ETV Bharat / state

ମଦଭାଟି ଉପରେ ପୋଲିସର ଚଢ଼ାଉ: ବ୍ୟାପକ ପୋଚ ଓ ମଦ ଜବତ - 3ହଜାର ଲିଟର ପୋଚ ଜବତ

ଲଗାତାର ତୃତୀୟ ଥର ପାଇଁ ବେଗୁନିଆ ଅଞ୍ଚଳର ମଦ ଭାଟିରେ ପୋଲିସ ଚଢାଉ କରି ବ୍ୟାପକ ପୋଚ ଓ ମଦ ଜବତ କରିଛି । ଅଧିକ ପଢନ୍ତୁ...

ମଦଭାଟି ଉପରେ ପୋଲିସର ଚଢ଼ାଉ
ମଦଭାଟି ଉପରେ ପୋଲିସର ଚଢ଼ାଉ
author img

By

Published : Dec 27, 2020, 1:57 PM IST

ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ଅଞ୍ଚଳରେ ବଢୁଛି ଦେଶୀ ମଦ ବେପାର । ତୃତୀୟ ଥର ପାଇଁ ବେଗୁନିଆ ପୋଲିସକୁ ସଫଳତା ମିଳିଛି । ମଦଭାଟିରେ ଚଢାଉ କରି ବ୍ୟାପକ ପୋଚ ଓ ମଦ ଜବତ କରିଛି ପୋଲିସ ।

ମଦଭାଟି ଉପରେ ପୋଲିସର ଚଢ଼ାଉ

ସୂଚନାଅନୁସାରେ, ମଦ ବ୍ୟବସାୟୀମାନେ ଜଙ୍ଗଲ ଭିତରେ ମଦ ରାନ୍ଧି ବିକ୍ରି କରି ବେଶ୍ ଲାଭବାନ ହେଉଥିବା ଜଣାପଡିଛି । ସେପଟେ ଏହି ମଦ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିଥିଲା ପୋଲିସ । ଆଗରୁ ଦୁଇଥର ମଦଭାଟି ଉପରେ ପୋଲିସ ଚଢାଉ କରିଥିଲା । ରବିବାର ବେଗୁନିଆ ଥାନା ଅନ୍ତର୍ଗତ ରାଷୋଳ କାଜୁବଗିଚାରେ ମଦ ରନ୍ଧା ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ଅଧିକାରୀ ସଦଳବଳେ ତୃତୀୟ ଥର ପାଇଁ ଚଢ଼ାଉ କରିଥିଲା ।

ଚଢାଉରେ 3ହଜାର ଲିଟର ପୋଚ ନଷ୍ଟ କରିବା ସହ 100 ଲିଟର ଦେଶୀ ମଦ ଜବତ ହୋଇଛି । ପୋଲିସ ଚଢ଼ାଉ ସମ୍ପର୍କରେ ଜାଣିପାରି ମଦ ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ବେଗୁନିଆ ଅଞ୍ଚଳରେ ମଦ ବେପାରୀଙ୍କୁ ଧରିବା ପାଇଁ କଡା ନଜର ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.