 9:44 AM IST

Updated : Sep 28, 2023, 3:18 PM IST

ଡିଜେ ଗାଡିକୁ ଥାନାକୁ ନେଲା ପୋଲିସ 3 ଗିରଫ

ଭୁବନେଶ୍ବର: ପୋଲିସ ଠାରୁ ଅନୁମତି ନନେଇ ଗଣେଶ ଭସାଣୀ କରିବା ପଡିଲା ମହଙ୍ଗା। ଡିଜେ ଗାଡିକୁ ଥାନାକୁ ଉଠାଇ ନେଲା ପୋଲିସ। ପିସିଆର ଭ୍ୟାନକୁ ପଥର ମାଡ ଓ ପୋଲିସ ଉପରେ ଆକ୍ରମଣ କରିବାରୁ 3ଜଣଙ୍କୁ ଗିରଫ କଲା ଧଉଳି ଥାନା ପୋଲିସ । ବସନ୍ତପୁର ଅଞ୍ଚଳର ଡିଜେ ମାଲିକ ସହ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ପାର୍ବଣ ପୂର୍ବରୁ ପୂଜା ମଣ୍ଡପ ବା କମିଟି କର୍ମଚାରୀଙ୍କୁ ନେଇ ପୋଲିସ ଏକ ବୈଠକ କରି ବିଭିନ୍ନ ନିୟମ ସମ୍ପର୍କରେ ଅବଗତ କରାଇଥିଲା । ପୂଜା ଓ ଭସାଣୀ ସମୟରେ ଡିସିପି ଅଫିସରୁ ଲାଇସେନ୍ସ ସେଲର ଅନୁମତି ନେବା ପାଇଁ ସମସ୍ତଙ୍କୁ କୁହାଯାଇଥିଲା । ହେଲେ କିଛି ଲୋକ ଏହି ନିୟମକୁ ପାଳନ ନକରି ପୋଲିସର ବିନା ଅନୁମତିରେ ଭସାଣୀ କରୁଥିଲେ । ଧଉଳି ଥାନା ଅଞ୍ଚଳର ବସନ୍ତପୁର ଅଞ୍ଚଳରେ ଥିବା ସାଇ କ୍ଳବର ସଦସ୍ୟ ମାନେ ବିନା ଅନୁମତିରେ ମଙ୍ଗଳବାର ରାତି ପ୍ରାୟ 10ଟା 30 ସମୟରେ ଉଚ୍ଚ ଶବ୍ଦରେ ଡିଜେ ଲଗାଇ ଭସାଣୀ କରୁଥିଲେ । ମଦ ପିଇ, ଗୀତ ବଜାଇ ଡିଜେର ତାଳେତାଳେ ରାସ୍ତା ଉପରେ ନାଚୁଥିଲେ। ଏନେଇ ଖବର ପୋଲିସ କଣ୍ଟ୍ରୋଲ ରୁମକୁ ଖବର ପହଞ୍ଚିଥିଲା।

ଏହା ମଧ୍ୟ ପଢନ୍ତୁ-ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଦୀପରୁ ନିଆଁ ଲାଗି ଜଳିଲା ତୋରଣ

ଖବର‌ ପାଇ ଘଟଣାସ୍ଥଳରେ ପହଞ୍ଚିଲା 12 ନମ୍ବର ପିସିଆର । ଉଚ୍ଚ ଶବ୍ଦରେ ଡିଜେ ବଜାଉଥିବାରୁ ପୋଲିସ ଲାଇସେନ୍ସ ମାଗିଥିଲା । ଏହାପରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । 3 ଅଭିଯୁକ୍ତ ସହ 20ରୁ ଊର୍ଦ୍ଧ୍ବ ପିଲା ପୋଲିସ ଉପରକୁ ଆକ୍ରମଣ ସହ PCR ଉପରକୁ ପଥର ମାଡ଼ କରିଥିଲେ । ହାବିଲଦାର ସନ୍ତୋଷ କୁମାର ପଣ୍ଡାଙ୍କୁ ଇଟା ଓ ପଥରରେ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଏହି ଘଟଣାକୁ ନେଇ ହାବିଲଦାରଙ୍କ ଅଭିଯୋଗ କ୍ରମେ ଧଉଳି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ତୁରନ୍ତ ଚଢାଉ ଆରମ୍ଭ କରିଥିଲା । ଅଭିଯୁକ୍ତ ସନାତନ ନାୟକ ସହ ସୁଶାନ୍ତ ବେହେରା ଓ ସତ୍ୟ ନାରାୟଣ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏନେଇ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି ଯେ, ପୂଜା ସମୟରେଅନୁମତି ନେଇ ପୂଜା କରିବାକୁ ନିୟମ କରାଯାଇଛି। ହେଲେ କିଛି ଲୋକ‌ ଏହାର ବ୍ୟତିକ୍ରମ କରୁଛନ୍ତି । ନିର୍ଦ୍ଧିଷ୍ଟ ଡେସିବେଲରେ ଡିଜେ ବଜାଇବା ସହ ଭସାଣୀ ପାଇଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟ ରହିଛି । ନିୟମ ନମାନିଲେ ପୋଲିସ ଆଇନଗତ କାର୍ଯାନୁଷ୍ଠାନ ନେବ ବୋଲି କୁହାଯାଇଥିଲା । ଆଗକୁ ଦଶହରା, କାଳିପୂଜା ଥିବାରୁ ପୋଲିସର ଏପରି ପଦକ୍ଷେପ ଅମାନିଆଙ୍କ ପାଇଁ କଡ଼ା ଚେତାବନୀ ବୋଲି କହିଛନ୍ତି ଏସିପି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2023, 3:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.